ମାଥିଲି ସାପ୍ତାହିକ ହାଟରେ ଗଛ ପଡି ତିନି ଗୁରୁତର

ମାଲକାନଗିରି ୨୧/୦୭ : ବିଗତ ୫ଦିନରୁ ଉର୍ଦ୍ଧ୍ବ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ପାହାଡ଼ ଧସି ଗାଁକୁ ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ କେଉଁଠି ବନ୍ୟାର ବିଭୀଷିକା ଏହି ସମୟ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି,

ସ୍ପେଶାଲ ଓଜେଇଇ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ବର: ସ୍ପେଶାଲ ଓଜେଇଇ ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic  ରୁ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ ମିଳିଛି।

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ IIC

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଛି ଭିଜିଲାନ୍ସ ।

ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚ୍ : ହୋଟେଲ ରୁମ ମିଳୁନଥିବାରୁ ହସପିଟାଲ ବେଡ୍ ବୁକିଂ କରୁଛନ୍ତି ଦର୍ଶକ

ଅହମଦାବାଦ : ବିଶ୍ବକପରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚର କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ପାଟଣାଗଡ଼

ଜେଲରେ ନିଘୋଡ଼ ନିଦରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ହେଲେ ସସପେଣ୍ଡ

ଅନୁଗୁଳ: ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର

ରାଜସ୍ଥାନ ସରକାର ଦେବେ ବେକାରି ଭତ୍ତା

ଜୟପୁର : ରାଜସ୍ଥାନରେ ୧୮ ବର୍ଷ ପରେ ନିଯୁକ୍ତି ନଦେଲେ ସରକାର ଦେବେ ଭତ୍ତା। ସାଧାରଣ ନିର୍ବାଚନକୁ ଆଉ ଖୁବ୍‌ କମ୍‌ଦିନ ରହି ଯାଇଥିବା ବେଳେ ଗେହଲଟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ’ ପାରିତ କରିଛନ୍ତି। ବେକାର ସମସ୍ୟା ହଟାଇବା ନେଇ ରାଜସ୍ଥାନ ବିଧାନସଭାରେ ଏହି

ଏହି କଫ୍ ସିରପ ବ୍ୟବହାର ନ କରିବାକୁ DCGI ର ବାରଣ

ନୂଆଦିଲ୍ଲୀ : ଫୋଲକୋଡାଇନ୍ ଥିବା କଫ୍ ସିରପ ବ୍ୟବହାରକୁ ବନ୍ଦ କରିବାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(DCGI)ର ପରାମର୍ଶ। ଜୁଲାଇ ୧୪ରେ ଏହି ପଦାର୍ଥର ବ୍ୟବହାର ବନ୍ଦ କରିବାକୁ ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି(DCGI)। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)

କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିପାରେ ବିଜେପି

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନୂଆ ସହଯୋଗୀ ଦଳ ଯୋଗାଡ଼ରେ ବ୍ୟସ୍ତ ରହିଛି । ଦଳ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଖୋଦ (ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି