ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ

ଭୁବନେଶ୍ୱର: ୫ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି ସଚିବ ଦାସତ୍ୱ ଗ୍ରହଣ କରିଛନ୍ତି । ଟିକେଟ କାଟିବା

ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

କ୍ଷମତା ନୁହେଁ, ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ୫ଟି ସଚିବ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ବିଜେଡି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି  ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଲେ, ‘କ୍ଷମତା ହସ୍ତାନ୍ତର କରାଯାଇନି  ।   କର୍ତ୍ତବ୍ୟ  କରିବାକୁ ଦାୟିତ୍ବ ଦିଆଯାଇଛି’ । ବିଜେଡି ନେତା ପ୍ରସନ୍ନ

ଆଉ ୨ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅବଧିକୁ କେନ୍ଦ୍ର ସରକାର ଆଉ ୨ବର୍ଷ ବୃଦ୍ଧିକରିଛନ୍ତି । ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇନଥିବାରୁ

ସଡ଼କ ପଥରେ ଛାଡ଼ିଲାନି ପୁଲିସ୍‌, ହେଲିକପ୍ଟରରେ ମଣିପୁରର ଏହି ଜିଲ୍ଲାକୁ ଗଲେ ରାହୁଲ ଗାନ୍ଧି

ଇମ୍ଫାଲ : ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରକୁ ଆଜି ରାହୁଲ ଗାନ୍ଧି ଯାଉଥିବା ବେଳେ ତାଙ୍କୁ ବିଷ୍ଣୁପୁର ପାଖରେ ପୁଲିସ୍‌ ଅଟକାଇ ଦେଇଛି। ପୁଲିସ୍‌ ତାଙ୍କ କନଭୟକୁ ଆଗକୁ ବଢ଼ିବାକୁ ନ ଦେବାରୁ ସେ ଇମ୍ଫାଲ ଆସିବା ସହ

ପୁଣି ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି ।

ମାଗଣା ଯୋଜନା: ଉପ ରାଜ୍ୟପାଳଙ୍କୁ ପ୍ରଶ୍ନ କଲେ କେଜ୍ରିୱାଲ…

ନୂଆଦିଲ୍ଲୀ : ମାଗଣା ଯୋଜନା ସମ୍ପର୍କରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଉପ ରାଜ୍ୟପାଳ ଆଦୌ ଅପମାନିତ କରନ୍ତୁ ନାହିଁ ବୋଲି ମଧ୍ୟ

ମହାଆଡ଼ମ୍ବରରେ ଇଦ୍ ଉଲ ଫିତର ପାଳନ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଓଡ଼ିଶାର ଭାଇଚାରାର ସହର କଟକରେ

ଶିମଲା ନୁହେଁ, ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ : ବିଜେପି ବିରୋଧରେ ବିରୋଧୀଙ୍କ ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବିହାରର ପାଟନାରେ ବିରୋଧୀ ଦିନିକିଆ ବୈଠକ କରିଥିଲେ। ହେଲେ ବେଙ୍ଗାଲୁରୁରେ ଦୁଇ ଦିନ ଧରି ବୈଠକ ଅନୁଷ୍ଠିତ ହେବ।ଆସନ୍ତା ୧୩ ଓ ୧୪ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଏନସିପି ମୁଖ୍ୟ ଶରଦ