Sign in
Sign in
Recover your password.
A password will be e-mailed to you.
ଚିକିଟି ଏନଏସି ମତଦାନ ବେଳେ ହିଂସା, ଗୋଟିଏ କାର, ଛଅ ବାଇକ ଭଙ୍ଗାରୁଜା, ଦୁଇ ଆହତ
ଚିକିଟି : ଚିକିଟି ଏନଏସିର ଚଳିତ ନିର୍ବାଚନ ମତଦାନ ବେଳେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନି ପୁଷ୍ପାଞ୍ଜଳି ସେଠିଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ଗୋଟିଏ କାର ଓ ଛଅଟି ବାଇକ ଭଙ୍ଗାରୁଜା ହୋଇଥିବା କେ. ନୂଆଗାଁ ଥାନା ରେ ଅଭିଯୋଗ ହୋଇଛି । ଏ ଘଟଣା ରେ 2 ଜଣ ଆହତ ହୋଇଥିବା ବେଳେ ଅଞ୍ଚଳରେ!-->…
ବାଲିଗୁଡା ଏନଏସିରେ ମତଦାନ ହାର ୬୯.୦୭ % : ଶାନ୍ତି ଶୃଙ୍ଖଳା ସହ ସମାପନ
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର ୧୩ ଗୋଟି ୱାର୍ଡର ୧୭ ଟି ମତଦାନ କେନ୍ଦ୍ରରେ ଜଣେଅଧ୍ୟକ୍ଷ ଏବଂ ୧୩ ଟି କାଉନସିଲର ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି।ସୂଚନା ଅନୁଯାୟୀ, ବାଲିଗୁଡା ଏନଏସିର ଗୋଟିଏ ଅଧ୍ୟକ୍ଷ ପଦବୀ!-->…
ସରିଲା ପୌର ନିର୍ବାଚନ: ୬୫% ମତଦାନ-ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୦୬ଟି ପୌରାଞ୍ଚଳରେ ହାରାହାରି ୬୫% ମତଦାନ ହୋଇଛି। ସେଥିମଧ୍ୟରେ ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ ୪୭ ଓ ପୌର ପରିଷଦ ରହିଛି। ଏସବୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ଭୋଟ ଗ୍ରହଣ!-->…
୨୦୨୨-୨୩ ବର୍ଷ ପାଇଁ ବଢ଼ିବନି ବିଦ୍ୟୁତ ଦର
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ଥର ବଢ଼ିବନି ବିଦ୍ୟୁତ ଶୁଳ୍କ । ୨୦୨୨-୨୩ ବର୍ଷ ପାଇଁ ବିଜୁଳି ଦର ବଢିବ ନାହିଁ । ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶୁଳ୍କକୁ ଅପରିବର୍ତ୍ତିତ ରଖିଛନ୍ତି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ । କୃଷିକ୍ଷେତ୍ର ପାଇଁ ଉଠା!-->…
କାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବିଶେଷ ଭାବରେ ବିଧାନସଭା ସମ୍ମୁଖରେ ରାସ୍ତା ବନ୍ଦ କରାଯାଇ ଆଇଜି ପାର୍କ ଦେଇ ଟର୍ଣ୍ଣ କରାଯାଇଛି । ଏହା!-->…
ରାଜ୍ୟରେ ଆଉ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୩ ସୁସ୍ଥ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯!-->…
ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର
ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।!-->…
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ
ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର 5 ଜଣିଆ ଟିମ । ଆଜି(ଗୁରୁବାର) କ୍ରାଇମବ୍ରାଞ୍ଚର DSP କଳ୍ପନା ସାହୁଙ୍କ ନେତୃତ୍ୱରେ ଭଦ୍ରକରେ ପହଞ୍ଚିଛନ୍ତି 5 ଜଣିଆ ଟିମ ।
ଏହି 5 ଜଣିଆ!-->!-->!-->…
ଧାମନଗରରେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼: ଅଭିଯୁକ୍ତ ଗିରଫ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଜନତା
ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ!-->…
ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା
ସାନଖେମୁଣ୍ଡି, ୨୪।୦୩: ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଚିକିଟି NAC ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଚିକିଟି ମୁଖ୍ୟ ରାସ୍ତା ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏହି ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀର ସଦସ୍ୟ ଗାଡି ଭଙ୍ଗାରୁଜା କରିଥିଲେ ।
ଘଟଣା!-->!-->!-->…