ଅଜରବୈଜାନ ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ମୃତ

ନୂଆଦିଲ୍ଲୀ : ପ୍ରାୟ ୨ ବର୍ଷର ଯୁଦ୍ଧ ବିରତି ପରେ ପୁଣି ଥରେ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।ଋଷର ନ୍ୟୁଜ ଏଜେନ୍ସି ଟାସର ରିପୋର୍ଟ ଅନୁସାରେ ବିବାଦୀୟ ନଗର୍ନୋ-କାରାବାଖ ଅଂଚଳକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଆର୍ମେନିଆ

ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି : କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କଲେ ଅମିତ ଶାହା

ଗାନ୍ଧିନଗର : ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି । ବିଜେପି ପୁଣିଥରେ ଗୁଜୁରାଟରେ ବିଜୟୀ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସରକାରର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସଭାରେ ଶାହା କହିଛନ୍ତି ଯେ ସ୍ବପ୍ନ

ଯୋଗୀଙ୍କ ରାସ୍ତାରେ ଧାମି, ମଦ୍ରାସାର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଥିବା ମଦ୍ରାସାଗୁଡିକର କାର୍ଯ୍ୟକଳାପକୁ ନେଇ ଏଣିକି ସର୍ଭେ କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ସମସ୍ତ ମଦ୍ରାସା ଉପରେ ତୀକ୍ଷ୍ଣ ନଜର ରଖାଯିବ। ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ମଦ୍ରାସାଗୁଡି଼କ ବାବଦରେ ନିରନ୍ତର ଅଭିଯୋଗ

ରାଣୀଙ୍କ କଫିନ ଶୋଭାଯାତ୍ରାରେ ରାଜକୁମାରଙ୍କୁ ଗାଳିଗୁଲଜ, ଯୁବକ ଗିରଫ

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତକାଲି କଫିନ୍‌ ଶୋଭଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରା ବେଳେ ରାଜକୁମାର ଆଣ୍ଡ୍ରିୟୁଙ୍କୁ ଜଣେ ଦୁର୍ବ୍ୟବହାର କରିଥିଲେ। ଭିଡ ଭିତରେ ଜଣେ ଯୁବକ ହଠାତ୍‌ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ

ଡାକ୍ତରଙ୍କୁ ଧମକ: ‘ହିନ୍ଦୁଙ୍କ ପାଇଁ କାମ କରୁଛ, ମୁଣ୍ଡଗଣ୍ଡି ଅଲଗା କରିଦେବୁ’

ଲକ୍ଷ୍ନୌ: ‘ହିନ୍ଦୁଙ୍କ ପାଇଁ କାମ କରୁଛ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ।’ ଉତ୍ତରପ୍ରଦେଶ ଲୋହିଆ ନଗର ଗାଜିଆବାଦରେ ରହୁଥିବା ଜଣେ ଡାକ୍ତରଙ୍କୁ ଏଭଳି କିଛି ଧମକ ମିଳିଛି। ଏନେଇ ଡାକ୍ତର ସିହାନି ଗେଟ୍‌ ପୁଲିସ ଷ୍ଟେସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୁଲିସ ସାଇବର୍‌ ସେଲ୍‌ରେ

ଗୁଜୁରାଟରେ ସବୁ ଆସନରେ ଲଢ଼ିବ ଆପ୍‌

ନୂଆଦିଲ୍ଲୀ: ଆଗକୁ ଗୁଜରାଟ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ। ଗୁଜରାଟ ଦଖଲ କରିବାକୁ ହେଲାଣି ପ୍ରସ୍ତୁତି। ସମସ୍ତ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି କସରତ। ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଆପ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ

‘ମୋ ଶରୀରକୁ ଛୁଅଁ ନାହିଁ, ମୁଁ ପୁରୁଷ’

କୋଲକାତା: ବିଜେପି ପକ୍ଷରୁ ଆଜି କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ କରାଯାଇଥିଲା। ତେବେ ଏହି ବିକ୍ଷୋଭ ବେଳର ଏକ ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।ଟିଏମ୍‌ସି ପକ୍ଷରୁ ଟ୍ୱିଟ୍

ରାଣ୍ଟିଡାଇନ୍‌ ଓ ରାନ୍‌ଟାକ୍‌ ଔଷଧରେ କ୍ୟାନସର୍‌ ବିପଦ, ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି।ପେଟ ଖରାପ କିମ୍ବା ଗ୍ୟାସ

ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି ହୋଇଥିବା ମନେ ହେଉଛି। ପରସ୍ପର ଭିତରେ ପୁଣି ବଢ଼ିବାକୁ ଲାଗିଲାଣି କନ୍ଦଳ। ଅଶୋକ ଗେହଲୋଟଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ସଭାରେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦେବା ପରେ ବର୍ତ୍ତମାନ କଂଗ୍ରେସ ସମର୍ଥକଙ୍କୁ ଖୋଲାଖୋଲି ଚେତାବନୀ ଦିଆଯାଇଛି।