ଚୀନ ପାକିସ୍ତାନ ସୀମା ଉତ୍ତେଜନାକୁ ନେଇ ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜନାଥ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଚୀନକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବାକୁ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟାଙ୍ଗୀ ରେଞ୍ଜରେ ମାତିଛନ୍ତି ୩୦ ଟିକିଆ ହାତୀପଲ

ଟାଙ୍ଗୀ ୧୦/୧୧: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧୀନରେ ଏବେ ଅଛନ୍ତି ୩୦ ଟି ଜଙ୍ଗଲି ହାତୀ । ଏହି ଜଙ୍ଗଲି ହାତୀ ମାନେ ବନ ବିଭାଗର ନିଦ ହଜାଇ ସାରିଲାଣି । କେତେବେଳେ ଏହି ହାତୀପଲ୍ଲ ଜନବସତି ମୁହାଁ ହେଉଛନ୍ତି ତ’ ପୁଣି କେତେବେଳେ ଏମାନେ ଧାନଚାଷ ଓ ଫଳ ବଗିଚାରେ ଆତଙ୍କ

ଏନଆଇଏ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି : ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏନଆଇଏ ହିଁ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।ମୋମିନପୁର ସାମ୍ପ୍ରଦାୟିକ ହିଂସା ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ

କଶ୍ମୀର : ଜାଲ୍ ଏନଜିଓ ନାଁରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିଲେ

ଶ୍ରୀନଗର : ସେନା ଓ ପୁଲିସର ମିଳିତ ଅପରେସନ ଫଳରେ ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ାରୁ ଏକ ଆତଙ୍କବାଦୀ ନିଯୁକ୍ତି ସଂସ୍ଥାକୁ ଠାବ କରାଯାଇଛି । ସେମାନେ ଏକ ଏନଜିଓ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଉଥିଲେ ଓ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ପାଇଁ ଚୟନ କରୁଥିଲେ

ଆଜମ ଖାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ଅଦାଲତରେ କାଏମ

ଲକ୍ଷ୍ନୌ: ଏକ ‘ଘୃଣ୍ୟ ଭାଷଣ’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଗୁରୁବାର ଦିନ ରାମପୁର ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଘୃଣ୍ୟ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ

ଦିଲ୍ଲୀ ପ୍ରଦୂଷଣ: ପ୍ରଧାନ ବିଚାରପତି କହିଲେ ସବୁ କଥାରେ କୋର୍ଟ ମୁଣ୍ଡ ଖେଳାଇ ପାରିବନି

ନୂଆଦିଲ୍ଲୀ: ପଡ଼ୋଶୀ ରାଜ୍ୟରେ କ୍ଷେତରେ ନଡ଼ା ପୋଡ଼ି କାରଣରୁ ଦିଲ୍ଲୀରେ ସୃଷ୍ଟି ହେଉଥିବା ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରୁଚୂଡ଼ କହିଛନ୍ତି ଯେ, ଆମେ କଣ ସବୁ କିଛି ବ୍ୟାନ କରିବାକୁ କହିପାରିବୁ। ଆପଣ

ମାଳଦ୍ୱୀପ ଲଜ୍‌ରେ ଲାଗିଲା ନିଆଁ, ୯ ଭାରତୀୟଙ୍କ ସମେତ ୧୦ ମୃତ

ମାଲେ: ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକଙ୍କ ପାଇଁ ଥିବା ଗୋଟିଏ ଲଜ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଲଜିଂର ଉପର ମହଲା ଅଗ୍ନିକାଣ୍ଡ ଯୋଗୁ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ

ବାଲିଯାତ୍ରା ପଡିଆରେ ‘ଓଡିଶା ହାଇକୋର୍ଟ’

କଟକ ୧୦।୧୧ : ହାଇକୋର୍ଟର ଇତିହାସ, ବିଚାର ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଏବଂ ଆଇନ ସେବା ବାବାଦୀୟ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ବାଲିଯାତ୍ରାରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଯାତ୍ରା ପଡିଆରେ ଖୋଲିଛି ଷ୍ଟଲ । ଯେଉଁଠି ରହିଛି ହାଇକୋର୍ଟ ଇତିହାସ ସମ୍ପର୍କିତ ଛବି ଏବଂ ତଥ୍ୟ ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ୧୦/୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାର୍ଡ ଅପ୍ ଅନର ସହ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦେଇ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପ୍ରମୁଖ ଉପସ୍ଥିତ ରହି

ଘରେ ରଶି ଲଗାଇ ଝୁଲିପଡିଲେ ଯୁବକ

ସାଲେପୁର ୧୦।୧୧ : ଫ୍ୟାନ୍‌ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ । ମୃତ ଯୁବକ ସାଲେପୁର ଥାନା ବାରବାରି ଗାଁର ବାପିନା କାଣ୍ଡି । ସେ ମାମୁଁ ଘର ଶଙ୍କରପୁର ଗାଁରେ ରହିଆସୁଥିବା ବେଳେ ଶଙ୍କରପୁର ଗାଁରେ ଘଟିଛି ଘଟଣା। ଖବର ଅନୁଯାୟୀ, ଗୁରୁବାର