୨ୟ ଟେଷ୍ଟ : ଅଶ୍ବିନ-ଉମେଶଙ୍କ ଘାତକ ବୋଲିଂ, ବାଂଲାଦେଶ ୨୨୭ରେ ଅଲଆଉଟ୍

ଢାକା : ଢାକାର ଶେର-ଏ ବାଂଲା ନାସନାଲ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ୨ୟ ଟେଷ୍ଟରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି

ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ,କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଆଇଜି କରୁଛନ୍ତି ତଦନ୍ତ

କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ । କଣ୍ଟାବାଞ୍ଜି ଉପ କାରାଗାରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ସେ ଜେଲ୍‌ ଅନ୍ତେବାସୀ ଓ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? କେଉଁ

ପାଠପଢ଼ୁପଢ଼ୁ ପେନସିଲ ଚୋପା ନେଲା ଶିଶୁର ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଛଅର୍ଷର ଶିଶୁ ପେନସିଲ ଚୋପା ଗିଳି ଦେବାରୁ ତାଙ୍କର ମୃତ୍ୟ ହୋଇଯାଇଥିଲା। ମୃତ ଶିଶୁ ଜଣକ ପ୍ରଥମଶ୍ରେଣୀରେ ପାଠପଢ଼ୁଥିବା ଜଣାପଡ଼ିଛି। କୋତବାଲିର ପହାଡିବୀର ଗ୍ରାମରେ ରହୁଥିବା ମୃତ ଶିଶୁର ବାପା

ରାଜଧାନୀରେ ମୋ’ ବସରେ ଲାଗିଲା ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତମାଣ୍ଡୋ ଥାନା ସମ୍ମୁଖରେ ଗୁରୁବାର ସକାଳେ ଏକ ମୋ ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍‌ରେ କିପରି ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି। ବସ୍‌ଟି ତମାଣ୍ଡୋରୁ ଯାତ୍ରୀମାନଙ୍କୁ ନେଇ ଖୋର୍ଦ୍ଧା

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଏକ ନାବାଳିକା ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପକସୋ କୋର୍ଟ ଅଭିଯୁକ୍ତ ଗଣେଶ ବେହେରା ଦଳେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକବର୍ଷ ଛଅ ମାସ ଜେଲ ଦଣ୍ଡ। ରାୟ ଶୁଣାଇଲେ ବିଚାରପତି ସଂଜିତ କୁମାର

ଗିରଫ ହେଲେ କୁବେର ଗୟା ; ୧୦ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ

କୋରାପୁଟ : ବନ୍ଧା ହେଲେ କୋଟିପତି ଯୁଗ୍ମ ମ୍ୟାନେଜର । କୋରାପୁଟ ଜିଲ୍ଲା ସୀମାଗୋଡାର ଇଡ୍‌କଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍‌ସର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ । ୧୦ କୋଟିରୁ ଅଧିକ ଟଙ୍କାର ଆୟ

ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ଚଢ଼ାଉ

ରାଜନଗର : ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ବଡ଼ ଚଢ଼ାଉ । ତିନି ଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ରେଡ୍‌୍‌ ହୋଇଛି । ମଦନ ଦେବନାଥ, ଅମଲ ପ୍ରଧାନ, ସୁଜେସ ମଣ୍ଡଳଙ୍କ ଘରେ ରେଡ କରାଯାଇଛି । ଏହି ଚଢ଼ାଉ ଗତକାଲି ଭୋର ୫ଟାରୁ ଆଜି ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଛି ଆୟକର

କାୟା ମେଲାଉଛି କରୋନା: ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

କାୟା ମେଲାଉଛି କରୋନା । ଫେରିଛି ମାସ୍କ । ପାର୍ଲାମେଣ୍ଟ ଅଧିବେଶନରେ ବାଚସ୍ପତି, ଉପରାଷ୍ଟ୍ରପତି, ସାଂସଦ, ମନ୍ତ୍ରୀ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ସେହିପରି ଆଜିଠୁ ମାସ୍କ ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଫାଇଟ୍‌ ଟି

ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ ଏବଂ ଏହାର ପ୍ରଭାବ ଆକଳନ କରିବା ନେଇ ବୈଠକରେ

BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ମାରାତ୍ମକ ଚୀନ୍‌ ଭାରିଆଣ୍ଟ BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା । ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ ।