Sign in
Sign in
Recover your password.
A password will be e-mailed to you.
ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର
ଦେଓଗାଁ: ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ କରିଥିଲେ ଉପବାସ। ହେଲେ ବ୍ରତରେ ଜଳୁଥିବା ଜାଗର ନିଆଁ ଯୋଗୁଁ ଅଘଟଣ ଘଟିଛି। ଜାଗର ନିଆଁ ଶାଢ଼ିରେ ଲାଗିବାରୁ ଜଣେ ମହିଳା ଗୁରୁତର ହେବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା!-->…
ମାଟ୍ରିକ୍ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ କରିଥିଲେ ଚନ୍ଦନ, ଆଜି ପାଣିରେ ବୁଡ଼ିଗଲେ..
ଭଦ୍ରକ //ଚରମ୍ପା: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ୍ କରିଥିବା ବାଳକ ସାଙ୍ଗମାନଙ୍କ ସହିତ ଖୁସିରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତର ଶ୍ରୀରାମପୁର ଗାଁରେ ଏଭଳି ଅଭାବନୀୟ ଘଟଣା!-->…
ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ…
ଭୁବନେଶ୍ବର: ମହାପ୍ରଭୁ ଡାକ ଶୁଣିଲେ । ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ । ପରିବାରର ଲୋକଙ୍କ ଖୁସି କହିଲେ ନସରେ । ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ ଭୁବନେଶ୍ୱର ଝାରପଡ଼ାର ଛାତ୍ର ସାଇ ପ୍ରସାଦ ପଣ୍ଡା । ସାଇକଲରେ!-->…
ମାଟ୍ରିକରେ ୫୪୦ ନମ୍ବର ରଖି A1 ଗ୍ରେଡ ପାଇଥିଲେ, ଆଜି କିନ୍ତୁ ଦୁର୍ଘଟଣାରେ ଆଖିବୁଜିଲେ
ଅନୁଗୁଳ : ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇଛନ୍ତି । ମୋଟ୍ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଣି ଭଣ୍ଡାର ଗାଁର ଅଭିରାମ ଜେନାଙ୍କର ଏକମାତ୍ର!-->…
ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ଲାଗିବ ଦେଶଦ୍ରୋହ ଅପରାଧ ଦଫା
ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି।
!-->!-->!-->…
ତୃଟିପୂର୍ଣ୍ଣ ଘୋଷଣାର ସଂଶୋଧନ ଏବଂ ସର୍ବନିମ୍ନ ମଜୁରୀବୃଦ୍ଧି ଦାବୀ ନେଇ ମଇ ୨୯ ରୁ ୩୧ ଯାଏଁ ପ୍ରତିବାଦ ଦିବସ ପାଳିବ…
ଭୁବନେଶ୍ୱର : “ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ”ର ରାଜ୍ୟ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗ୍ରହଣ କରାଯାଇଛି । ମୁଖ୍ୟତଃ ଗତ ମଇ ମାସ ୪ତାରିଖରେ!-->…
ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ…
ଭୁବନେଶ୍ୱର: ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଲେଡ଼ି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଜେଲ ଅନ୍ତେବାସୀଙ୍କ ସହ ଅର୍ଚ୍ଚନା ସାବିତ୍ରୀ ପାଳିଛନ୍ତି । ଗିରଫ ପରେ ଅର୍ଚ୍ଚନା ପ୍ରଥମ ଥର ପାଇଁ ସାବିତ୍ରୀ ପାଳିଛନ୍ତି । ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି!-->…
ବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ
ନୂଆପଡା : ନୂଆପଡା ଜିଲ୍ଳା ପତୋରା ମୁଖ୍ୟ ରାସ୍ତାର ଭେରା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣକ ହେଲେ ଧରମବନ୍ଧା ଗାଁର!-->…
ବୋଲେରୋ ଧକ୍କାରେ ଶଳା ଓ ଭିଣୋଇଙ୍କ ସମେତ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ
ବଲାଙ୍ଗୀର: ସାବିତ୍ରୀ ଅମାବାସ୍ୟାରେ ଅଘଟଣ। ବୋଲେରୋ ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଦୁଇଜଣ ଶଳା-ଭିଣୋଇ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକ ଠାରେ।
ସୂଚନା ଅନୁସାରେ ବାଇକ୍ ଚାଳକ ରାଜେଶ ପଟେଲ, ଭିଣୋଇ!-->!-->!-->…
ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ସଲିଳ ସମାଧି
କୋରାପୁଟ: ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମର ନିକଟ ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁବରଣ କରିଛନ୍ତି। ଜୀନୁ ବଡ଼ନାୟକ ବିଲରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଦୁଇ ଭାଇ ଭଉଣୀ!-->…