Sign in
Sign in
Recover your password.
A password will be e-mailed to you.
ଖୁବ୍ଶୀଘ୍ର କନ୍ଧମାଳକୁ ମାଓମୁକ୍ତ କରାଯିବ: ଅମିତାଭ ଠାକୁର
ଫୁଲବାଣୀ : କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତରେ ଗତକାଲି କମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ୧୦ରୁ ୧୫ ଜଣ ମାଓବାଦୀ ଥିଲେ। ତେବେ, ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବହୁ!-->…
‘ବିକାଶରେ ବାଧକ ଶାସକ ଦଳର ନେତା’ : ନରସିଂହ ମିଶ୍ର
ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ନେତା!-->…
ସରକାରୀ ପିଆଜ ବିହନର କୃତ୍ରିମ ଅଭାବ , ୫୦ ପ୍ରତିଶତ ଚାଷୀ ବଂଚିତ
ହରଭଙ୍ଗା : ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସବସିଡି ଜରୀଆରେ କମ୍ ମୂଲ୍ୟରେ ଚାଷୀଙ୍କୁ ପିଆଜ ବିହନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଏହା ସହିତ ପିଆଜ ଘର ମଧ୍ୟ ସବସିଡି ଆକାରରେ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ଚଳିତବର୍ଷ ସାରା ରାଜ୍ୟରେ ପିଆଜ ବିହନର!-->…
କୋଶଳ ରାଜ୍ୟ ଦାବିରେ ରାଜଧାନୀ ଅଭିମୁଖେ ବାହାରିଥିବା ପଦଯାତ୍ରୀଙ୍କୁ ବାଉଁଶୁଣିରେ ସ୍ୱାଗତ
ବାଉଁଶୁଣି: ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଗତ ୪ତାରିଖରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରୁ ବାହାରିଥିବା ପଦଯାତ୍ରୀ ଦଳଙ୍କୁ ବୌଦ୍ଧ ଜିଲ୍ଲା ବାଉଁଶୁଣିର କୋଶଳ ସପକ୍ଷବାଦୀଙ୍କ ପକ୍ଷରୁ ବୁଧବାର ସ୍ଥାନୀୟ ଫାୟାର ଷ୍ଟେସନ ଛକ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
!-->!-->!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ମୃତ
ଖଡ଼ଗପୁର : ମୃତ୍ୟୁ କେତେବେଳେ କାହାର ହେବ ତାହା କାହାକୁ ଜଣାନଥାଏ । ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ବେଳେ ଏଭଳି ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ!-->…
ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର!-->…
ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରକ୍ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାଟିଆ। ତାଙ୍କ ଘର ସୋବର ଗାଁର।
ଗତକାଲି ପ୍ରଦୀପ ନୂଆଗଡ ଗୋଲେଇ ଛକରେ ଥିବା ନିଜ!-->!-->!-->…
ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଟିଟିଲାଗଡ଼: ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି।
!-->!-->!-->…
କାଦୁଅରେ ଫସିଲେ ୨ ହାତୀ
ବାରିପଦା: ଖାଲରେ ପଡ଼ି ଛଟପଟ ହେଉଛନ୍ତି ୨ ହାତୀ। ବାହାରିବାକୁ ବାଟ ପାଉନାହାନ୍ତି। ଏପରି ଦୃଶ୍ୟ ଆଜି ସକାଳୁ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଦେଖିବାକୁ ମିଳିଛି।
କାଠରୋମା ଗାଁରେ ଥିବା ଏକ ଖାଲ କାଦୁଅ, ପାଣିରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ ୨!-->!-->!-->…
ଭଡ଼ା ଘରେ ଚାଲିଥିଲା ଦେହ ବେପାର, ୨ ଯୁବକଙ୍କ ସମେତ ୩ ଜଣ ଗିରଫ
ମାଲକାନଗିରି: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍ ଉକ୍ତ!-->…