କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

କଟକ: ପ୍ରେମିକ ସହ ମିଶି ଲୁଟ୍ ଯୋଜନା, ପଡ଼ିଲା ମହଙ୍ଗା । ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନିର ମହିଳା ଏଜେଣ୍ଟ । ମହିଳାଙ୍କ ସହ ପ୍ରେମିକ ଗିରଫ, ଜଣେ ନାବାଳକ ଅଟକ । ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା

ସବସିଡି ମିନିପାୱାର ଟିଲର ପ୍ରଦାନ କଲେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ

ଚିତ୍ରକୋଣ୍ଡା (୫/୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବି.ଡ଼ି.ଓ. ଶ୍ରୀ ରଘୁନାଥ ମୁଣ୍ଡାରୀ ସ୍ୱାଭିମାନ ଅଞ୍ଚଳର ଦୁଇ ପଞ୍ଚାୟତ ରାଲେଗାଡା ଓ ଧୂଳିପୁଟ ଗ୍ରାମ ପଞ୍ଚାୟତର ୧୩ ଜଣ ଚାଷୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ କୃଷି କ୍ଷେତ୍ରରେ ବିକଶିତ ହୋଇଥିବା ଏହି ଅତ୍ୟାଧୁନିକ ଯନ୍ତ୍ରପାତି

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି

ହିଞ୍ଜିଳିକାଟୁରେ ଶିତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ

ହିଞ୍ଜିଳିକାଟୁ (୫।୬) : ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ଵିଭିନ୍ନ ଶୈବପୀଠରେ ଦୁଇ ଦିନ ଧରି ଚାଲିଥିବା ଶିବ, ପାର୍ବତୀ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିର ପରିସରରେ ଦେବ ଦମ୍ପତି ମହାଦେବ ଓ ମାତା ପାର୍ବତୀ

ସମ୍ବଲପୁରରେ ପାଳିତ ହୋଇଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ

ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା'ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ

ଏସପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ରାଉରକେଲା(୫/୬) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିର ସିପିଟିଆଇ ଅଡିଟୋରିୟମ୍‌ଠାରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାର୍କ୍ସ) ଏସ.ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ସରକାରଙ୍କ ବସୁଧା ଯୋଜନା ଫେଲ : ଜଳକଷ୍ଟ ଯୋଗୁଁ ଲୋକେ ପିଉଛନ୍ତି ଗୋଳିଆ ପାଣି

ବାଲିଗୁଡା : ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍ କ.ନୂଆଗାଁ ବ୍ଲକ ଅନ୍ତର୍ଗତ

ଶପଥ ପାଠ ପରେ ମନ୍ତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ବର: ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ଏମାନଙ୍କ ମଧ୍ୟରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଏବଂ ୮ ଜଣଙ୍କୁ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଛି। ରବିବାର ଦିନ ଲୋକସେବା ଭବନଠାରେ

କଳା ମନ୍ଦିରର ନୂତନ କମିଟି ଗଠନ

ହିଞ୍ଜିଳିକାଟୁ, (୫।୬) : ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଧାରଣ ବୈଠକ ରବିବାର କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସାଧାରଣ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା । ବରିଷ୍ଠ ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକଙ୍କୁ ସର୍ବ ସମ୍ମତ

ରାଜଧାନୀରେ ବିଳମ୍ବିତ ରାତିରେ ୧୯ଟି ବାରରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବାରରେ କମିଶନରେଟ ପୋଲିସର ଚଢ଼ାଉ । ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୋଲିସ । ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବର ପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ ହୋଇଥିଲା । ଏସିପି ଜୋନ-୪