କୋରାପୁଟ ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

କୋରାପୁଟ: ଓଲଟିଲା ଗ୍ୟାସ ଟ୍ୟାଙ୍କର। କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର। ପଟାଙ୍ଗୀ ପଡାଲଗୁଡା ଛକ ନିକଟରେ ଗ୍ୟାସ୍‌ ଟ୍ୟାଙ୍କର ରାସ୍ତା କଡକୁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର। ଘଟଣାସ୍ଥଳରେ ପଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି।

ଭିଜିଲାନ୍ସ ଜାଲରେ ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ । ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଗଜପତିର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବ୍ରହ୍ମପୁର

ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା: ତଦନ୍ତ କରିବ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ସମ୍ବଲପୁର: ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାର ତଦନ୍ତ କରିବ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟିରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଡିପି ଧଳ, ମାନସ ମହାପାତ୍ର ଏବଂ ଜଶୋବନ୍ତ ଦାସ । ଜାନୁଆରୀ ୧୫ ତାରିଖ ସୁଦ୍ଧା ବିସିଆଇକୁ କମିଟି ରିପୋର୍ଟ ଦେବ

ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି, ୫ରୁ ବୋର୍ଡ ୱେବସାଇଟ୍‌ରେ ମିଳିବ ଆଡମିଟ୍‌ କାର୍ଡ

କଟକ: ଜାନୁଆରୀ ୧୨ରେ ଓଏସ୍‌ଏସ୍‌ଟିଇଟି। ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଜାନୁଆରୀ ୧୨ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ଏବଂ ଦ୍ୱିତୀୟ ପେପର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧୨ଟା ୩୦ ଯାଏ ଚାଲିବ। ଏହି

ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ,୨୫୦୦ ପୁଲିସ ମୁତୟନ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଶାସକ-ବିରୋଧୀ ମୁହାମୁହିଁ ହେଉଛନ୍ତି। ଉଭୟ ପରସ୍ପର ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଛି। ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମଭିଏ) ପକ୍ଷରୁ ଏକ ‘ହାଲା ବୋଲ’ ଆରମ୍ଭ ହେଉଛି।

ସୁପ୍ରିମକୋର୍ଟରେ ବିଲକିସ ବାନୋ ନିରାଶ, ପୁନର୍ବିଚାର ଆବେଦନ ଖାରଜ୍

ନୂଆଦିଲ୍ଲୀ: ୨୦୦୨ରେ ତାଙ୍କ ସହିତ ଗଣଦୁଷ୍କର୍ମ କରିବା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ୧୧ଜଣ ବ୍ୟକ୍ତିଙ୍କୁ ଶୀଘ୍ର ମୁକ୍ତ କରାଯିବା ଆଦେଶକୁ ଚାଲେଞ୍ଜ୍‌ କରି ବିଲ୍‌କିସ୍‌ ବାନୋ ଫାଇଲ୍‌ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଆଜି

ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ ବୋଲି କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମ‌ାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଗୃହର ଅଧ୍ୟକ୍ଷ ଅନୁମତି ଦେବା ସତ୍ତ୍ବେ ତାଙ୍କୁ ରାଜ୍ୟସଭାରେ ଅରୁଣାଚଳ

ୟୁକ୍ରେନ୍‌ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କଲା ଆମେରିକା

ୱାସିଂଟନ୍‌: ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌ ଯୁଦ୍ଧ ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛି। ସମସ୍ତ ପ୍ରକାର ହିଂସା ବର୍ଜନ କରି କୂଟନୀତି ଜରିଆରେ ରୁଷ୍‌ ଓ ୟୁକ୍ରେନ୍‌ ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହି

ଘରେ ପହଞ୍ଚି କୋଟିପତି ହେଲା ଦର୍‌ଘାରେ ଭିକ ମାଗି ଚଳୁଥିବା ୧୦ ବର୍ଷିୟ ବାଳକ

ରୁଡ଼କୀ: ରୁଡ଼କୀ ନିକଟସ୍ଥ ପିରାନ୍‌ କାଲିୟାର୍‌ ଶରୀଫ୍‌ ପରିସର ଭିତରେ ଓ ବାହାରେ ଭିକ୍ଷାମାଗି ଚଳୁଥିବା ଜଣେ ମଳିମୁଣ୍ଡିଆ ବାଳକ ସମ୍ପ୍ରତି ଘରକୁ ଫେରି କୋଟିପତି ହୋଇଯାଇଛି। ସଂଗୃହୀତ ସୂଚନା ଅନୁସାରେ, ସେ ବାଳକଜଣକ ହେଉଛି ବର୍ଷେରୁ ଅଧିକ ହେବ ହଜି ଯାଇଥିବା ୧୦ ବର୍ଷିୟ ଶାହଜେବ୍‌

ନିଜ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲାଗି ଦାବି କଲେ ଭାରତର ପ୍ରଥମ କିନ୍ନର ବିଚାରପତି

ଇନ୍ଦୋର: ଭାରତର ପ୍ରଥମ କିନ୍ନର ବିଚାରପତି ଜୋୟିତା ମଣ୍ଡଳ ନିଜ ସମ୍ପ୍ରଦାୟର ସାମାଜିକସ୍ତରରେ ଉତ୍ଥାନ ପାଇଁ ସ୍ୱର ଉଠାଇଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ସରକାରୀସ୍ତରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସେ ଦାବି କରିଛନ୍ତି। କିନ୍ନର ସମ୍ପ୍ରଦାୟକଙ୍କ ପାଇଁ ସରକାରୀ