ବାଣୀବିହାରରେ ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ବର: ବାଣୀବିହାର ପରିସରରେ ବୁଲିଲା ଖଣ୍ଡା ଓ ଭୁଜାଲି। ଉତ୍କଳ ବିଶ୍ବବିଦ୍ୟାଳୟର ପୁରୁଣା କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି। ଉଭୟ ଛାତ୍ରଗୋଷ୍ଠୀ ଗାଳିଗୁଲଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଲେ। କିଛି ଗାଡ଼ି

ପଞ୍ଚରାଷ୍ଟ୍ରୀୟ ହକିରେ ଭାରତ ଅପରାଜେୟ: ଅନୁ, ନିକିତା, ବୈଷ୍ଣବୀଙ୍କ ଗୋଲ୍‌ରେ ହାରିଲା ଆମେରିକା

ଡବଲିନ: ଆୟର୍ଲାଣ୍ଡର ଡବଲିନଠାରେ ଚାଲିଥିବା ପଞ୍ଚରାଷ୍ଟ୍ରୀୟ ୨୩ ବର୍ଷରୁ କମ୍ ହକି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍ ଭାରତୀୟ ଦଳ ଆମେରିକାକୁ ଏକତରଫା ଭାବେ ୪-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅନୁ (୪୯ ଓ ୫୨ ମିନିଟ୍)

୧୦ ମାସ ପରେ କାବୁଲରେ ପୁଣି ଖୋଲିଲା ଭାରତୀୟ ଦୂତାବାସ

କାବୁଲ : ୧୦ ମାସ ବନ୍ଦ ରହିବା ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଖୋଲିଛି ଭାରତୀୟ ଦୂତାବାସ । ଏହା ସହିତ ଭୂକମ୍ପ ବିଧ୍ବସ୍ତ ଆଫଗାନିସ୍ତାନକୁ ଭାରତ ପଠାଇଥିବା ମାନବୀୟ ସହାୟତାର ତଦାରଖ କରିବାକୁ ଭାରତ ଏକ ଟେକନିକାଲ ଟିମ ସମେତ କେତେକ କୂଟନୀତିଜ୍ଞଙ୍କୁ ପଠାଯାଇଛି ।ଭାରତ ଦ୍ବାରା

ୱାୟନାଡ଼ରେ ରାହୁଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ, ଭଙ୍ଗାରୁଜା

ନୂଆଦିଲ୍ଲୀ: କେରଳର ୱାୟନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଶୁକ୍ରବାର ଦିନ ଆକ୍ରମଣ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର ଏକ ପ୍ରତିବାଦ ଶୋଭାଯାତ୍ରା ହିଂସାତ୍ମକ ରୂପ ନେବାପରେ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ

ଯୁଦ୍ଧ ଜାହାଜରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ଶୁକ୍ରବାରଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ସଫଳ ପରୀକ୍ଷଣ

ଲଦାଖରେ ତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଲଦାଖରେ ଏକ ସ୍ବତନ୍ତ୍ର ପ୍ରକାରର ଯୁଦ୍ଧ ଯାନ ମୁତୟନ କରିଛି ଭାରତୀୟ ସେନା । ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧଯାନର ନାଁ ହେଉଛି ଇନଫ୍ରାଣ୍ଟ୍ରି ପ୍ରୋଟେକ୍ଟେଡ୍ ମୋବିଲିଟି ଭେହିକ୍ଲ (ଆଇପିଏମଭି) । ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ଓ

ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି – ଉଦ୍ଧବ ଠାକରେ

ମୁମ୍ବାଇ: ବିଜେପି ଆମ ପଛପଟୁ ଛୁରି ମାରିଛି। ଆମେ ବିଜେପି ସହ ବୁଝାମଣା କରିବା ପ୍ରଶ୍ନ ଉଠୁନି। ରାଜନୈତିକ ଚକ୍ରାନ୍ତରେ ଶିକାର ହୋଇ କ୍ଷମତାଚ୍ୟୁତ ହେବାକୁ ବସିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ଜରିଆରେ ଶିବସେନାର କିଛି

ଦିନକରେ ୩୦% ବଢ଼ିଲା କରୋନା ସଂକ୍ରମଣ, ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ମହାମାରୀ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିବା ଆରମ୍ଭ କଲାଣି। ସ୍ଥିତି ଏପରି ହୋଇଛି ଯେ ଦିନକରେ କରୋନର ସଂକ୍ରମଣ ୩୦%ରୁ ଅଧିକ ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ୩୦.୨% ଅଧିକ।ଗୁରୁବାର

କବର ଖୋଳି ପୁଅର ମୃତ ଦେହକୁ ମାଗିଲେ ପରିବାର ଲୋକେ, ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: କବର ଖୋଳି ପୁଅର ମୃତ ଦେହକୁ ହସ୍ତାନ୍ତର ପାଇଁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାଳୟ ରାଜି ହୋଇଛନ୍ତି। ୨୦୨୧ରେ ଆତଙ୍କବାଦୀ ସନ୍ଦେହରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ତାର ମୃତ୍ୟୁ ଘଟିଥିଲା। ଏବେ ତାର ବିଧି

ୟୁରୋପୀୟ ୟୁନିୟନରେ ସାମିଲ ହେବ ୟୁକ୍ରେନ, ମିଳିଲା ପ୍ରାର୍ଥୀର ମାନ୍ୟତା

କିଭ୍‌: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି। ଅର୍ଥାତ ୟୁକ୍ରେନକୁ ୟୁରୋପୀୟ ୟୁନିୟନର ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ୟୁକ୍ରେନ ବ୍ୟତୀତ ମାଲଡୋବାକୁ ମଧ୍ୟ