୧୯ରୁ OSSTET ପାଇଁ ଅନ୍‌ଲାଇନ ଆବେଦନ, ବିଜ୍ଞପ୍ତି ଜାରି

କଟକ : OSSTET (Odisha Secondary School Teacher Eligibility Test) -2024 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)।ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ ଅନ୍‌ଲାଇନରେ…

ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ, ହଜିଥିବା ଫୋନ୍‌ ଫେରିପାଇ ଆନନ୍ଦିତ ଲୋକେ

କଟକ : ଚୋରି ହୋଇଥିବା ବହୁ ସଂଖ୍ୟକ ମୋବାଇଲ ଫୋନ୍ ଜବତ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଜବତ ମୋବାଇଲ ଫୋନଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି। ସମଗ୍ର ରାଜ୍ୟରୁ ପାଖାପାଖି ୧୦୨ଟି ମୋବାଇଲ ଫୋନ ଜବତ କରିଛି…

ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ

ଭଦ୍ରକ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ନିରୀକ୍ଷକ ବା ଆରଆଇ ଭାଗବତ ଖଟୁଆ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏନେଇ ସେ…

ଶ୍ରୀମନ୍ଦିରକୁ ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ : କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ସଂସ୍ଥା – ଇରେଡା ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ବୃଦ୍ଧା ଯେଭଳି…

ଓଡ଼ିଶା ପାଭିଲିୟନ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର : ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆରମ୍ଭ ହୋଇଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଏହି ମେଳାକୁ ଉଦଘାଟନ କରିଛନ୍ତି। ଏହି ଆନ୍ତଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ଦେଶ ଓ ରାଜ୍ୟଗୁଡ଼ିକ ଭାଗ ନେଉଛନ୍ତି।ସୂଚନା ଅନୁଯାୟୀ ରହି…

କାଲିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ : ଆସନ୍ତାକାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହା ଆସନ୍ତା ୨୨ ତାରିଖ ଯାଏ ଚାଲିବ। ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିସହ ବହୁ ଦେଶର କଳାକାର ଏଥର…

ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଭୁବନେଶ୍ବର : ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟନାରାୟଣ।୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ…

ନିଖୋଜ ଯୁବତୀଙ୍କ ମୃତଦେହ ୬ ଦିନ ପରେ ପୋଖରୀରୁ ଉଦ୍ଧାର

ଦଶପଲ୍ଲା : କାହାକୁ କିଛି ନକହି ଘରୁ କେଉଁ ଆଡେ ଚାଲି ଯାଇଥିଲେ ୧୯ ବର୍ଷୀୟା ଯୁବତୀ। ନିଖୋଜ ହେବାର ୬ ଦିନ ପରେ ଗାଁ ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନୟାଗଡ଼ ଜିଲ୍ଲା…

ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ

କଟକ : ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)।୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା…

ପୁଣି ଅଶାନ୍ତ ହେଲାଣି ମଣିପୁର: ୫ ଜିଲ୍ଲାରେ ଲାଗୁ ହେଲା AFSPA

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଏଥିପାଇଁ ୬ ପୁଲିସ୍‌ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଲାଗୁ କରାଯାଇଛି। ଏହାର ଅର୍ଥ ଆଫସା ଲାଗୁ ହୋଇଥିବା ସ୍ଥାନରେ ସୁରକ୍ଷାକର୍ମୀ ସର୍ବୋଚ୍ଚ…