ରସଗୋଲାକୁ ନେଇ ବର୍ତ୍ତମାନ ସେ ବିବାଦ ଆଉ ନାହିଁ  : ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର: ରସଗୋଲା ଓଡ଼ିଶାର। ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ୍ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ

ରାଜ୍ୟରେ ଆଉ ୫୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୧୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୨ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀର-ସୋନପୁର ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୨ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର : ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ନିକଟତମ ପରିଜନଙ୍କୁ୨ଲକ୍ଷ ଟଙ୍କା ଲେଖାଏଁ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଭୁବନେଶ୍ୱର-ଢେଙ୍କାନାଳରେ ଅଛି ୨୮ଟି ପ୍ଲଟ

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ରେଡ୍‌ରୁ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱର ଓ ଢେଙ୍କାନାଳରୁ ରହିଛି କେବଳ ୨୮ଟି ପ୍ଲଟ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସଂକ୍ରମଣ ବଢୁଛି, କିନ୍ତୁ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍। ମାତ୍ର ୧

୧୬ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ, ହେଲପର ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି

ଆଉ ଏକ ଲଘୁଚାପ ସମ୍ଭାବନା, ପ୍ରଭାବରେ ୧୪ରୁ ବଢିବ ବର୍ଷା

ଭୁବନେଶ୍ୱର: ୩୬ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ସେହିପରି ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ରହିଛି । ଏହି ଲଘୁଚାପ ବଳୟର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ

ମିଳିଲାନି ଚାକିରି, ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଲେ ଛାତ୍ର

ନବରଙ୍ଗପୁର: ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଲେ ଛାତ୍ର । ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ନଥିବାରୁ ନିରାଶ ହେଲେ ନବରଙ୍ଗପୁର ବିଶ୍ୱନାଥ ବଡ଼ନାୟକ । ଲକ୍ଷେ ଟଙ୍କାରେ ସାର୍ଟିଫିକେଟ ବିକ୍ରି ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଛନ୍ତି ବିଶ୍ୱନାଥ । ଦିନେ ଶିକ୍ଷକ ହୋଇ ପିଲାଙ୍କ

ଗୋବିନ୍ଦପାଲ୍ଲୀ ସରକାରୀ ହାଇସ୍କୁଲରେ ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ( ଏସ.ଏସ.ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ୍ ପକ୍ଷରୁ ସାଇବର ଠକେଇ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର