ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଇମ୍ପାଲ : ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ

ଶିମିଳିପାଳ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯଶିପୁର: ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲେ। ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବ‌ାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି

ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ନୁହେଁ କୋଭିଡ୍, କିନ୍ତୁ ବିପଦ ଟଳିନି:  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା: ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ କୋଭିଡ୍ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ ଗ୍ଲୋବାଲ

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି।ଏସବୁ ଭିତରେ ହିଂସାକାଣ୍ଡ ଘଟାଉଥିବା କିଛି ଲୋକ କ୍ଷମତାସୀନ ବିଜେପିର

ଗୁଳିମାଡ଼ରେ ବଡ଼ବିଲ ପୌରାଧ୍ୟକ୍ଷଙ୍କ ସହଯୋଗୀ ମୃତ୍ୟୁ ଘଟଣା: ମହିଳା ମାଷ୍ଟରମାଇଣ୍ଡ ସହ ୨ ଗିରଫ

ବଡ଼ବିଲ: ଦିନ ଦ୍ବିପ୍ରହରରେ ଗତ ୧ ତାରିଖ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରସ୍ଥିତ ମୋନି ଟାୱାର ଛକ ନିକଟରେ ସ୍ଥାନୀୟ ପୌରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ ସୁନୀଲ ସିହ୍ନା ଓରଫ ଭୋଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମିଳିଥିବା ଖବର ଅନୁଯାୟୀ ବଡ଼ବିଲ

ସିବିଆଇକୁ ଚକମା ଦେଲେ ଜିଏସ୍‌ଟି ଅଧିକାରୀ, ୨୫ ଲକ୍ଷ ନେଇ ଛୁ

ନୂଆଦିଲ୍ଲୀ : ସିବିଆଇ ଟିମ୍‌ ଖାଇଲା ଧୋକା। ଚକମା ଦେଲେ ଜିଏସ୍‌ଟି ଅଧିକାରୀ। ସିବିଆଇ ଟିମ୍‌ ଆଖି ଆଗରୁ ଲାଞ୍ଚ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଲେ ଜିଏସ୍‌ଟି ଅଧିକାରୀ। ପ୍ରାୟ ୧୫ ଦିନ ହେଲା ଖୋଜି ଖୋଜି ଏହି ତଦନ୍ତକାରୀ ସଂସ୍ଥାର ଅଧିକାରୀ ନୟାନ୍ତ ହୋଇ ସାରିଥିଲେ ବି ଜିଏସ୍‌ଟି

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା

ମାଲକାନଗିରି:ଓଡ଼ିଶାରେ ତେଲୁଗୁ ଫିଲ୍ମ ପୁଷ୍ପାର ଟିମ୍‌। ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା। ମାଲକାନଗିରିର ପୋଲୁରୁ ଠାରେ ସିନେମା ସୁଟିଂ ହେବାକୁ ଯାଉଛି। ଆଜି ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ସୁଟିଂ ସେଟ ଚୟନ କରିବା ପାଇଁ ପୋଲୁରୁ ଅଞ୍ଚଳ ବୁଲି ଦେଖିଛନ୍ତି। ଏଠାକାର

କର୍ଣ୍ଣାଟକାରେ ‘ଦି କେରଳ ଷ୍ଟୋରୀ’ କଥା କହି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କର୍ଣ୍ଣାଟକାର ବେଲ୍ଲାରିରେ

ଦୁଇଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ

ପୁରୀ: ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ସେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମହିଳାଙ୍କ ସମେତ ୬ ମୃତ

ଭୋପାଳ : ଦୀର୍ଘ ବର୍ଷ ଧରି ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଭୟଙ୍କର ରୂପ ନେଇଛି। ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମଧ୍ୟପ୍ରଦେଶର