ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ସୋରୋ ୨୭/୧୦: ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ସ୍ତ୍ରୀ ଶାନ୍ତିଲତା ଗାହାଣ । ଗତ ୨୩ ତାରିଖରେ ଶାନ୍ତିଲତା ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ନମିଳିବାରୁ ପରିବାର ପକ୍ଷରୁ

ମେଡିକାଲକୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ

ଚଣ୍ଡିଖୋଲ ୨୭/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଅଧୀନ ଖଇରା ହାଟସାହିରେ ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଖଇରା ହାଟସାହିର ରାମ ପିଙ୍ଗୁଆ ଓ ସ୍ତ୍ରୀ ଟିକିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ

ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର

ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦

ଆମେରିକାର ସାଟେଲାଇଟ ଉଡ଼ାଇଦେବାକୁ ରୁଷର ଧମକ

ମସ୍କୋ : ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଯଦି ୟୁକ୍ରେନଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯିବ ବୋଲି ରୁଷ ଧମକ ଦେଇଛି । ରୁଷ ବୈଦେଶିକ ମନ୍ତ୍ରାଳୟ ଅଧିନସ୍ଥ ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର

କବଜା କରି ରଖିଥିବା ସରକାରୀ ବଙ୍ଗଳା ଖାଲି କର: ମୁଫତିଙ୍କୁ ମିଳିଲା ନୋଟିସ

ଶ୍ରୀନଗର: ଜମ୍ମୁକଶ୍ମୀର ସରକାର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ନଭେମ୍ବର ୧୫ କିମ୍ବା ତା ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁକଶ୍ମୀର ସରକାରଙ୍କ ପକ୍ଷରୁ ମୁଫତିଙ୍କୁ ନୋଟିସ ଜାରି

ଗୁଜୁରାଟରେ ତିଆରି ହେବ ମିଲିଟାରି ବିମାନ

ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ବର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ ।ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର

ଟ୍ୱିଟର୍ ଅଫିସ ଭିତରେ ୱାଶ୍ ବେସିନ୍ ଧରି ବୁଲିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଟ୍ୱିଟର୍ ଅଫିସ ଭିତରେ ୱାଶ ବେସିନ୍ ଧରି ବୁଲିଲେ ମସ୍କ। ଟ୍ୱିଟର ହେଡ୍ ଅଫିସ ଭିତରକୁ ମସ୍କ ହାତରେ ୱାଶ ବେସିନ୍ ଧରି ଏଣ୍ଟ୍ରି କରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି

ପିକେଙ୍କୁ ଫଣ୍ଡିଂ କରୁଛନ୍ତି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ !

ପାଟନା: ବିହାରରେ ପରିବର୍ତ୍ତନର ସ୍ଲୋଗାନ ଦେଇ ଜନ ସୁରଜ ଅଭିଯାନ ଚଳାଇଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କିଏ ଯୋଗାଉଛି ଫଣ୍ଡିଂ। କାହା ଟଙ୍କାରେ ଚାଲୁଛି ତାଙ୍କ ଜନ ସୁରଜ ଯାତ୍ରା। ଏହାକୁ ନେଇ ଖୁଲାସା କରିଛନ୍ତି ଖୋଦ୍ ପ୍ରଶାନ୍ତ କିଶୋର। ଅକ୍ଟୋବର ୨ ତାରିଖରୁ ପ୍ରଶାନ୍ତ

ହେଟସ୍ପିଚ୍‌ : ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୩ ବର୍ଷ ଜେଲ

ରାମପୁର: ଏକ ହେଟସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍।