ମତଦାନ କେନ୍ଦ୍ରରେ ସେଲଫି ନେବା ମହଙ୍ଗା ପଡ଼ିଲା; କାନପୁର ମେୟରଙ୍କ ନାମରେ ମାମଲା ରୁଜ୍ଜୁ

କାନପୁର: ରବିବାର ଦିନ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ମତଦାନ କେନ୍ଦ୍ରରେ ନିଜର ମତାଧିକାର ଅଧିକାର ସାବ୍ୟସ୍ତ କରୁଥିବା ବେଳେ ସେଲଫି କ୍ଲିକ୍‌ କରିବା ଏବଂ ଏକ ଭିଡିଓ ତିଆରି କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ତଥା କାନପୁର ମେୟର ପ୍ରମିଳା

ବାତ୍ୟା ବେଳେ ଲଣ୍ଡନ୍‌ରେ ନିରାପଦରେ ଅବତରଣ କଲା ଏୟାର୍‌ ଇଣ୍ଡିଆର ୨ଟି ବିମାନ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ୟୁରୋପ୍‌ରେ ବାତ୍ୟା ‘ୟୁନିସ୍’ ଭୀଷଣ ବେଗରେ ପ୍ରବାହିତ ହେଉଥିବା ବେଳେ ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରେ ଏୟାର୍‌ ଇଣ୍ଡିଆର ୨ଟି ବିମାନ ନିରାପଦରେ ଅବତରଣ କରି ଆଲୋଚ୍ୟ ବିଷୟ ପାଲଟିଛି। ଏହି ଅବତରଣକାଳୀନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌

ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ଭାରତ-ଚୀନ୍‌ ସମ୍ପର୍କ: ଏସ୍‌. ଜୟଶଙ୍କର

ମ୍ୟୁନିକ୍‌: ବେଜିଙ୍ଗ୍‌ ସୀମାନ୍ତ ରାଜିନାମା ଉଲ୍ଲଂଘନ କରିବା ଯୋଗୁଁ ଭାରତ-ଚୀନ୍‌ ସମ୍ପର୍କ ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସୀମାନ୍ତ ପରିସ୍ଥିତି ସମ୍ପର୍କର ପରିସ୍ଥିତି ନିର୍ଦ୍ଧାରଣ କରେ ବୋଲି

ଯୁଦ୍ଧ ଆସନ୍ନ : ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବ ରୁଷ୍‌ – ହାରିସ୍‌

ମସ୍କୋ : ୟୁକ୍ରେନ୍‌ ସଙ୍କଟ ଦିନକୁ ଦିନ ଘନେଇବା‌ରେ ଲାଗିଛି। ୟୁକ୍ରେନ୍‌ ସୀମାରେ ରୁଷ୍‌ ସେନାବାହିନୀର ପ୍ରାୟ ୭୫ ହଜାର ସୈନିକ ସିଧାସଳଖ ଭାବେ ଆକ୍ରମଣ ସ୍ଥିତିରେ ରହିଛନ୍ତି ବୋଲି ଆମେରିକା ଦାବି କରିଛି ଏବଂ ଏହାର ଜବାବ ଦେବାକୁ ୟୁକ୍ରେନ୍‌ ମଧ୍ୟ ତୟାର ରହିଛି। ସୀମା ନିକଟରେ

ଥମୁନି ‌ହିଜାବ ବିବାଦ: ଶିବମୋଗାରେ ହିଜାବ ପିନ୍ଧିଥିବାରୁ ୫୮ ଛାତ୍ରୀ ନିଲମ୍ବିତ

ବେଙ୍ଗାଲୁରୁ : ହିଜାବ ପିନ୍ଧିବାକୁ ନେଇ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଦକ୍ଷିଣ କନ୍ନଡ଼ ଏବଂ ଉଡ଼ୁପି ଜିଲ୍ଲାର ଅଧିକରୁ ଅଧିକ କଲେଜ୍‌କୁ ଆନ୍ଦୋଳନ ବ୍ୟାପିଲାଣି। ୧୦ ଦିନ ସ୍କୁଲ୍‌ କଲେଜ୍‌ ବନ୍ଦ ରହିବାପରେ ପୁଣିଥରେ ଖୋଲିଛି। ଉଡ଼ୁପିର ମିଲାଗ୍ରେସ କଲେଜ୍‌,

ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ…

ରାଉରକେଲା (୧୯/୦୨) : ଭାରତ ସରକାରଙ୍କ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସମ୍ବର୍ଦ୍ଧିତ ହୋଇଛି। ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ଲାଗି ରାଉରକେଲା ଏହି ସଫଳତା ହାସଲ କରିଛି।

ନିର୍ବାଚନ ନିମନ୍ତେ ଟିକାବାଲି ପ୍ରଶାସନର ପ୍ରସ୍ତୁତି

ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ଚଳିତ ମାସ 22 ତାରିଖରେ ଭୋଟ ରହିଥିବା ବେଳେ ଟିକାବାଲି ବ୍ଲକ ପ୍ରସାସନ ଭୋଟ ଯେପରି ସୁରୁଖୁରୁରେ ହେବ ସେଥିନିମନ୍ତେ ଲାଗିପଡିଥିବା ଜଣାପଡିଛି । ଟିକାବାଲି ପୋଲିସ ପ୍ରସାସନ ମଧ୍ୟ

ସୌର ପ୍ରକଳ୍ପ ଅଛି, କିନ୍ତୁ କାମ କରୁନି : ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଦର ମହକୁମାଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡ଼ା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗାଁରେ ଏକ ସୌର ପ୍ରକଳ୍ପ ଥିବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉନାହିଁ। ଖରାଦିନ ନ ଆସୁଣୁ

ବିଦେଶରେ କାର୍ଯ୍ୟରତଙ୍କ ଭୋଟ ଦେବା ଘଟଣା : ସାନି ମତଦାନ ଦାବି

ଚିକିଟି : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କ ଭୋଟିଂ କାଳ ରେ କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ମନ୍ତବ୍ୟ ଚିକିଟି ବ୍ଲକ ରେ ବିଫଳ ହୋଇଛି । ବ୍ଲକ ର ପିତାତଳି ପଞ୍ଚାୟତ ବଇରୀବାଡ଼ ରେ ଏଜେଣ୍ଟ ଙ୍କ ପ୍ରତିବାଦ ସତ୍ୱେ ରେଗିଂ କରାଯାଇଛି।ପୋଲିସ ଉପସ୍ଥିତ

ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ

ଛତ୍ରପୁର (୧୯/୦୨) : ସହରାଞ୍ଚଳ ଗୁଡିକରେ ବିଦ୍ୟମାନ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ର (UPHC) ଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ, ଆସ୍କା