ଆସନ୍ତାକାଲି ଉଦଘାଟିତ ହେବ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ: ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ: ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ । ୧୨ ମାସର ବାଘ ଛୁଆ ରକି ହଠାତ ଅସୁସ୍ଥ ହୋଇପଡିଛି । ଗତ ଦୁଇ ଦିନ ହେଲା ରକିକୁ ତରଳ ଝାଡା ହେଉଥିଲା । ଫଳରେ ରକି ଅଧିକ ଦୁର୍ବଳ ହୋଇ ପଡିଛି । ଅସୁସ୍ଥତା କାରଣରୁ ରକିକୁ ଖୁଆଡରୁ ବାହାର କରି ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା

ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ଏକ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଘଟଣାସ୍ଥଳରେ

ରାମନବମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳୁଛି ଦେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ରାମନବମୀ ଅବସରରେ ରାଜ୍ୟବାସୀଙ୍କୁ ମୋର

ମହାକାଳପଡ଼ାରେ ଡକାୟତଙ୍କ ଆକ୍ରମଣରେ ୩ ଆହତ, ୨ ଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦ୍ରାପଡା: ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିକ କାକଟପୁର ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ମିଳିଥିବା ସୂଚନା ମୁତାବକ ଡକାୟତମାନେ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାକଟପୁର ଗ୍ରାମର କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି

ଜୟରାମ ଠାକୁରଙ୍କ ନେତୃତ୍ୱରେ ହିମାଚଳରେ ଲଢ଼ିବ ବିଜେପି: ଜେ.ପି. ନଡ୍ଡା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଜୟରାମ ଠାକୁର ଏଥର ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।ତାଙ୍କ ନେତୃତ୍ୱରେ ବିଜେପି ହିମାଚଳରେ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ହିମାଚଳ ପ୍ରଦେଶରେ ଏବର୍ଷ ବିଧାନସଭା ନିର୍ବାଚନ

ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ, ବାଘଛାଲ ଜବତ

ଭୁବନେଶ୍ଵର, ୧୦/୦୪ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ। କନ୍ଧମାଳ ଦାରିଙ୍ଗବାଡ଼ି ଦବେରି ଗାଆଁ ନିକଟରୁ ବାଘ ଛାଲ ଜବତ କଲା ଇଷ୍ଟିଏଫ ଟିମ୍ । ଏହା ସହ ଜଣେ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ପାଙ୍ଗାଲି ଗ୍ରାମର ବିପିନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଜଷ୍ଟିସ୍ ବିନିତ ସରନ 

ପୁରୀ : ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଭଦ୍ରକରେ ମହାଆଡ଼ମ୍ବରରେ ରାମନବମୀ ପାଳନ

ଭଦ୍ରକ: ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ମହାଆଡ଼ମ୍ବରରେ ରାମ ନବମୀ ମହୋତ୍ସବ ପାଳନ କରାଯାଉଛି। ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀରାମ ମହାଯଜ୍ଞ ହେଉଛି। ଆଜି ପୂର୍ଣ୍ଣାହୁତି ହେବ। ତେବେ ଯଜ୍ଞର ଶେଷ ଦିନରେ ଆଜି ସହରରେ ୧୨ କି.ମି ଯାଏଁ ନଗର ସଂକୀର୍ତ୍ତନ ହେବ। ଜିଲ୍ଲାର