ଧାନ ଖାଇବାକୁ ଆସି ଖଳାରେ କଚାଡ଼ି ଦେଲା ହାତୀ

ଭବାନୀପାଟଣା: ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତାହାତୀ। ଘଉଡାଇବାରୁ ଜଣକୁ ଶୁଣ୍ଢରେ ଧରି କଚାଡ଼ି ଦେଲା ହାତୀ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଗୁରୁତରଙ୍କ ଭିତରେ ଜଣେ ୬

୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ଡିଲ୍‌, ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର:୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ହେଉଥିଲା ଡିଲ୍‌। ଏହି ସମୟରେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଜାଲ୍‌ ନୋଟ୍‌ ଜବତ କରିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଜାଲ୍‌ ନୋଟ୍‌ କାରବାର ନେଇ ଏସ୍‌ଟିଏଫ୍‌

ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ନିର୍ଧୂମ ମାଡ଼

ଯାଜପୁର: ସୀମା ଟପିଲା ବର୍ବରତା । ବିଚ୍‌ ରାସ୍ତାରେ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି କଲେ କିଛି ଯୁବକ । ପୂର୍ବତନ ସରପଞ୍ଚ ଥିବା ଜଣେ ବୃଦ୍ଧଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି। ବୃଦ୍ଧଜଣକ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହା ପ୍ରାୟ

ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି! ଗଲା ଆଉ ଜଣଙ୍କ ଜୀବନ

ପୁରୀ: ଶ୍ରୀକ୍ଷେତ୍ରରେ ବ୍ୟାପୁଛି ଝାଡ଼ାବାନ୍ତି! ଆଜି ଯାଇଛି ଆଉ ଜଣଙ୍କ ଜୀବନ। ଏହାଛଡ଼ା ଅନେକ ଲୋକ ଆକ୍ରାନ୍ତରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସ୍ଥାନୀୟ

ବାଉଁଶ ବୁଦାରୁ ମିଳିଲା ସାଇକେଲ, ୨ଦିନ ହେଲା ଟ୍ୟୁସନ ଯାଇ ଫେରିନି ପୁଅ

ନୟାଗଡ଼: ବାଉଁଶ ବୁଦାରୁ ମିଳିଲା ପୁଅର ସାଇକେଲ। ହେଲେ ୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ମା’ ବାଇଆଣି ପରି ପୁଅକୁ ଖୋଜିହେଉଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ

୫୪ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଉପରୁ କଟକଣା ଉଠାଇଲା ବିସିଆଇ

ସମ୍ବଲପୁର: ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଫ ଇଣ୍ଡିଆ (ବିସିଆଇ) ପ୍ରତ୍ୟାହାର କରିନେଇଛି। ଫଳରେ ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନସ ରଦ୍ଦ କଟକଣା

ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ  

ବାରିପଦା: ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଦିନିଆ ଗାଁରେ ଏଭଳି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ସ୍ତ୍ରୀ ଶାରଦା ମାରାଣ୍ଡି। ଗତ ରବିବାରଠାରୁ ଶାରଦା ଘରୁ

ପାରିବାରିକ କଳହ ପାଇଁ ବିଷ ପିଇଦେଲେ ମା’ ଓ ମୁକ ପୁଅ

ଖଲ୍ଲିକୋଟ: ପାରିବାରିକ କଳହ ଉଗ୍ର ରୂପ ନେଇ ଉଜାଡ଼ିଦେଲା ସଂସାର । ମା’ ଓ ମୁକ ପୁଅଙ୍କ ମଧ୍ୟରେ ଲାଗିଥିବା କଳହ ଯୋଗୁ ଶେଷରେ ଉଭୟ ବିଷ ଦେଲେ । ମା’ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ରମ୍ଭା ଥାନା ବୋରିଗାଁରେ ଘଟିଛି ।

ଚୀନର ବେଜିଂ ରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ବେଜିଂ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନର ବେଜିଂ ଏବେ ଏକ ଭୂତ ସହରରେ ପରିଣତ ହୋଇଛି। ଚୀନର ରାଜଧାନୀ ବେଜିଂର ଲୋକସଂଖ୍ୟା ୨.୨ କୋଟି ହେବ। ଏଠାରେ ଦୋକାନବଜାର ବନ୍ଦ ଥିବାବେଳେ ରେସ୍ତୋରାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଫଳରେ ଚୀନ ବସ୍ତୁତଃ ଏକ ଭୂତ ସହର ଭଳି ଲାଗୁଛି।

ଆନ୍ଧ୍ରପ୍ରଦେଶର ପଲ୍‌ନାଡୁରେ ‘ୱାଇଏସ୍‌ଆର୍‌ସିପି’- ‘ଟିଡିପି’ କର୍ମୀଙ୍କ ମଧ୍ୟରେ ସଂଘର୍ଷ; ୧୪୪ ଧାରା ଜାରି

ପଲନାଡୁ: ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲା ଅନ୍ତର୍ଗତ ମାଚର୍ଲାରେ ‘ଇଧେମି କର୍ମା’ ସମୟରେ ଶାସକ ‘ଯୁବଜନ ଶ୍ରମିକ ରାୟତୁ କଂଗ୍ରେସ ପାର୍ଟି (ୱାଇଏସ୍‌ଆର୍‌ସିପି) ଏବଂ ‘ତେଲୁଗୁ ଦେଶମ୍‌ ପାର୍ଟି’ (ଟିଡିପି) କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିବାରୁ ପୁଲିସ ୧୪୪ ଧାରା