ରୁଷ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ୯ରେ ୟୁକ୍ରେନ ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଧମକ ଆଗରେ ୟୁରୋପର ୪ ଦେଶ ନଇଁଛନ୍ତି। ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି। ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା।

ଓଡ଼ିଶା ଅନେକ କ୍ଷେତ୍ରରେ ଏକ ରୋଲ ମଡେଲରେ ପରିଣତ ହୋଇପାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨ ହଜାର ମସିହାରେ ଦାୟିତ୍ୱ ନେଇଥିଲେ । ଠିକ୍ ବର୍ଷକ ପୂର୍ବରୁ ୧୯୯୯ ମହାବାତ୍ୟା ସବୁ ଛାରଖାର୍ କରି ଦେଇଥିଲା । ବିଗିଡ଼ି ଯାଇଥିଲା

୪୫ ଡିଗ୍ରୀ ସହ ଆଜି ବି ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଗତକାଲି ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା, ଯାହାକି ଚଳିତ ଋତୁରେ ସର୍ବାଧିକ ତାପମାତ୍ରା ଥିଲା ।

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

ଭୁବନେଶ୍ବର : ରାଜ୍ୟରେ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବ । ଏହି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଦେଇଛି। ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୩୪ଟି ଅଦାଲତ ମଧ୍ୟରେ

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଟ୍ୱିନ ସିଟି DCP

ଭୁବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର IPS ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଯାହା ଆଶା କରାଯାଉଥିଲା ତାହା ହୋଇଛି, ବଦଳିଛନ୍ତି ଟ୍ୱିନସିଟିର DCP । କଟକ ଡିସିପି ଦାୟିତ୍ୱରେ ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର DCP ଭାବେ ନିଯୁକ୍ତ କରାଯାଇଛି । ସେହିଭଳି କଟକ ଡିସିପି

ମେ ୫ରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ବର: ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର, ମୃତଦେହ ଉଦ୍ଧାର

ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମଲେଖା ଅଭିଯୋଗ: ୬ ଛାତ୍ରଛାତ୍ରୀଙ୍କ ନାମରେ ଏତଲା

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଅଭିଯୋଗରେ ଭୁବନେଶ୍ୱରର ରାଜଧାନୀ କଲେଜର ୬ଜଣ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ହୋଇଛି। ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ଆଡମିସନ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଚେକ୍ କରିବା ପାଇଁ ବିଭିନ୍ନ ଜିଲାର

ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା।

ନାବାଳିକାଙ୍କ ଅଶ୍ଲୀଳ ଫଟୋ କରି ଫେକ୍ ଆକାଉଣ୍ଟରେ ବ୍ଲାକମେଲ୍, ଅଭିଯୁକ୍ତ ଗିରଫ

କଟକ: ନାଵାଳିକା ମାନଙ୍କର ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ଵ୍ଲାକମେଲ୍ କରୁଥିବା ଜଣେ ଯୁଵକଙ୍କୁ ଗିରଫ କରିଛି କଟକ ସାଇଵର ଥାନା ପୋଲିସ । ଅଭିଯୁକ୍ତ ଯୁଵକ ସୋସିଆଲ ମିଡିଆ ମାଧ୍ୟମରେ ନାଵାଳିକା ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାଵାଳିକା ଫ୍ରେଣ୍ଡ