ଆସନ୍ତାକାଲି ଓଡ଼ିଶା ଆସିବେ ରାଜନାଥ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଗୁରୁବାର ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜେପି ଫୋକସରେ ଏବେ ଓଡ଼ିଶା । ଦଳର ବରିଷ୍ଠ ନେତାମାନେ ଏବେ ଘନଘନ ଓଡ଼ିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁଇଟି ସଭା କରି ଫେରିବା ପରେ ଆସନ୍ତାକାଲି ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ…

କାଳବୈଶାଖୀରେ ୮୦ ବର୍ଷୀୟ ବୃଦ୍ଧାଙ୍କ ଘର ଭାଙ୍ଗିଲା

ମାଲକାନଗିରି: କାଳବୈଶାଖୀ ତାର ତାଣ୍ଡବ ଦେଖାଇଛି। ବହୁ ଘର ଭାଙ୍ଗିବା ସହ ଗଛଗୁଡିକ ଉପାଡ଼ି ଦେଇଛି। ତେବେ ଏହି କାଳବୈଶାଖୀରେ କୁଟନିପାଲି ଗ୍ରାମର ୮୦ ବର୍ଷିଆ ବୃଦ୍ଧା ରାଧିକା ପାଙ୍ଗିର ଘର ମଧ୍ୟ ଉଜାଡି ଦେଇଛି। ନିଜର ବୋଲି କେହି ନଥିବା ବେଳେ ଭତ୍ତା ଟିକକ ଏବଂ ମାଗଣା ଚାଉଳ ପାଇ ନିଜ ଜୀବନକୁ…

ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ…

୧୦ରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ଵର: ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ। ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ କରିବେ ନରେନ୍ଦ୍ର ମୋଦୀ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ ହେବ। ଏହି ରୋଡ ସୋରେ ଯୋଗ ଦେବାକୁ ବିଜେପିର ଭୁବନେଶ୍ୱର…

ପାଣିପାଗ ବିଭାଗର ପୂର୍ବାନୁମାନ: ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ବର: ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆଗାମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ପର୍ଯ୍ୟନ୍ତ ଛତିଶଗଡ଼ ଦେଇ ଏକ ନିମ୍ନଚାପ ରେଖା ଗତି କରୁଛି, ଯାହାର ପ୍ରଭାବରେ…

ନକ୍ସଲ ପ୍ରେସ୍‌ ବିବୃତ୍ତି: ଗୁଳିବିନିମୟରେ ୬ ନକ୍ସଲଙ୍କ ମୃତ୍ୟୁ, ପୁଲିସ କହୁଛି ୧୦

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର କାକେର ଓ ଟେକ୍କାମେଟା ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ପ୍ରକୃତରେ ୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। କିନ୍ତୁ ପୁଲିସ ଗଣମାଧ୍ୟମ ଆଗରେ ୧୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ସଫେଇ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ପିଜିସିୟୁଇଟି-୨୦୨୪ ପରୀକ୍ଷାରେ ଭାଗ ନେଇଥିବା ଯୋଗ୍ୟ…

‘ନିଟ୍’ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ, ଅନ୍ୟ ତିନି ଜଣ ଫେରାର

ଭୁବନେଶ୍ବର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା। ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ।ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା…

ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବୁ: ରାହୁଲଙ୍କ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଯଦି ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ। କାରଣ, ଏହା ସେନା ଦ୍ୱାରା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା।ଏଥିସହ ଜିଏସଟିରେ…

ରେକର୍ଡ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ଭ୍ଲାଦିମିର ପୁଟିନ୍‌

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି। କ୍ରେମଲିନରେ ଶପଥ ଗ୍ରହଣ ପାଇଁ ଆୟୋଜିତ ଏକ ସମାରୋହରେ ସେ ରେକର୍ଡ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।ସାମ୍ବିଧାନିକ ଅଦାଲତର ଅଧ୍ୟକ୍ଷ ଭାଲେରି ଜୋର୍କିନ୍‌ ଘୋଷଣା…