ମାର୍ଚ ୧୧ରେ ‘ଇଡି’ରେ ହାଜର ହେବେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ ୧୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ ବୋଲି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କ‌େ. କବିତା ବୁଧବାର ଦିନ

ବିଲରୁ ପାଇଥିବା ୪ ବାଘଛୁଆଙ୍କୁ ଫେରାଇବା ପାଇଁ ମା ବାଘୁଣୀକୁ ୭୨ ଘଣ୍ଟା ହେବ ଖୋଜୁଛନ୍ତି ୩୦୦ ଲୋକ

ହାଇଦ୍ରାବାଦ: ଉଦ୍ଧାର କରିଥିବା ୪ଟି ବାଘଛୁଆଙ୍କୁ ଫେରାଇବା ଲାଗି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌-କୁର୍ଣ୍ଣୂଲ୍‌ ଅଞ୍ଚଳରେ ବନ କର୍ମଚାରୀମାନେ ଗତ ୭୨ ଘଣ୍ଟା ହେବ ମା ବାଘୁଣୀକୁ ଖୋଜୁଛନ୍ତି।ଶସ୍ୟକ୍ଷେତ୍ରକୁ ଚାଲି ଆସି ବାଟ ଭୁଲିଯାଇଥିବା ବାଘଛୁଆମାନଙ୍କୁ ପ୍ରଥମେ ଗ୍ରାମବାସୀମାନେ ପାଇଥିଲେ।

ଏ ବ୍ୟକ୍ତି ଜଣେ ଅପରାଧୀ: ମନୀଷ ସିସୋଦିଆଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ଏଲନ୍‌ ମସ୍କ୍‌ଙ୍କୁ କହିଲା…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ସମ୍ପ୍ରତି ତିହାର ଜେଲ୍‌ରେ ଥିବା ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଟୁଇଟର୍‌ ହ୍ୟା‌ଣ୍ଡଲ୍‌ ‘ବ୍ଲକ୍‌’ କରିବା ପାଇଁ ଦିଲ୍ଲୀ ‘ବିଜେପି’ ଏଲନ୍‌ ମସ୍କ୍‌ଙ୍କୁ ଅନୁରୋଧ କରିଛି।ମସ୍କ୍‌ଙ୍କ ନକଟରେ ଦିଲ୍ଲୀ ‘ବିଜେପି’ ନେତା ତଜିନ୍ଦର୍‌

ସତୀଶ କୌଶିକଙ୍କର ପରଲୋକରେ ମୋଦିଙ୍କ ଶୋକ…

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ

ଭିକ ମାଗିବା ଉପରେ ମହାରାଷ୍ଟ୍ରରେ କଟକଣା…

ନାଗପୁର : ଏଣିକି ଆଉ ଛକ କିମ୍ବା ଗଳି କନ୍ଦିରେ ମାଗି ପାରିବେନି ଭିକ। ଭିକ ମାଗିଲେ ହେବ ଜେଲ୍। ଦେଶର ଭିନ୍ନ ଭିନ୍ନ ସହରରେ ଶହ ଶହ ଲୋକେ ଭିକ୍ଷା ବୃତ୍ତି କରି ଚଳି ଆସୁଛନ୍ତି। ପେଟ ପୋଷିବା ପାଇଁ ଅନ୍ୟ ପାଖରେ ହାତ ପତାଉଛନ୍ତି। ଏଭଳି ସ୍ଥିତିରେ ଏବେ ଏହି ଭକ ମାଗିବା ଉପରେ ପ୍ରଶାସନ କଟକଣା

ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ…

ମୁମ୍ବାଇ : ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର। ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସତୀଶଙ୍କ ପରଲୋକ ନେଇ ସାଥୀ କଳାକାର

ବିଦେଶୀମାନେ ‘ପପ୍ପୁ’ଙ୍କୁ ଜାଣନ୍ତି ନାହିଁ; ଜାତୀୟ ଏକତା ପାଇଁ ସେ ବିପଜ୍ଜନକ: କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କର କେମ୍ବ୍ରିଜ୍‌ ଭାଷଣର ଭିଡିଓ ସେୟାର୍‌ କରି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ବୁଧବାର ଦିନ କହିଛନ୍ତି, ଭାରତର ଏକତା ପ୍ରତି ରାହୁଲ୍‌ ଅତ୍ୟନ୍ତ ବିପଜ୍ଜନକ ହୋଇଗଲେଣି ଏବଂ ସେ ଭାରତକୁ ଭାଗ ଭାଗ କରିବା ଲାଗି ଜନସାଧରଣଙ୍କୁ ଉସ୍‌କାଉଛନ୍ତି।ଟୁଇଟ୍‌ କରି

ମନ୍ତ୍ରୀଙ୍କ ଦାବି: ମହାରାଷ୍ଟ୍ରରେ ଲକ୍ଷାଧିକ ‘ଲଭ୍‌ ଜିହାଦ୍‌’ ମାମଲା

ମୁମ୍ବାଇ: ସମଗ୍ର ରାଜ୍ୟରେ ଏକ ଲକ୍ଷରୁ ଅଧିକ ‘ଲଭ୍‌ ଜିହାଦ୍‌’ ମାମଲା ଘଟିଥିବା କଥା ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଢ଼ା ଦାବି କରିଛନ୍ତି।ଆଗକୁ ଯେଭଳି ଶ୍ରଦ୍ଧା ୱାକର୍‌ଙ୍କ ଭଳି ହତ୍ୟାକାଣ୍ଡ ନ ଘଟେ ସେଥିପ୍ରତି ଏକନାଥ ସିନ୍ଦେ ସରକାର ପ୍ରତିବଦ୍ଧ ଅଛନ୍ତି

ଉପେନ୍ଦ୍ର କୁଶୱାହାଙ୍କୁ Y+ ସୁରକ୍ଷା…

ପାଟନା : ଜେଡିୟୁରୁ ଅଗଲା ହୋଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ବଢ଼ିଲା ସୁରକ୍ଷା। କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। କୁଶୱାହାଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଜେଡିୟୁରୁ ଭିନ୍ନ ହେବା ପରେ ଉପେନ୍ଦ୍ର କୁଶୱାହାଙ୍କୁ

ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧର ଆଶଙ୍କା କଲା ଆମେରିକା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଆହୁରି ବଢ଼ିବ ଭାରତ ଓ ଚୀନ୍ ମଧ୍ୟରେ ଥିବା ତିକ୍ତତା। ପରେ ଏହା ଯୁଦ୍ଧର ରୂପ ନେବ। କେବଳ ସେତିକି ନୁହେଁ ପାକିସ୍ତାନ ମଧ୍ୟରେ ବି ସଂଘର୍ଷ ବଢ଼ିବା ସମ୍ଭାବନା ରହିଛି। ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତା’ର ବାର୍ଷିକ ରିପୋର୍ଟରୁ ଏଭଳି କିଛି ଖୁଲାସା କରିଛି। ଯାହା