Sign in
Sign in
Recover your password.
A password will be e-mailed to you.
ଝିଅ ହେବ ତ ରୋହିଣୀଙ୍କ ପରି, ଆଗାମୀ ପିଢ଼ି ପାଇଁ ସେ ଉଦାହରଣ ବୋଲି କହିଲେ ବରିଷ୍ଠ ବିଜେପି ନେତା
ନୂଆଦିଲ୍ଳୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଗତକାଲି ସିଙ୍ଗାପୁରରେ କିଡ୍ନି ପ୍ରତ୍ୟାରୋପଣ ହୋଇଯାଇଛି। ତାଙ୍କୁ କିଡ୍ନି ଦାନ କରିଛନ୍ତି ତାଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ। ରୋହିଣୀ ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ଏତେ ବଡ଼ ତ୍ୟାଗ!-->…
ଏମ୍ସ ପରେ ଆଇସିଏମଆର : ଗୋଟିଏ ଦିନରେ ୬ ହଜାର ଥର ସାଇବର ଆକ୍ରମଣ ଉଦ୍ୟମ
ନୂଆଦିଲ୍ଲୀ : ଯାହା ଜଣାପଡ଼ୁଛି ଭାରତୀୟ ସ୍ବାସ୍ଥ୍ୟବ୍ୟବସ୍ଥାକୁ ପଙ୍ଗୁ କରିଦେବାକୁ ଏକ ଯୋଜନାବଦ୍ଧ ଉପାୟରେ କାମ କରୁଛନ୍ତି ଚୀନର ସାଇବର ସେନା । ଭାରତର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀ ଏମ୍ସ ଉପରେ ସାଇବର ଆକ୍ରମଣ କରି ତାହାକୁ ଗତ ଦୁଇ ସପ୍ତାହ ହେଲା ଏକରକମ ଅଚଳ କରିଦେଇଥିବା ଚାଇନିଜ୍!-->…
ବାବାସାହେବ ଆମ୍ବେଦକରଙ୍କ 66ତମ ମହାପରିନିର୍ବାଣ ଦିବସ ପାଳନ…
ବ୍ରହ୍ମପୁର : ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ 66ତମ ମହାପରିନିର୍ବାଣ ଦିବସରେ ଆଜି ବ୍ରହ୍ମପୁର ଠାରେ ପ୍ରଭାତ ଫେରି ପରେ ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମରଣ ସଭା ଆୟୋଜିତ ହୋଇଯାଇଛି l ପୂଜ୍ୟ ପୂଜା ସମିତି, ମିଳିତ ଜନ ଅଧିକାର ଆନ୍ଦୋଳନ ଓ!-->…
ମୋର୍ବି ଦୁର୍ଘଟଣା: ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗରେ ଟିଏମ୍ସି ନେତା ସାକେତ୍ ଗୋଖ୍ଲେ ଗିରଫ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଘନିଷ୍ଠ ସାକେତ୍ ଗୋଖ୍ଲେଙ୍କୁ ଗୁୁଜୁରାଟ ପୁଲିସ୍ ସୋମବାର ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ଗିରଫ କରିଛି। ମୋର୍ବୀ ବ୍ରିଜ୍ ଭୁଶୁଡ଼ିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ବଙ୍ଗାଳୀ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା; ଅଭିନେତା ପରେଶ ରାୱଲଙ୍କ ବିରୋଧରେ ଦାଏର ହେଲା ଏତଲା
କୋଲକାତା: ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରାୱଲଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିବା ସହ ସିପିଆଇ(ଏମ୍)ର ଲୋକସଭା ସାଂସଦ ମହମ୍ମଦ ସଲିମ!-->…
ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍: ବିକାଶ ଅଭାବରୁ ଭୋଟ୍ ବର୍ଜନ କଲେ ୪ଟି ଗ୍ରାମ
ଅହମଦାବାଦ : ଗୁଜରାଟରେ ସୋମବାର ଦିନ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ତେବେ ଗୁଜରାଟର ମେହସନା ଜିଲ୍ଲାର ୪ଟି ଗ୍ରାମ ଭୋଟ୍ ବର୍ଜନ କରିଛନ୍ତି। ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉନଥିବାରୁ ଭୋଟରମାନେ ଭୋଟ୍ ବର୍ଜନ କରିଛନ୍ତି।!-->…
ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୬ଟି ଏନଡିଆରଏଫ ଟିମ ମୁତୟନ
ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ। ମୁତୟନ ହେଲା ୬ଟି ଏନଡିଆରଏଫ ଟିମ। ଡିସେମ୍ବର ୮ ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଗୁଚାପ ପାଇଁ!-->…
ମହିଳାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଦେଲେ, ଡ୍ରମରୁ ମିଳିଲା କଟା ଶରୀର
ବିଶାଖାପଟନମ: ପୁଣିଥରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୁଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍ ଭିତରୁ ଉଦ୍ଧାର କରିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।!-->…
ମର୍ଣ୍ଣିଂୱାକରେ ଯାଉଥିବା ବେଳେ ରାଜନେତାଙ୍କୁ ନିର୍ମମ ଭାବେ ହତ୍ୟା
ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର କ୍ଷମତାସୀନ ୱାଇଏସ୍ଆର କଂଗ୍ରେସରେ ଜଣେ ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ମର୍ଣ୍ଣିଂୱାକ୍ରେ ଯାଉଥିବା ବେଳେ କିଛି ଅଜଣା ଯୁବକ ତାଙ୍କୁ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଆଜି ସକାଳେ ଶ୍ରୀକାଲୁମୀରେ!-->…
ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା। ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ଭାରତ ସରକାର ଶସ୍ତାରେ ମସ୍କୋ ଠାରୁ ତେଲ କିଣିବା ନୈତିକତା ଦୃଷ୍ଟିକୋଣରୁ ଅନୁଚିତ ବୋଲି!-->…