ପ୍ରେମିକାର ଘର ଆଗରେ ପ୍ରେମିକର ବୋମାମାଡ଼

ଆଠଗଡ଼ ୧୭/୧୦: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମାମାଡ଼ । ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି ।

ବିଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ, ହତ୍ୟା ସନ୍ଦେହ

ଉଦଳା ୧୭।୧୦ : ବିଲରୁ ମିଳିଲା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର

ହାଇଦ୍ରାବାଦ୍‌ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌, ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା

ଆଜି ହାଇଦ୍ରାବାଦ୍‌ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌। ଏହାପୂର୍ବରୁ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା । ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ରାଜୀବ କୁମାର, ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲାଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି

ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର ୧୭/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ

ପୋଲିସ-ମାଓବାଦୀ ଗୁଳିବିନିମୟ, ଏଏସ୍‌ଆଇ ଗୁରୁତର

ମାଲକାନଗିରି ୧୭।୧୦ : ପୋଲିସ ଓ ନକ୍ସଲ ଗୁଳିବିନମୟ । ମାଲକାନଗରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଚାଲିଛି ଏନ୍‌କାଉଣ୍ଟର । ଏଥିରେ ଜଣେ ଏଏସ୍‌ଆଇ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ତେରମ ଥାନା

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ସହ ରୋଗୀ ମୃତ

ଧର୍ମଗଡ ୧୭/୧୦: ଗଛରେ ପିଟିହେଲା ଆମ୍ବୁଲାନ୍ସ । ଦୁଇ ଜଣଙ୍କ ମୃତ୍ୟୁ । ଜୟପୁର ଭବାନୀପାଟଣା ଜାତୀୟ ରାଜପଥ NH-26 ମହିଚଲା ଘୋଳିଜବା ନିକଟରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା କଡରେ ଥିବା ଗଛକୁ ଆମ୍ବୁଲାନ୍ସ ପିଟିହେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସୂଚନା ଅନୁଯାୟୀ, ଝାଡାବାନ୍ତି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୭।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ

କରଞ୍ଜିଆ NACରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କରଞ୍ଜିଆ: ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ ।

ସେକ୍ସ ରାକେଟ ଚଳାଉଥିବା କହି ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ: ୨ ୱେବ୍ ଚ୍ଯାନେଲ୍ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ । ୨ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍। ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ୭୦ହଜାର ଟଙ୍କା ଦାବି କରିଥିଲେ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ ୧୭/୧୦: ଆଠମଲ୍ଲିକ ମାଧପୁର ରେଞ୍ଜର ଗୌତମପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗୁରୁତର । ଗୌତମପୁର ଗ୍ରାମର ସୁରଜିତ ତ୍ରିକୀ ତାଙ୍କ ଘରୁ ଯାଉଥିବା ସମୟରେ ଏକ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ ଘଟଣା ସ୍ଥାନରେ ମୁମୁର୍ଷୁ