୧୯ରେ ସୃଷ୍ଟି ହେବ ଲଘୁଚାପ, ପ୍ରଭାବରେ ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ତେବେ ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ରେ ରାଜ୍ୟରେ

କାଣୀ ନଦୀରେ ୧୫୦ଫୁଟ ଓ ପାଇକା ନଦୀରେ ୫୦ ଫୁଟର ଘାଇ

ଯାଜପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି।

ବୈତରଣୀରେ ଭାସିଗଲେ ଯୁବକ, ଅଗ୍ନିଶମ ବିଭାଗ ପକ୍ଷରୁ ତଲାସି ଜାରି

ଭଦ୍ରକ: ରାଜ୍ୟରେ ବନ୍ୟାଜଳକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଆରଡ଼ିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୈତରଣୀରେ ନଦୀରେ ଭାସିଯାଇଛନ୍ତି ମୁଆଁଗାଁର ଜଣେ ଯୁବକ । କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଥିବା ବେଳେ ଖୋଜାଖୋଜି ଜାରି ରହିଛି ।

ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ୪୦ଟି ସ୍ଲୁଇସ୍‌ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ହ୍ରାସ

ପାରୋଲରେ ଆସି ଅପରାଧ ଘଟାଉଥିବା ହାର୍ଡକୋର କ୍ରିମିନାଲ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସକୁ ସଫଳତା। ବନ୍ଧା ହେଲା ହାର୍ଡକୋର । ଭୁବନେଶ୍ୱରରେ କିଛି ମାସ ତଳେ ସିରିଜ ଚୋରି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ପ୍ରକାଶ ନାୟକ ।ସାମନ୍ତରାପୁର, ଯାଆଁଳା, ସୌଭାଗ୍ୟନଗର ଜୁଏଲାରୀ ଦୋକାନ ଲୁଟ ଘଟଣାରେ ଏହି ଅଭିଯୁକ୍ତ ସାମିଲ

ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ

ମୁଣ୍ଡଳିରେ କମୁଛି ଜଳସ୍ତର; ମହାନଦୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳ ସ୍ତର। ଗତକାଲି ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ମୁଣ୍ଡଳିରେ ଜଳ ପ୍ରବାହ ଲଗାତାର ଭାବେ କମିବାରେ ଲାଗିଛି ହୀରାକୁଦରେ ମଧ୍ୟ ଜଳସ୍ତର କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ହୀରାକୁଦରେ ଗତକାଲି ଖୋଲାଯାଇଥିବା ଗେଟର

ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବାତିଲ ହେଲା ପରୀକ୍ଷା

ଭଦ୍ରକ : ସ୍କୁଲରେ ଲହଡ଼ି ମାରୁଛି ବନ୍ୟାପାଣି। ପରୀକ୍ଷା ନ ଦେଇ ଫେରିଗଲେ ଛାତ୍ରଛାତ୍ରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷାକୁ ବାତିଲ କଲେ ପ୍ରଧାନଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ କାସିମପୁର ପଞ୍ଚାୟତର ହେମେନ୍ଦ୍ର ନାଥ

ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ, ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ: SRC…

ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । 'ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା। ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମହାନଦୀରେ ମଧ୍ୟମ ଧରଣର ବନ୍ୟା

ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରିବା