ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି

ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ

ଆରଏସ୍‌ଏସ ନିଜ ଡିପିରେ ଲଗାଇଲା ତ୍ରିରଙ୍ଗା, ମୁଖ୍ୟାଳୟରେ ଉଡ଼ାଇଲା ଜାତୀୟ ପତାକା

ନାଗପୁର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ୍‌) ନିଜର ସୋଶାଲ ମିଡିଆ ଆକାଉଣ୍ଟର ଫୋଟ ପରିବର୍ତ୍ତନ କରିଛି। ପୂର୍ବରୁ ଆରଏସ୍‌ଏସ୍‌ ନିଜ ଡିପିରେ ଗେରୁଆ ପତାକା ଲଗାଇଥିଲା। ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ

ବଦଳିବ ନିଟ୍‍, ଜେଇଇ ଓ ସିୟୁଇଟି ପରୀକ୍ଷା ପଦ୍ଧତି; ଏନଟିଏ ନେବ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ମେଡିକାଲ୍‍, ଇଞ୍ଜିନିୟରିଂ ୟୁଜି(ସ୍ନାତକ) ନାମଲେଖା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷାଗୁଡ଼ିକୁ ଏକ ସମୟରେ କରାଯିବ। ଏହି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀ ମେଡିକାଲ୍‍, ଇଞ୍ଜିନିୟରିଂ କିମ୍ବା ସ୍ନାତକ ନାମଲେଖା

ଦୀପିକାଙ୍କ ଧାରଣାସ୍ଥଳରେ ପାଟିତୁଣ୍ଡ ଘଟଣା : ଉଭୟ ପକ୍ଷରୁ ଥାନାରେ ୩ ମାମଲା ରୁଜୁ…

ବ୍ରହ୍ମପୁର: ଗାନ୍ଧୀନଗରର କେ ଦୀପିକା ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବି ନେଇ ଦେଶୀ ବେହେରା ସାହିରେ ଧାରଣାରେ ବସିରହିଛନ୍ତି । ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାସ୍ଥଳରେ ରହି ତାଙ୍କୁ ସହଯୋଗ କରୁଛନ୍ତି । ଗତକାଲି ଏହି ଘଟଣାକୁ କେନ୍ଦ୍ରକରି ଦୀନେଶଙ୍କ

ବଳପୂର୍ବକ ଋଣ ଆଦାୟ ଉପରେ ନିୟମ କଡ଼ାକଡ଼ି କଲା ରିଜର୍ଭ ବ୍ୟାଙ୍କ

କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ କରିବା ଓ ନିର୍ଯ୍ୟାତନା ନଦେବା ଲାଗି ନିୟମ କଡାକଡି । ଗ୍ରାହକଙ୍କଠାରୁ ଋଣ ଅର୍ଥ ଆଦାୟ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। ଏନେଇ ସବୁ ବ୍ୟାଙ୍କ ଓ

୧୯୮ ନୂଆ ଓଆର୍‌ଏସ୍ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ବର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍) ଗ୍ରୁପ୍‌-ବି କ୍ୟାଡର୍ ରେ ନୂତନ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବର୍ତମାନ ଓଆର୍‌ଏସ୍ ପଦବୀ ସଂଖ୍ୟା ୧୦୯୨ ରହିଛି। ସେଥି ମଧ୍ୟରୁ ୭୯ଟି ପଦବୀ ଛୁଟି, ଡେପୁଟେଶନ ଓ ଟ୍ରେନିଂ ରିଜର୍ଭ

ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର

ସୋନପୁର: ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ ଶାନ୍ତି(୩୫) ଓ ବଡ ଝିଅ ମୌସୁମୀ(୧୩)ଙ୍କ ଉପରେ

ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇ ବିଶ୍ୱ ରେକର୍ଡ

ଜୟପୁର: ବିଶ୍ୱ ରେକର୍ଡ କରିଛି ରାଜସ୍ଥାନ। ଦେଶରେ ଅମୃତ ମହୋତ୍ସବ ଚାଲିଥିବା ବେଳେ ରାଜସ୍ଥାନରେ ୧ କୋଟି ସ୍କୁଲ ପିଲା ଏକାସଙ୍ଗରେ ଦେଶାତ୍ମକବୋଧ ଗୀତ ଗାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପିଲା ସାମିଲ ହୋଇଥିଲେ। ପୂରା ରାଜ୍ୟରେ ୧ କୋଟି ପିଲା ସକାଳ ୧୦.୧୫ରୁ

ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି। ବ୍ରିଜ ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ପିଟିଛି। ଉଭୟ ଗାଡ଼ି ନଷ୍ଟ ହୋଇଛି। ତେବେ ହାଇୱା ଚାଳକ ମୃତ୍ୟୁମୁଖରୁ ଅଳ୍ପକେ