ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବ୍ୟାପକ ପରିମାଣର କଫ୍‌ସିରଫ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ବଜାରରେ ଭେଜାଲ କଫ୍‌ ସିରଫ୍‌ ଦେଖିବାକୁ ମିଳୁଛି। ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ। ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ

ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡାରେ ପହଞ୍ଚିଲେ ବିଜେପିର ୪ ଜଣିଆ ଟିମ

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ ଝାରସୁଗୁଡାରେ ପହଂଚିଛନ୍ତି। ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡା ଆସିଥିବା ଟିମ୍‌ ସ୍ଥାନୀୟ ବିମାନବନ୍ଦରରେ ଅବତରଣ ପରେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି। ଏହି ଟିମ୍‌ ପୂର୍ବତନ ଆଇଏଏସ

୧୯୭୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ..? ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ, ପ୍ରଶ୍ନ

ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ଅଛି, ବିଜେପି ସଂକୀର୍ଣ୍ଣ ରାଜନୀତି କରୁଛିି: ପ୍ରସନ୍ନ…

ସମ୍ବଲପୁର :ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ସହରରେ ଭାଇଚାରାର ସମ୍ପର୍କ ଫେରିଛି। ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। BJPର କିଛି ତୁଙ୍ଗନେତା ଭେଦଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି BJP

ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର :ଅପପୁଷ୍ଟିରେ ଶିକାର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଲେ ଓଡିଶା ହାଇକୋର୍ଟ। ଦାନଗଦି ବ୍ଲକର ଅପପୁଷ୍ଟି ଅଞ୍ଚଳକୁ ଯିବା ପାଇଁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ଗ୍ରାଉଣ୍ଡରୁ ସ୍ଥିତି ପରଖି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ

ଅନନ୍ୟା ଦାସଙ୍କ ସହ ଚଞ୍ଚଳ ରାଣାଙ୍କ ଆଜି ବାହାଘର

ବଲାଙ୍ଗୀର :ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ ଆସିଛି। ଅନନ୍ୟା

ଉଚ୍ଚ ତୋରଣ ଉପରେ ଚଢିଯାଇ ଯୁବକଙ୍କ କାଣ୍ଡ

ପାଟଣାଗଡ: ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକ ପ୍ରେମ ନିବେଦନ କରିବାକୁ କେତେବେଳେ ପାଣି ଟାଙ୍କି ଉପରେ ଚଢିଯାଇଥିବାର ଆପଣ ଦେଖିଛନ୍ତି ତ କେତେବେଳେ ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ମହିଳା ଚଢିଯାଇଥିବାର ଦେଖିଛନ୍ତି। ଆଉ କେତେବେଳେ ପ୍ରେମିକାକୁ ନିଜର

ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା । ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଅତୁଲ ସିଆ ଆତ୍ମହତ୍ୟା କରିଛନ୍ତି । ସେ ଯୁକ୍ତ ତିନି ତୃତୀୟ ବର୍ଷର ବାଣିଜ୍ୟ ଛାତ୍ର । ସେ ଘରେ ଶାଢ଼ୀରେ ଆତ୍ମହତ୍ୟା କରିଛନ୍ତି । ଦୀର୍ଘଦିନ ହେଲା ଟ୍ରାଫିକ ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରି

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନିଜ