ପୋଷା କୁକୁର ରଖୁଥିଲେ ଏଣିକି ବାଧ୍ୟତାମୂଳକ ହେବ ପଞ୍ଜୀକରଣ

ଭୁବନେଶ୍ୱର ୧୮/୧୧: ପୋଷା କୁକୁର ରଖୁଛନ୍ତି କି? ସାବଧାନ । ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍‌ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବ୍‌ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଆସିବ ବୋଲି ବିଏମସି

କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର ୧୮/୧୧: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକର କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣ ହୋଇଥିଲା । ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ଏବେ ଭବନ ପରିସରରେ

ଛାତ୍ରୀ ରାଗିଙ୍ଗ ଘଟଣା, କଲେଜରୁ ପ୍ରମାଣପତ୍ର ସହ ୧୨ଛାତ୍ରଙ୍କୁ କରାଯିବ ବିତାଡିତ…

ବ୍ରହ୍ମପୁର ୧୮/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଘଟଣା । ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ଆଜି କଲେଜରୁ ପ୍ରମାଣପତ୍ର ପ୍ରଦାନ କରି ବିତାଡିତ କରାଯିବ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ବାଳସୁଧାର ଗୃହକୁ ପୋଲିସ କାବୁ କରି ପଠାଇଛି ସେମାନଙ୍କ ପ୍ରମାଣପତ୍ର ପୋଷ୍ଟରେ

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ଆନନ୍ଦପୁର ୧୮/୧୧: ଜଣେ ୧୪ ବର୍ଷୀୟା ନାବାଳିକାକୁ ଅପହରଣ ମାମଲା । ଚାନ୍ଦବାଲି ଅଞ୍ଚଳର ଅଭିଯୁକ୍ତ ସେକ୍ ଫୈଜଲ କୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ । ଆନନ୍ଦପୁର ପୌରାଞ୍ଚଳ ୭ନଂ ଓ୍ବାର୍ଡ ମୁଣ୍ଡାସାହିରୁ ଗତ ମାର୍ଚ୍ଚ ମାସରେ ଫୈଜଲ ଜଣେ ନାବାଳିକାକୁ ଅପହରଣ କରିନେଇ ଅହମଦାବାଦରେ କାମରେ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ

ଭଞ୍ଜନଗର ୧୮/୧୧: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ । ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି

ରେକର୍ଡ କଲା ଐତିହାସିକ ବାଲିଯାତ୍ରା, ଶେଷ ଦିନରେ କୋଟି କୋଟି ଟଙ୍କାର କାରବାର

କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ

ଇନଷ୍ଟାଗ୍ରାମରେ ଆତ୍ମ ପ୍ରଚାର IAS ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା, ଗୁଜରାଟ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ଆୟୋଗ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋର ଲଗାଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ଭିତରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଆତ୍ମ-ପ୍ରଚାର କରିବା ଭାରି ପଡିଛି ।

‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର ଗାନ୍ଧି

ଅକୋଲା ୧୮।୧୧: ମହାରାଷ୍ଟ୍ରରେ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ମହାରାଷ୍ଟ୍ରରେ ଯାତ୍ରାର ଦ୍ୱାଦଶ ଦିନ ଶୁକ୍ରବାର ସକାଳେ ଅକୋଲା ଜିଲ୍ଲା ବାଲାପୁରରୁ ଆରମ୍ଭ ହୋଇଛି। ବୁଲଢଣା ଜିଲ୍ଲାର ଶେଗାଁବକୁ ବାହାରିଥିବା ଯାତ୍ରାରେ ରାହୁଲ ଗାନ୍ଧି

ବହୁ ସଂଖ୍ୟାରେ twitter କର୍ମଚାରୀଙ୍କ ଇସ୍ତଫା, ଟ୍ରେଣ୍ଡିଂ କରୁଛି #RIP ଟ୍ୱିଟର

ସାନଫ୍ରାନସିସ୍କୋ ୧୮।୧୧: ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି।

ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ, ଇନ୍ଦୋରରୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଧମକ୍ । ବ୍ଲାଷ୍ଟ୍ କରି ରାହୁଲ ଗାନ୍ଧିଙ୍କୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠି । ମଧ୍ୟ ପ୍ରଦେଶର ଇନ୍ଦୋରରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପୂର୍ବରୁ ଏହି ଚିଠି ଆସିଛି । ଜୂନି ଇନ୍ଦୋର ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ଚିଠି ମିଳିଛି । ଏଥିରେ