Browsing Category

ଆଞ୍ଚଳିକ

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ରେ ଚାଲାଣ ହେଉଥିବା ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟରଙ୍କୁ ପୁଲିସ ଗିରଫ କରିଛି।

କୃଷକ ସଶକ୍ତିକରଣ ଦିଗରେ ନୂଆ ପଦକ୍ଷେପ: ପିଠାଭୂଇଁରେ ‘ଜୟ ମାଁ ଲକ୍ଷ୍ମୀ କୃଷକ ସଂଗଠନ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପିଠାଭୂଇଁ ଗ୍ରାମରେ ଚାଷୀମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ଉନ୍ନତି ପାଇଁ ‘ଜୟ ମାଁ ଲକ୍ଷ୍ମୀ କୃଷକ ସଂଗଠନ’ର ନୂତନ କାର୍ଯ୍ୟାଳୟ ଆଜି ଶୁଭାରମ୍ଭ ହୋଇଯାଇଛି। ଗ୍ରାମର ଗୌନ୍ତିଆ ପରିବାରର ମୁଖ୍ୟ ସୁନାଫୁଲ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ଶଙ୍ଖନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଜଣେ ନାବାଳକ

ବୀରମିତ୍ରପୁରରୁ : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଳଙ୍ଗାବାହାଲ ପଞ୍ଚାୟତର ମାଝାଟୋଲୀ ଏବଂ ଡିପାପୋଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ/ଜଳ ଦୁର୍ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ହାଫିନ୍ଦର ସାହୁଙ୍କ ପୁଅ ପ୍ରତାପ ସାହୁ (୯), ରାଜକୁମାର ସାହୁଙ୍କ ଝିଅ

ମାଲକାନଗିରି ଝିଅର ଜାତୀୟ ସଫଳତା : ସଞ୍ଜିତାଙ୍କ ଦମ୍‌ଦାର ପ୍ରଦର୍ଶନ, ଦୁଇ ପଦକ ହାସଲ

୧୩୫ କିଲୋ ଡେଡ୍‌ଲିଫ୍ଟରେ ରୌପ୍ୟ, ୭୭.୫ କିଲୋ ବେଞ୍ଚ୍ ପ୍ରେସ୍‌ରେ କାଂସ୍ୟମାଲକାନଗିରି, ୧୫/୯: ଜାତୀୟ ସ୍ତରର ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଜଣେ ମହିଳା କ୍ରୀଡ଼ାବିତ୍‌ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେପ୍ଟେମ୍ବର ୮ରୁ ୧୧ ତାରିଖ

ମାଲକାନଗିରି ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମାଲକାନଗିରି ୧୫/୦୯ : ଆଜି ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପ ସଭାପତି ରମେଶ ସାହୁ ମଞ୍ଚାସିନ ହୋଇଥିଲେ ।

ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ : ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ପାଇଁ…

ବାଲିଗୁଡ଼ା : ଦିନକୁ ଦିନ ବଢ଼ିଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର। ରାସନ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି। ସୀମିତ ଆୟରେ ପରିବାର ଚଳାଉଥିବା ମଧ୍ୟବିତ୍ତ ଓ ଗରିବ ପରିବାର ଉପରେ ଏହାର ପ୍ରଭାବ

ନୟାଗଡ଼ ଜାମୁକୋଣ ସ୍ଥିତ ବୈଷ୍ଣୋଦେଵୀ ଚୋରି ଘଟଣା: ୪ମାସ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଠାରେ ବିଜେ ମା ବୈଷ୍ଣୋଦେଵୀଙ୍କ ଗମ୍ବୁଜ ଦ୍ଵାର କବାଟ କଡ଼ା ଭାଙ୍ଗି ତିନୋଟି ସୁନାର ମୁକୁଟ, ତିନୋଟି ସୁନା ହାର, ତିନୋଟି ଚାନ୍ଦିର ଚାନ୍ଦୁଆ ଯାହାର ମୂଲ୍ୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚଳିତ

ସିଲ୍ ଥିବା ଖାଲି ଗ୍ୟାସ୍ ସିଲିଣ୍ଡର ଦେଇ ଫସିଲା ଏଜେନ୍ସି: ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ଖାଉଟି ଆୟୋଗଙ୍କ…

ବ୍ରହ୍ମପୁର: ସିଲ୍ ଥାଇ ମଧ୍ୟ ଉପଭୋକ୍ତାଙ୍କୁ ଖାଲି ଏଲ୍‌ପିଜି ସିଲିଣ୍ଡର ଯୋଗାଇବା ଏବଂ ପରେ ତାହା ବଦଳାଇବାକୁ ମନା କରିବା ଏକ ଗ୍ୟାସ୍ ଏଜେନ୍ସି ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ସେବାଗତ ତ୍ରୁଟି ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ, ବ୍ରହ୍ମପୁର

ପାର୍ବଣ ପୂର୍ବରୁ ଅପରାଧିକ ଷଡ଼ଯନ୍ତ୍ର ପଣ୍ଡ : ପିସ୍ତଲ ଓ ଦାମୀ ବାଇକ୍ ସହ ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କଲା…

ବ୍ରହ୍ମପୁର : ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ବ୍ରହ୍ମପୁର ସହରରେ ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ। ସଶସ୍ତ୍ର ଅସାମାଜିକ ବ୍ୟକ୍ତିମାନେ ଏକାଠି ହୋଇ କୌଣସି ବଡ଼ କାଣ୍ଡ ଭିଆଇବାକୁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି