କଂଗ୍ରେସର ‘ଭାରତ ଜୋଡ଼ ଯାତ୍ରା’ ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ: ବିଜେପି କହିଲା ପରିବାର ଜୋଡ଼ କରୁଛି…

ନୂଆଦିଲ୍ଲୀ: ପରିବାରବାଦକୁ ନେଇ ବିଜେପି କଂଗ୍ରେସକୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ କଂଗ୍ରେସ କିନ୍ତୁ ଏହି ମୋହରୁ ବାହାରିପାରୁନି। ସୋନିଆ ରାହୁଲଙ୍କ ପରେ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କର ଏଣ୍ଟ୍ରି ହୋଇଥିଲା। ଏବେ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ବି ଦଳରେ ସାମିଲ୍ କରିବାକୁ

ପଞ୍ଜାବରେ ସରକାରୀ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ଭଗୱନ୍ତ ମାନ୍ !

ଚଣ୍ଡୀଗଡ: ସେପ୍ଟେମ୍ବର ମାସ ଆରମ୍ଭ ହୋଇ ଛଅ ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବର ଭଗୱନ୍ତ ମାନ୍ ସରକାର ନିଜ କର୍ମଚାରୀଙ୍କୁ ଅଗଷ୍ଟ ମାସର ଦରମା ଦେଇପାରିନାହାଁନ୍ତି। ଏହି କାରଣରୁ ପଞ୍ଜାବରେ ରାଜ୍ୟ ସରକାର ଅର୍ଥ ଅଭାବ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଆଲୋଚନା

ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ସକାଶେ ସେପ୍ଟେମ୍ବର ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ

ଉଜ୍ଜେୟିନୀରେ ଆଲିଆ-ରଣବୀରଙ୍କୁ କଳା ପତକା ପ୍ରଦର୍ଶନ

ଭୋପାଳ: ବିବାଦରେ ରଣବୀର-ଆଲିଆ । କଲେ ନାହିଁ ମହାକାଳଙ୍କ ଦର୍ଶନ । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କରାଗାଲ ବିରୋଧ । 'କଳା ପତକା ଦେଖାଇବା ସହ ଜୟ ସୀତାରାମ ସ୍ଲୋଗାନରେ ଦେଲେ ବିକ୍ଷୋଭକାରୀ । ପ୍ରାୟ ୨ ଘଣ୍ଟା କାଳ ମନ୍ଦିର ଚାରିପଟେ ଦେଖିବା ପାଇଁ ମିଳିଥିଲା ହଙ୍ଗାମା । ଆଉ

ଆସିଲା ପୋସ୍କୋ କୋର୍ଟ ଜଷ୍ଟିସ୍ ସୁଵାସ ଵିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: କଟକ ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁଵାସ ଵିହାରୀଙ୍କ ଵହୁ ଚର୍ଚ୍ଚିତ ଆତ୍ମହତ୍ୟା ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆଜି (ବୁଧବାର) କଟକ ଵଡ ମେଡିକାଲ କତୃପକ୍ଷ ମର୍କତ ନଗର ଥାନା ପୋଲିସ କୁ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ତାରିଖରେ ଘରେ କେହି ନଥିବା

କୋଶଳ ରାଜ୍ୟ ଦାବିରେ ୧୨ ଘଂଟିଆ ବନ୍ଦ

ଭବାନୀପାଟଣା : ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି

ଜଳ ସାଥୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ , ଦକ୍ଷତା ବୃଦ୍ଧି ପାଇଁ ନେଲେ ତାଲିମ୍

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ହୋଇଛି ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ । ଏଥିରେ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ କାର୍ଯ୍ୟକ୍ରମ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ କର୍ମଶାଳା

ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର, ମିଳିଲା ଏନଏମସିର କ୍ଲିନଚିଟ୍

ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍ । ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ନ୍ୟାଶନାଲ ମେଡିକାଲ କମିଶନ । ଋଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ସେଠାରେ ଅଧାରୁ ପାଠ ଛାଡି

ଥିଙ୍କ ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ଆୟକର ବିଭାଗର ଚଢାଉ, ଦେଶର ୧୦୦ ସ୍ଥାନରେ ଏକକାଳୀନ ରେଡ୍

ନୂଆଦିଲ୍ଲୀ ୦୭/ ୦୯: ରାଜଧାନୀ ଦିଲ୍ଲୀ ସମେତ ଦେଶର ବଡ ବଡ ସହରରେ ବୁଧବାର ଚଢାଉ କରିଛି ଆୟକର ବିଭାଗ । ଦିଲ୍ଲୀ ସ୍ଥିତ ଥିଙ୍କ୍‌ ଟ୍ୟାଙ୍କ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ ଆଜି ଅପରାହ୍ନରେ ଚଢଉ କରିଛି ବିଭାଗ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ

ପୂଜା କମିଟିମାନଙ୍କୁ ନେଇ ପୁଲିସର ଦଶହରା ପ୍ରସ୍ତୁତି: ମେଢ଼ରେ ଜିପିଏସ୍‌ ଲଗାଇବାକୁ ପ୍ରସ୍ତାବ

କଟକ,୦୭/୦୮: ଦଶହରା ଭସାଣିରେ ସାମିଲ ହେବାକୁ ଥିବା ମେଢ଼ ଗୁଡ଼ିକରେ ଜିପିଏସ୍‌ ଟ୍ରାକର୍‌ ଲାଗିବ । ଏହାଦ୍ୱାର ମେଢ଼ର ସ୍ଥିତି ପୁଲିସ ଜାଣିପାରି ତାହାକୁ ଠିକ୍‌ ଢଙ୍ଗରେ ନିୟନ୍ତ୍ରଣ କରିପାରିବ । ପୂଜା କମିଟିଗୁଡ଼ିକୁ ନେଇ ମଙ୍ଗଳବାର ପୁଲିସ ପକ୍ଷରୁ ଆୟୋଜିତ ସମନ୍ୱୟ ବୈଠକରେ ଏଭଳି କିଛି