ଛତିଶା ନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ ଶ୍ରୀଜିଉ ଦର୍ଶନ ସମୟ ଧାର୍ଯ୍ୟ

ପୁରୀ ୦୪/୧୧: ଛତିଶା ନିଯୋଗ ବୈଠକ ଶେଷ।‌ ରାଷ୍ଟ୍ରପତି ଅପରାହ୍ଣ ୧୨ ଟାରୁ ୧ ଟା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବାହ୍ଣ ୧୦ଟା ୩୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ

ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି। ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଆସିଛି। ଲୋକେ

ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର‌ରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ। ପଞ୍ଚୁକ ପରେ ପରେ ଆରମ୍ଭ ହେବ କାମ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କିମ୍ବା ସାମୁଦ୍ରିକ ଝଡ଼ !

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଓ୍ଵିଣ୍ଡି ପୂର୍ବାନୁମାନ କରିଛି । ଓ୍ଵିଣ୍ଡିର ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆକଳନ କରିଛି । ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ଆକଳନ

ବନ ବଭାଗ କାର୍ଯ୍ୟାନୁଷ୍ଠାନ: ଦେଶୀ ବନ୍ଧୁକ ସହିତ ୨ ଅଭିଯୁକ୍ତ ଗିରଫ

ତେଲକୋଇ ୦୪/୧୧: ୨ଟି ଦେଶି ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁରୁଚରଣ ନାୟକ, ଅଖିଳ ସାହୁ। ସେମାନେ ପଡ଼ିଆପଶି ଓ ବଳଭଦ୍ରପୁର ବାସିନ୍ଦା ବାଲି ଜଣାପଡ଼ିଛି। ବେଆଇନ ଭାବେ ଏମାନେ ଦେଶି ବନ୍ଧୁକ ରଖିଥିଲେ। ବନ୍ୟଯନ୍ତୁ ଶିକାର

କ୍ୟାରି ବ୍ୟାଗ୍‌ ପାଇଁ ନେଇଥିଲେ ଅଧିକ ଟଙ୍କା; ୨୫ ହଜାର ଜୋରିମାନା ଦେବାକୁ ଖାଉଟି ଅଦାଲତର ନିର୍ଦ୍ଦେଶ

କଟକ ୦୪/୧୧ : କ୍ୟାରି ବ୍ୟାଗ ବାବଦରେ ଅଧିକ ଟଙ୍କା ରଖିଥିବା ଏକ ପ୍ରତିଷ୍ଠିତ ସପିଙ୍ଗ ମଲ କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ୨୦୨୦ ଡିସେମ୍ବରରେ ଏଭଳି ଏକ ଘଟଣା ଘଟିଥିଲା। କଟକ ହରିପୁର ବାସିନ୍ଦା ପଦ୍ମଲୋଚନ ରାଉତ ଦୋଳମୁଣ୍ଡାଇରେ ଥିବା ବଜାର

ସରିଲା ୨୦ଟି ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ; ଲୋକାର୍ପଣ କରିବେ ରାଷ୍ଟ୍ରପତି

କଟକ ୦୪/୧୧: ଇଂରାଜୀରୁ ଓଡ଼ିଆକୁ ଅନୁବାଦ ହୋଇଥିବା ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମର ୨୦ଟି ବିଷୟର ବହି ଏହା ମଧ୍ୟରେ ପ୍ରସ୍ତୁତ ହୋଇସାରିଛି। ଏହି ବହି ଗୁଡିକ ଆଗାମୀ ନଭେମ୍ୱର ୧୧ରେ ମହାମହିମ ରାଷ୍ଟ୍ରପତି ଲୋକାର୍ପଣ କରିବେ। ଭୁବନେଶ୍ୱର ଜୟଦେବ ଭବନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ।

ନଭେମ୍ୱର ୨୩ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା

କଟକ ୦୪/୧୧: ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା ନେଇ ସମ୍ୱାଦିକ ସମ୍ମିଳନୀ କରି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍‌-୧ ଆରମ୍ଭ ହେବାକୁ ଯାଉଛି ବୋଲି ପରୀକ୍ଷା ବୋର୍ଡ ସଭାପତି କହିଛନ୍ତି। ନଭେମ୍ୱର ୨୩ ରୁ ୩୦ ଯାଏ ଏହି ପରୀକ୍ଷା ହେବ। ଅନ୍ଯପଟେ

ଭୁବନେଶ୍ବର ଏମ୍ସରୁ ୧୩ ଦଲାଲ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରୁ ଦଲାଲ୍‌ ଗିରଫ । ଟିକେଟ ଦଲାଲ କରୁଥିବା ଅଭିଯୋଗ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ବହୁ ଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ୍‌ କାଟି ବ୍ଲାକରେ ବିକ୍ରି କରୁଥିଲେ । ଏମ୍‌ସରେ ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ହେଉଛି ।

ସୀମା ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୦୪/୧୧: ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।