କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଚାଳକ ମୃତ

କେଉଁଝର: କେଉଁଝର ଜିଲା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରିମୁଳି ନିକଟରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଟ୍ରକ୍ ପଛରେ ପିଟି ହୋଇ ଗୋଟିଏ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକଙ୍କ ନାମ କୈଳାସ

MRSAM ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ୍ । ନିମିଷକେ ଧ୍ୱଂସ ହୋଇଯିବ ଶତ୍ରୁ । ଦୂରରୁ ଦ୍ରୁତଗତିରେ ତ୍ୱରିତ ଆକ୍ରମଣ । ଭାରତୀୟ ସେନାର ନୂଆ ମିଜାଇଲ୍ MRSAM । ବାଲେଶ୍ୱର ଆଇଟିଆରରୁ ଭାରତୀୟ ସେନା ମିଡିୟମ୍ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ୍ (MRSAM)ର ସଫଳ ପରୀକ୍ଷଣ କରିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀ ଏବଂ ଅନେକ ସେବା ସଙ୍ଗଠନର ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିକଟରେ ଅନୁଷ୍ଠିତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ​​ଚମତ୍କାର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇ

ଦୁଇ ଦିନରେ ବେଙ୍ଗଲରୁ ମିଳିଲାଣି ୨୦୦ରୁ ଅଧିକ ଜୀବନ୍ତ ବୋମା

କୋଲକାତା : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ମାତ୍ର ଦୁଇ ଦିନ ଭିତରେ ୨୦୦ରୁ ଅଧିକ ଜୀବନ୍ତ ବୋମା ଠାବ ହେଲାଣି। ରାଜ୍ୟରୁ ଏଭଳି ବୋମା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଷଡ଼ଯନ୍ତ୍ରର ଆଶଙ୍କା କରିଛନ୍ତି। ଏଥିସହ ସେ ପୁଲିସ୍‌କୁ ବିଭିନ୍ନ ସ୍ଥାନରେ ସର୍ଚ୍ଚଅପରେସନକୁ ଜୋରଦାର

ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ

ପୁରୀ, ୨୭/୦୩ : ବହୁ ଚର୍ଚ୍ଚିତ କାଳିଆ ପଢିଆରୀ ହତ୍ୟା ମାମଲାରେ ଆଉ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ। ଶନିବାର ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଟୁ ଓ କୁନୁମୁନିକୁ କ୍ରାଇମ୍ ସ୍ପଟ ବାରବାଟି ଆଣି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସିର ନବନିର୍ବାଚିତ ମେୟର ସୁବାସ ସିଂ

ଭୁବନେଶ୍ୱର: ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ

୨ ଲକ୍ଷ କୋଟିର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାଖାପାଖି ୨ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଆସନ୍ତା ୩୦ ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ ହେବ । ପଞ୍ଚାୟତ ଓ ପୌର

‘ମନ କି ବାତ’ରେ ପୁରୀ ନିବାସୀ ସ୍ଵଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପରିବେଶକୁ ପରିଷ୍କାର ରଖିବା ପାଇଁ ତାଙ୍କର ସ୍ୱତନ୍ତ୍ର ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଓଡ଼ିଶାର ପୁରୀ ଜିଲ୍ଲାର ସ୍ଵଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ରେ ପ୍ରଧାନମନ୍ତ୍ରୀ

ରାଜ୍ୟ ବାହାରରୁ ଦୁଇ ଅଭିଯୁକ୍ତ ଗିରଫ, ବଡ଼ବିଲରେ ଠକିଥିଲେ ୨.୪୫ କୋଟି ଟଙ୍କା

ଭୁବନେଶ୍ବର: ୨.୪୫ କୋଟି ଟଙ୍କା ଠକେଇ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ରାଜ୍ୟ ବାହାରର ବୋଲି ଜଣାଯାଇଛି। ଏମାନଙ୍କ ଭିତରୁ ସୁବାସ ଘିସିଙ୍ଗ ଗିରିଙ୍କୁ ପଶ୍ଚିମବଙ୍ଗ ବାରାକପୁରରୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ବେଳେ ଆର ଅଭିଯୁକ୍ତ ସୟଦ ଶାହବାଜ ନକଭିଙ୍କୁ

ଇଗ୍ନୋ ତରଫରୁ ନାମ ଲେଖା ନିମନ୍ତେ ସଚେତନତା ସଭା ଅନୁଷ୍ଠିତ

ମାଲକାନଗିରି (୨୭।୩) : ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଆଜି ଇଗ୍ନୋ ତରଫରୁ ନାମ ଲେଖାଇବା ପାଇଁ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତି ସଭାରେ ମୂଖ୍ୟ ଅତିଥି ଭାବେ ଇଗ୍ନୋ କାର୍ଯ୍ୟାଳୟର