Sign in
Sign in
Recover your password.
A password will be e-mailed to you.
୭ରେ ଲଘୁଚାପ, ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ୭ରେ ଲଘୁଚାପ। ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୭ ଏବଂ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ବର୍ଷାରେ ଭିଜିବ!-->…
ଆସନ୍ତାକାଲି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତାକାଲି ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ 'ଆଜାଦି କା ଅମୃତ ମହୋତ୍ସବ'ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ!-->…
ବଲାଙ୍ଗୀରରେ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ
ବଲାଙ୍ଗୀର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ । ତେବେ ଚିରାଚରିତ ପ୍ରଥା ଅନୁଯାୟୀ ବଲାଙ୍ଗୀର ଜ୍ୟୋତିଷ ପଣ୍ଡିତ ମହାସଭା ନୂଆଖାଇ ଲଗ୍ନ ନିର୍ଣ୍ଣାୟକ କମିଟି ସ୍ଥିର କରିଛି । ସେପ୍ଟେମ୍ବର ୧ ତାରିଖ ୧୦ଟା ୫୪ ମିନିଟରୁ ୧୧ଟା!-->…
IPS ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ହୋଇଛି ଆଜି ଛୋଟ ଧରଣର ଅଦଳବଦଳ । ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ । ଡେପୁଟେସନରୁ ଫେରିଛନ୍ତି ଯତୀନ୍ଦ୍ର କୋୟଲ । ସେହିପରି ଆଇଜି ପର୍ସନେଲ ହୋଇଛନ୍ତି!-->…
ଖୋଲିଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର: ୪ ଦିନ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାର ଖୋଲିଛି।ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ରବିବାର ସାରୁ ମାର୍କେଟ ବନ୍ଦ ରହିଥିଲା। ସୂଚନାନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଠାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା। ଏହାକୁ ନେଇ ଉଭୟ!-->…
ବର୍ଷାଙ୍କ ଜାତିଆଣ ଆକ୍ଷେପ ମାମଲା: ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ତାଙ୍କୁ ସମନ କରିଥିଲା । ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ!-->…
ବିଜେଡିରେ ଯୋଗ ଦେଲେ ପ୍ରମୋଦ ପଣ୍ଡା
ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ପ୍ରମୋଦ ପଣ୍ଡା। ପ୍ରମୋଦ ଘୁମଶର ବିଜେପିର ଯୁବ ସଭାପତି ଭାବେ ଦୁଇ ବର୍ଷ ଧରି କାମ କରୁଥିଲେ। ଆଜି ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କବିସୂର୍ଯ୍ୟନଗର ବିଧାୟିକା!-->…
ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଯୋଗଦେଲେ ହିଂମାଶୁ ଖଟୁଆ
ଭୁବନେଶ୍ବର: ଆଜି କୋଲକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାଇତ୍ୱ ନେଲେ ଚଳଚିତ୍ର ନିର୍ଦ୍ଦେଶକ ହିଂମାଶୁ ଖଟୁଆ । ଏହା ହେଉଛି ଜାତୀୟ ଫିଲ୍ମ ଶିକ୍ଷା ଅନୁଷ୍ଠାନ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳଚିତ୍ର ସଂପର୍କିତ ଶିକ୍ଷା ଲାଭ!-->…
ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ
ଦାରିଙ୍ଗବାଡ଼ି, (୪/୮) : ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏଥି ସହିତ କୁମ୍ଭବଜାର ଠାରେ କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ , ବସଷ୍ଟାଣ୍ଡ ନିକଟରେ ଉଠା ଦୋକାନୀ ଙ୍କୁ ଥଇଥାନ ସୁବିଧା, ଟିଡ଼ିସିସି ପଡ଼ିଆ ଠାରେ ଜବରଦଖଲ!-->…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୧୪୧ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ୪୦ ବର୍ଷିୟା ମହିଳା। ଅନ୍ୟପଟେ,!-->…