ଆଗୁଆ ହେବ ପଞ୍ଚାୟତ ନିର୍ବାଚନ; ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ

ଭୁବନେଶ୍ବର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ​ ଯେ ଆସନ୍ତାବର୍ଷ ଜନଗଣନା ହେବାର ଥିବାରୁ ସେଥିଲାଗି ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ଦୁଇରୁ ତିନିମାସ

ନିଜ ନିର୍ବାଚନ ମଣ୍ଡଳୀରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ

ପାଟକୁରା : ଦଳରୁ ନିଲମ୍ବନ ପରେ ପ୍ରଥମଥର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର । ଶକ୍ତି ପ୍ରଦର୍ଶନ ସହ ନବୀନଙ୍କୁ ନିଶାଣ କଲେ ଅରବିନ୍ଦ ।ବିଜୁ ଜନତା ଦଳରୁ ନିଲମ୍ବନ ପରେ ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାଟକୁରା

କଂଗ୍ରେସ ଛାଡ଼ିଲେ ମୋକିମଙ୍କ ୪୧ ସମର୍ଥକ

ଭୁବନେଶ୍ୱର: ପୁଣି ପିସିସି ସଭାପତିଙ୍କ ନେତୃତ୍ୱକୁ ନେଇ କଂଗ୍ରେସରେ ବିବାଦ । ୪୧ଜଣ କଂଗ୍ରେସ କର୍ମୀ ଯେଉଁମାନେ କି ମୋକିମଙ୍କ ସମର୍ଥକ ସେମାନେ ଆଜି ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ନିଲମ୍ବନ ହେବା ଦିନରୁ ଏମାନେ ଅସନ୍ତୋଷରେ ଥିଲେ । ତେବେ ଏମାନେ ସମସ୍ତେ

ଆଉ ସୋମବାର ହେବନି ସରକାରୀ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦ୍ଦେଶ ଯେ ଏଣିକି ସୋମବାର ଦିନ କୌଣସି ସରକାରୀ ବୈଠକ ହେବନାହିଁ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରତ୍ୟେକ ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏଭଳି ନିଷ୍ପତ୍ତି

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌, ଚାଳକ ଆହତ

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଚାଲିଛି ଆମ ବସ୍‌ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପୁଣି ଏକ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ସକାଳୁ ପାତ୍ରପଡ଼ା ଡିପୋରୁ

ଲୋକ ନାଟକ ଗ୍ରାମୀଣ ଜନଜୀବନକୁ ପରିପୁଷ୍ଟ କରିବା ସହ ପ୍ରାନ୍ତୀୟ ସଂସ୍କୃତିକୁ ୠଦ୍ଧିମନ୍ତ କରିଥାଏ : ମହାସଚିବ ରୋଶନ୍

ବ୍ରହ୍ମପୁର, : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପଲ୍ଲୀ ସ୍ଥିତ ନବ ଗଠିତ ଲୋକ ନାଟ୍ୟ ସଂଗଠନ "ମା' କରେଇଶୁଣୀ ଲୋକନାଟ୍ୟ କଳା ସଂସଦ" ପ୍ରଯୋଜିତ ଲୋକ ନାଟକ 'ଲକ୍ଷ୍ମୀ ପୁରାଣ'ର ପ୍ରଥମ ଲୋକ ପ୍ରଦର୍ଶନ ଉତ୍ସବକୁ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଧିବତ ପବିତ୍ର ଶ୍ରୀପଞ୍ଚମୀ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ନୟାଗଡ଼,୨୩/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ନମ୍ବର ୱାର୍ଡ ନୂଆଗାଁ- ବେତେରାସାହିର ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ସେହି ୱାର୍ଡର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣକ ଅପରାହ୍ନ ସାଢ଼େ ୧ଟାରେ

ଅଦାଲତ ଅବମାନନା ଅଭିଯୋଗ: ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜିର ହେବାକୁ ନିର୍ଦ୍ଦେଶ

କଟକ: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ

ବାଲିଗୁଡ଼ା, ତା, ୨୪/୦୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ବଡଗାଁ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସ୍ତିକ ମୁଖୀ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ନିକଟରୁ ଏକ

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ

କୋରାପୁଟ: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ