ମଧ୍ୟପ୍ରଦେଶ: ୫୫ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ପଡ଼ିଥିବା ୮ ବର୍ଷିୟ ତନ୍ମୟ ମୃତାବସ୍ଥାରେ ଉଦ୍ଧାର

ବୈତୂଲ: ଡିସେମ୍ବର ୬ ତାରିଖରେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌କୁ ଖସିପଡ଼ି ୫୫ ଫୁଟ୍‌ ଗଭୀରରେ ଲାଖି ରହିଥିବା ୮ ବର୍ଷିୟ ବାଳକ ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର

ମୁସଲମାନ ଝିଅମାନେ କାହିଁକି ୧୫ ବର୍ଷ ବୟସରେ କରିବେ ବିବାହ? କେନ୍ଦ୍ରକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ମୁସଲମାନ ଝିଅମାନେ କାହିଁକି ୧୫ ବର୍ଷ ବୟସରେ ବିବାହ କରିବେ? ଏସଂପର୍କରେ କାରଣ ଦର୍ଶାଇବାକୁ କେନ୍ଦ୍ରକୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ। ମୁସଲମାନ ସଂପ୍ରଦାୟର ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ଦେଶର ଅନ୍ୟ ଧର୍ମର ଝିଅମାନଙ୍କ ପରି ସମାନ କରିବା ପାଇଁ

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ  !

ଶିମଲା: ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ। ଏନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସେ ହିମାଚଳ କଂଗ୍ରେସର କ୍ୟାଂପେନିଂ କମିଟି ଚେୟାରମ୍ୟାନ ଅଛନ୍ତି। ତାଙ୍କ ସପକ୍ଷରେ ଅଧିକ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଏହି

ବିହାର ଉପନିର୍ବାଚନରେ ବିଜେପିର ବିଜୟ ପରେ ନୀତୀଶ କୁମାରଙ୍କୁ କଟାକ୍ଷ କଲେ ପ୍ରଶାନ୍ତ କିଶୋର

ପାଟନା: ବିହାରରେ ନିକଟରେ ଅନୁଷ୍ଠିତ ହୋଇଥିବା କୁରହାନି ଉପନିର୍ବାଚନରେ ବିଜେପିର ବିଜୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ‘ମହାଗଠବନ୍ଧନ’ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ଦାବି କରିଛନ୍ତି।

ଏୟାର ଇଣ୍ଡିଆ ବିମାନରେ ସାପ ! ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ଦୁବାଇ : କେରଳର କାଲିକଟରୁ ଦୁବାଇ ଯାଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ମିଳିଛି । ବିମାନଟି ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ତାହାର କାର୍ଗୋ ହୋଲଡ୍ ( ଜିନିଷପତ୍ର ରଖାଯାଉଥିବା ସ୍ଥାନ)ରେ ସାପଟିକୁ ଦେଖିବାକୁ ମିଳିଥିଲା । ସାପ ଦେଖାଯିବା ପରେ ବିମାନ

ଘାଟିରେ ବାଜିଲା ସାହାନାଇ, ମୁମ୍ବାଇରୁ ଯାଇ କଶ୍ମୀରରେ ବିବାହ କଲେ ଦମ୍ପତ୍ତି

ଶ୍ରୀନଗର: ଆପଣ ନିଶ୍ଚିତ ଭାବରେ କଶ୍ମୀରର ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ଦେଖିଥିବେ ଏବଂ କଶ୍ମୀରର ସୌନ୍ଦର୍ଯ୍ୟର ଫଟୋ ବି ଆପଣଙ୍କ ମନ ମୋହିଥିବ | କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବିବାହ ଖବର କହିବାକୁ ଯାଉଛୁ | କଶ୍ମୀରର ପହଲଗାମରେ ମୁମ୍ବାଇରୁ ଆସିଥିବା ଏକ ଦମ୍ପତ୍ତି

ଶେଷ ଦିନିକିଆରେ ଦମଦାର୍ ପ୍ରଦର୍ଶନ: ବାଂଲାଦେଶକୁ ୨୨୭ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି । ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ

ହୋଟେଲରେ ଚାଲିଥିଲା ଜୁଆଖେଳ, ୧୨ ଜଣଙ୍କ ଠାରୁ ୧୩ ଲକ୍ଷ ଜବତ

ରାଉରକେଲା: ହୋଟେଲରେ ଚାଲିଥିଲା ଜୁଆ ଖେଳ। ଅଚାନକ ଚଢ଼ାଉ କଲା ପୁଲିସ। ପୁଲିସ ହାବୁଡ଼ରୁ ଖସିପାରିଲେନି ଜୁଆଡ଼ି। ସେମାନଙ୍କୁ ପୁଲିସ କାବୁ କରିବା ସହ ଜୁଆରେ ଲାଗିଥିବା ବିପୁଳ ପରିମାଣର ଟଙ୍କା ଜବତ କରିଛି। ଆଜି ରାଉରକେଲା ସହରରେ ଘଟିଛି ଏହି ଘଟଣା। ସୂଚନା ମୁତାବକ, ଜୁଆ ଖେଳ ଚାଲିଥିବା

ପଦ୍ମପୁରରେ ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌ ହୋଇଥିଲା ବୋଲି ସେ କହିଛନ୍ତି। ବିଜେଡି ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସ ସହିତ ଡିଲ୍‌ କରିଥିଲା। ଭୁବନେଶ୍ବରରେ କଂଗ୍ରେସର

ମୋଦିଙ୍କ ଅପେକ୍ଷା ସବୁଠାରୁ ବଡ଼ ହିନ୍ଦୁ କିଏ, ଆପ୍-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଓୱେସୀ

ନୂଆଦିଲ୍ଲୀ: ଗୁଜରାଟରେ ଭୋଟ୍‌ ବିଭାଜନ ପାଇଁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ଅଙ୍ଗୁଳି ଉଠିବା ପରେ ସେ ଏହାର ଜବାବ ରଖିଛନ୍ତି। ସେ ଏହି ଅଭିଯୋଗକୁ ଖାରଜ କରିବା ସହ ବିଜେପି ଜିତିବା ପଛରେ ଅଧିକ ହିନ୍ଦୁ ଭୋଟ୍ ପାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ,