ଅନାସ୍ଥାରେ ହାରିଗଲେ ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷା

କେନ୍ଦ୍ରାପଡା: ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଅନାସ୍ଥାରେ ହାରି ପଦ ହରାଇଲେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ।୬୨ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଲା ୪୯ ଭୋଟ୍‌ । ଏଥିସହ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ

ଆସନ୍ତାକାଲି ୪ ରାଜ୍ୟରେ ମକ୍‍ ଡ୍ରିଲ୍‍

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି ଚାଲିଛି। ପାକିସ୍ତାନକୁ ଲାଗିଥିବା ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରରେ ଗୁରୁବାର (୨୯ ମେ) ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି

୬୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ଢେଙ୍କାନାଳ: ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଏବଂ ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଏକ ମ୍ୟୁଟେସନ୍ ମାମଲାରେ ରିପୋର୍ଟ କରିବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଗିରଫ

୫ ହଜାର କେଜି ବାରୁଦ ଲୁଟ୍ ମାମଲା: ବାରୁଦ ଗୋଦାମ ସିଲ୍

ସୁନ୍ଦରଗଡ଼: ଗତକାଲି କେ ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ବିସ୍ଫୋରକ ନେଇ ଯାଇଥିବା ବେଳେ ବନ୍ଧୁକ ମୁନରେ ମାଓବାଦୀ ସମସ୍ତ ବିସ୍ଫୋରକ ଲୁଟ୍ କରିନେଇଥିବା ଅଭିଯୋଗ ପରେ ବୁଧବାର ଘଟଣାସ୍ଥଳରେ ଆଇଜି ଏବଂ ଏସପି ବଡଗାଁ ଥାନା ଇତମା ଠାରେ ଥିବା ବାରୁଦ ଗୋଦାମରେ ପହଞ୍ଚି

ପଡିଆ ବ୍ଲକଠାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଡିଆ ମୁଖ୍ୟ ବଜାରର ସଫେଇ, ଅଣ ଜଳସେଚିତ ଅଞ୍ଛଳରେ କେନାଲ ନିର୍ମାଣ ସହ ଜଳସେଚନ

ଟେଣ୍ଡର ଋତୁ ଆରମ୍ଭ ହେଲା : ଫିକ୍ସ ପାଇଁ ଖସଡା ପ୍ରସ୍ତୁତ କରିଲେଣି ଠିକାଦାର……!

ବ୍ରହ୍ମପୁର : ଗତ କିଛିଦିନ ର ବ୍ୟବଧାନ ପରେ ଭଞ୍ଜନଗର ଜଳ ସେଚନ ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ରେ ଆସିକା ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ କାମ କରାଯିବ। କିନ୍ତୁ ଏବେ ମୁଣ୍ଡି ଠିକାଦାର ଅନ୍ୟ ଠିକାଦାର ଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ

ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଉଦ୍ଧାର, ୨୨ଗିରଫ

କୋରାପୁଟ,୨୭।୫ : କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଉଦ୍ଧାର ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।ସୂଚନାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ

ରଥ ଚକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପୁରୀ: ରଥ ନିର୍ମାଣର ୨୬ତମ ଦିବସ ସୁଦ୍ଧା ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି ତିନିରଥର ଶେଷ ଗୋଟିଏ ଗୋଟିଏ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ ଆଜି ତିନିରଥ ମହାରଣା ସେବକମାନେ