୭୧ ହଜାର ଲୋକଙ୍କୁ ମିଳିବ ଚାକିରି, ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ: ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର

ଅହେତୁକ ଅବହେଳା ! ଝୁଲା ପୋଲ ଭୁଶୁଡ଼ିବା ଦିନ ବିକ୍ରି ହୋଇଥିଲା ୩,୧୬୫ ଟିକେଟ

ମୋର୍ବି: ଗୁଜରାଟାର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସ୍ଥାନୀୟ ପ୍ରଶାସନ ଓ ଝୁଲା ପୋଲର ନବୀକରଣ ପାଇଁ ଠିକା ନେଇଥିବା ଓରେଭା ଗ୍ରୁପ ଲୋକଙ୍କୁ

ଫିଫା ବିଶ୍ୱକପକୁ ବୟକଟ ପାଇଁ ଆହ୍ୱାନ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର

ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କଲାନି ଅଫତାବ

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅଫତାବ ପୁନାୱାଲା ହତ୍ୟା କରିଥିବା କଥା କୋର୍ଟରେ ସ୍ୱୀକାର କରିନାହିଁ। ଏନେଇ ପ୍ରକାଶ ପାଇଥିବା ରିପୋର୍ଟରେ ସତ୍ୟତା ନାହିଁ ବୋଲି ଅଫତାବର ଓକିଲ ସୂଚନା ଦେଇଛନ୍ତି। ଏଥିସହ ଅଫତାବ ନାଁରେ ହୋଇଥିବା ସମସ୍ତ ମାମଲା ପାରିପାର୍ଶ୍ୱିକ

ଆସାମ-ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

ଗୌହାଟୀ: କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି।ଏହି ସଂଘର୍ଷ ପରେ

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ

ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ

ଭୁବଶ୍ବେର: ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ବ୍ୟବସାୟୀ ଅମୀୟ ଦାସ। ସେ ଆଜି ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଭୋଟର ସଂଶୋଧନ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ସଂଯୋଜନାରେ ଭୋଟ ତାଲିକା ସଂଶୋଧନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୮ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଛାତ୍ରଛାତ୍ରୀ ମାନେ କିଭଳି ଆଗାମୀ ନିର୍ବାଚନ ରେ ସଠିକ୍ ଭୁମିକା

ଛତ୍ରପୁରଠାରେ କୃଷି ରଥ ଶୁଭାରମ୍ଭ

ଛତ୍ରପୁର : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ କୃଷି ରଥ ର ଶୁଭାରମ୍ଭ ହୋଇଯାଇଛି l ଏହାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ,ତହସିଲଦାର ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଓ କୃଷି ଜିଲ୍ଲା ଅଧିକାରୀ

କଟକ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ

କଟକ ୨୨/୧୧: ମାତିଛନ୍ତି ସାଇବର ଠକ । ପୁଣି ସାଇବର ଠକଙ୍କ ଟାର୍ଗେଟରେ ପଡିଛନ୍ତି କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ଭବାନି ଶଙ୍କର ଚଇନୀଙ୍କ ନାମରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ । ହ୍ୱାଟ୍ସଆପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ୍ ଆକାଉଣ୍ଟ ଜରିଆରେ ହ୍ୟାକର କରୁଛି ମେସେଜ୍