ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌…

ନୂଆଦିଲ୍ଲୀ: ସରକାର କୋଭିଡ୍‌ ସଂକ୍ରମଣ ରୋକିବା ନିମନ୍ତେ ପ୍ରସ୍ତୁତି ଚଳାଇଥିବା ବେଳେ ଚୀନ୍‌, ଜାପାନ, ଦକ୍ଷିଣ କ‌ୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିମାନଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ

ଭେଣ୍ଟିଲେଟର ଓ ଅମ୍ଲଜାନ ସିଲିଣ୍ଡର ଗଚ୍ଛିତ ରଖନ୍ତୁ; ରାଜ୍ୟକୁ କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ନିୟମିତ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର ଦିନ ନୂଆ

ନୂଆବର୍ଷ ପୂର୍ବରୁ ଆତ୍ମଶୁଦ୍ଧି କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ବିପ୍ୟାସନା ସାଧନା ପାଇଁ ଯାଇଛନ୍ତି | ଏହି ସୂଚନା ଅରବିନ୍ଦ କେଜ୍ରିୱାଲ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ କେଜ୍ରିୱାଲ ବିପ୍ୟାସନା ଧ୍ୟାନ କରିଛନ୍ତି। ତେବେ କେଜ୍ରିୱାଲ

ବ୍ୟାଙ୍କ ଠକେଇ: ୩ଦିନିଆ ସିବିଆଇ କଷ୍ଟଡିକୁ ଗଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ…

ମୁମ୍ବାଇ: ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କଷ୍ଟଡିକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ

ଘାଟିରୁ ଖସିଲା ଶ୍ରଦ୍ଧାଳୁଙ୍କ ଭ୍ୟାନ୍‌, ୮ ମୃତ…

ଚେନ୍ନାଇ: ଭୟଙ୍କର ସଡକ ଦୁର୍ଘଟଣା। ଠାକୁର ଦର୍ଶନ ହେଲା ଶେଷ ଦର୍ଶନ। ଏକା ସାଙ୍ଗେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ। କେରଳ-ତାମିଲନାଡୁ ସୀମାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋରୁ ତାମିଲନାଡୁ ଥେନି ଜିଲ୍ଲାର କୁମୁଲି ଘାଟିରେ ଏକ ଭ୍ୟାନ୍ ଦୁର୍ଘଟଣା

ସୋନିଆଙ୍କ ସହ ଫଟୋ ଶେୟାର କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧି…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରୁ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଆଜି ତାଙ୍କ ସହ ମା’ ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ଗାନ୍ଧି ପରିବାର ବ୍ୟତୀତ ହଜାର ହଜାର ସାଧାରଣ ଲୋକ ଓ

କୃଷ୍ଣ ଜନ୍ମଭୂମି-ଇଦଗା ବିବାଦ: ମସଜିଦର ସର୍ଭେ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ…

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।ମଥୁରା କୋର୍ଟ ଏହାର ଶୁଣାଣି କରି

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର, ୫୦ରୁ ଊର୍ଦ୍ଧ୍ବ ମୃତାହତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ଠାରେ ଏକ ଗୋରୁ ବୋଝେଇ କଣ୍ଟେନର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଏହି ଦ୍ରୁଘଟଣାରେ ଗାଡ଼ିରେ ଥିବା ୩୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ ଘଣ୍ଟା ସମୟରେ (କେଏ ୦୧ ଏଏମ୍ ୦୮୯୧) ନମ୍ବର

ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବାହାଡ଼ା ସାହି ଛକରେ ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବରେ ସୁନିତା କହଁର, ତାରିଣୀ ମାଟିଆ, ସୁବାଷ

ଦୁର୍ଗମ ଅଞ୍ଚଳରେ ରକ୍ତଦାନ ଶିବିର :୨୦ ୟୁନିଟ ରକ୍ତ ସଂଗୃହିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଖମନଖୋଲ ପଞ୍ଚାୟତର ମେଡ଼ିକାଲ ପରିସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖମନଖୋଲ ଏବଂ କ୍ୟାରମ ଅନୁଷ୍ଠାନ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦ ୟୁନିଟ ରକ୍ତ