ଶିଶୁ ଅରିହାଙ୍କୁ ଫେରାଇ ଆଣିବାକୁ ଜର୍ମାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୨୦ ମାସରୁ ଅଧିକ ସମୟ ଧରି ବର୍ଲିନରେ ଏକ ପୋଷ୍ୟ ଯତ୍ନ କେନ୍ଦ୍ରରେ ରହୁଥିବା ଜଣେ ଭାରତୀୟ ଶିଶୁକନ୍ୟା ଅରିହାଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ଭାରତ ଚଳିତ ସପ୍ତାହରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍‌ ଆକରମ୍ୟାନଙ୍କୁ ସମନ କରି ତୁରନ୍ତ ଅରିହାଙ୍କୁ ଭାରତକୁ

ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର ।   ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ସମ୍ଭାବ୍ୟ ବନ୍ୟା : କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ଏସ ଆର ସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ସତର୍କ

ଜ୍ଞାନବ୍ୟାପୀ ସର୍ଭେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଣର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସିଜଦ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଆହ୍ଲାବାଦ ହାଇକୋର୍ଟ ଏଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେବାରୁ ମୁସିଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି ।

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲିନି । କାରଣ ଏ ପର୍ଯ୍ୟନ୍ତ

କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଯାଏ ବୃଦ୍ଧି କରିଛନ୍ତି।କାର୍ମିକ

ବାଘ ସଫାରୀରେ ଖସି ପଡିଲା ପର୍ଯ୍ୟଟକ ବସ: ଅଳ୍ପକେ ବର୍ତିଲେ ଯାତ୍ରୀ

ଭୁବନେଶ୍ୱର: ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ମୁଖ୍ୟ ରାସ୍ତାରୁ ଖସି ବାଘ ସଫାରୀରେ ପଡିଲା ବସ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ପାଖାପାଖି ୩୦ ଜଣ ପର୍ଯ୍ଯଟକ। ଅଧଘଣ୍ଟା ପରେ ହେଲେ ଉଦ୍ଧାର। ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତକାଲି ଅପରାହ୍ନରେ ବାଘ

ଘାଟୀରୁ ଖସିଲା ପଥର : କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ସକାଳେ ଜୁଡ଼ିଆ ଘାଟିରୁ ପଥର ଖସିଛି। ବଡ଼ ପଥରଟି ଗଡ଼ି ଆସି ୪୯ ନମ୍ବର ଜାତୀୟ ରାଜପଥ ମଝିରେ ପଡ଼ିଥିଲା। ସୌଭାଗ୍ୟକୁ ଏହି ସମୟରେ କୌଣସି ଗାଡ଼ି ସେହି ରାସ୍ତାରେ ଯାଉନଥିଲା। ତେବେ ଏହି କାରଣରୁ ଦୀର୍ଘ ସମୟ