କେରଳ ସ୍କୁଲ୍‌ରେ ଜୁମ୍ବା ନୃତ୍ୟ ନିଷ୍ପତ୍ତିକୁ ମୁସ୍ଲିମ ସମାଜର ତୀବ୍ର ବିରୋଧ

ନୂଆଦିଲ୍ଲୀ: କେରଳ ସରକାରଙ୍କର ନିଶା ନିବାରଣ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ ମୁସ୍ଲିମ ସମାଜ। ଜୁମ୍ବାରେ କମ୍ ପୋଷାକ ପିନ୍ଧି

ଗୋଟିଏ ଶ୍ମଶାନରେ ଏକାଠି ହେଲା ୩ ଭାଇଙ୍କ ଶେଷକୃତ୍ୟ

ଉମରକୋଟ: ଅଧର୍ଯ୍ୟ ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । ଗୋଟେ ପଟେ ହରିନାମ ଶବ୍ଦକୁ ଆରପଟେ ତିନି ତିନି ଜଣଙ୍କ ମୃତଦେହକୁ ଧରି ଆଗେଇ ଚାଲିଥାନ୍ତି ଗାଁ ଭାଇ । ଏଭଳି ତିନି ତିନିଟା କୋକେଇ ଏକାଠି ଉଠିବା ଘଟଣା କେବେ ଦେଖିନଥିଲେ

ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଅସହ୍ୟ ଗରମରୁ ଶନିବାର ଅପରାହ୍ନରେ ଆଶ୍ୱସ୍ତି ପାଇଲେ ଦିଲ୍ଲୀ ସମେତ ଏନସିଆରବାସୀ । ସକାଳରୁ ଅସହ୍ୟ ଗରମ ଅନୁଭୂତ ହୋଇଥିବା ବେଳେ ହଠାତ୍ ଅପରାହ୍ନରେ ଆକାଶରେ କଳା ମେଘ ଘୋଡ଼ାଇ ହୋଇଗଲା। ଏହା ପରେ ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ

ଧୋଇଗଲା ଜାମୁଘାଟ ପୋଲ, ଉଦଳା – ବାଲେଶ୍ୱର ଯୋଗାଯୋଗ ବିଛିନ୍ନ

ଉଦଳା : ଧୋଇଗଲା ଜାମୁଘାଟ ପୋଲ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଉଦଳା – ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଧୋଇ ହୋଇଯାଇଛି। ଦେଓ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଜାମୁଘାଟ ପୋଲ ପ୍ରଥମେ ବୁଡ଼ି ଯାଇଥିଲା। ପ୍ରଖର ସ୍ରୋତରେ ଜାମୁଘାଟ ପୋଲ ଧୋଇ ହୋଇ ଯାଇଛି । ପୋଲର

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଶନିବାର ସିକ୍ୟୁରିଟି ଗାର୍ଡକୁ ଧରିଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ

ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ୍‌ ଯବାନ ମୃତ

ଇସଲାମାବାଦ : ଉତ୍ତରପଶ୍ଚିମ ପାକିସ୍ତାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ଘଟିଛି । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ହେବା ସହ ଆଉ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି । ୨୦ରୁ ଅଧିକ ଲୋକ

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା,  ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଖାମେନିଙ୍କୁ ଅପମାନିତ କରନ୍ତୁ ନାହିଁ ଟ୍ରମ୍ପ ; ନହେଲେ ନିଜର ଶକ୍ତି ଦେଖାଇବେ – ଇରାନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଯଦି ଟ୍ରମ୍ପ ସତରେ ଇରାନ ସହ ବୁଝାମଣା କରିବାକୁ ଚାହୁଁଛନ୍ତି ତେବେ ଅପମାନଜନକ ଭାଷାରୁ ଦୂରେଇ ରୁହନ୍ତୁ । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା