ବିହାରରେ ନୀତିଶଙ୍କ ବିରୋଧରେ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତେଜସ୍ଵୀ !

ପାଟନା : ବିହାରରେ ଇଣ୍ଡି ମେଣ୍ଟ ବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶନିବାର ଏଥିରେ ଏକପ୍ରକାର ସ୍ପଷ୍ଟତା ଆସିଛି। ଆରଜେଡି ନେତା ତେଜସ୍ଵୀ ଯାଦବ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଯାଉଛନ୍ତି। ଯଦିଓ ଏ ନେଇ କୌଣସି ଘୋଷଣା

ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଗୁଜବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ ନିଜର ଚେହେରା ନ ଦେଖାଇବା।

ଶିଘ୍ର ଆସିବ ଆଧାର ମୋବାଇଲ୍‌ ଆପ୍‌ 

ନୂଆଦିଲ୍ଲୀ : ଆଧାରକାର୍ଡକୁ ନେଇ ଆସିଲା ବଡ ଓ ନୂଆ ଅପଡେଟ୍‌ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଇ-ଆଧାର ମୋବାଇଲ୍‌ ଆପ୍‌ ଲଞ୍ଚ କରିବା ନେଇ ପ୍ରସ୍ତୁତି କରୁଛି ଓ ଏହି ଆଧାର ମୋବାଇଲ୍‌ ଆପ୍‌ (ଇ-ଆଧାର ଆପ୍‌) କେବେ ଲଞ୍ଚ ହେବ ସେନେଇ ମଧ୍ୟ ସୂଚନା ମିଳି ପାରୁଛି ।

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ କର୍ମଚାରୀମାନେ ଟ୍ରେନ୍ ସଫା କରିବା

ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍‌ ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍‌ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । -ସେପ୍ଟେମ୍ବର ୨୦ ତାରିଖ

ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର ମାଟି ଗୁଡିକ ଧସି ଗ୍ରାମ ଓ ସାହି

ଡିସେମ୍ବରରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। କ୍ରେମଲିନର ବରିଷ୍ଠ ଅଧିକାରୀ ୟୁରି ଉଶାକୋଭ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନ ସୋମବାର ଚୀନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ

ସାମାଜିକ ଦାୟିତ୍ୱରେ ଦୃଢ଼ ପଦକ୍ଷେପ: ସ୍ଵର୍ଗଦ୍ଵାରର ଉନ୍ନତିକରଣ କାମ କରିବେ ସଞ୍ଜୟ ନନ୍ଦ…

“ଲୋକୋପକାରୀ ପ୍ରୟାସ: ସଞ୍ଜୟଙ୍କ ହାତେ ନୂଆ ରୂପ ପାଇବ ସ୍ଵର୍ଗଦ୍ଵାର” ସୁନ୍ଦରଗଡ : ମଣିଷର ଅନ୍ତିମ ଯାତ୍ରା ଶେଷ ହୁଏ ମଶାଣିରେ। କିଏ ତାକୁ କୁହେ ମୁକ୍ତି ଧାମ ତ କିଏ କୁହେ ସ୍ଵର୍ଗଦ୍ଵାର। ସୁନ୍ଦରଗଡ ରାଣିବାଗିଚା ନିକଟରେ ସେହିଭଳି ଏକ ଜୁଇ ଜାଳିବା ସ୍ଥାନ ହେଲା ସ୍ଵର୍ଗଦ୍ଵାର। ସହରର

କୋରାପୁଟ ଜିଲ୍ଲାର ଜନଜାତିଙ୍କଠାରୁ ଦୈନନ୍ଦିନ ଜୀବନ ଯାଏଁ ସବୁକୁ ଆଲୋକିତ କରୁଛି ଟିପିଏସ୍ଓଡିଏଲ୍

କୋରାପୁଟ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିର ବିକାଶ କରୁଛି ଟିପିଏସ୍ଓଡିଏଲ୍ ପଟାଙ୍ଗୀ ଓ ଲମତାପୁଟରେ ସବଷ୍ଟେସନର ଉନ୍ନତୀକରଣ କୋରାପୁଟ ସବଷ୍ଟେସନର କ୍ଷମତା ବୃଦ୍ଧି ନୂତନ ୩୩କେଭି ଓ ୧୧କେଭି ଲାଇନ ସଂଯୋଗ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ଜନଜାତି ସମୁଦାୟ ଓ

ରାୟଗଡ଼ା ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ

ରାୟଗଡ଼ା : ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ରାୟଗଡ଼ା ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ରାୟଗଡ଼ା କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ଆଶୁତୋଷ