ଓଡ଼ିଶାରେ ଆଉ ୧୨୭୨ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୭୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୫ ହଜାର ୮୪୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ

ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ ଡିସିପି

କଟକ : କଟକ ଜିଲ୍ଲା ବାରଙ୍ଗରେ ଭୋଟ ବାକ୍ସ ଛଡାଇ ନେବା ଘଟଣାକୁ ଖଣ୍ଡନ କଲେ କଟକ ଡିସିପି ପ୍ରତୀକ ସିଂ। କୌଣସି ଭୋଟ ବାକ୍ସ ଲୁଟ ହୋଇନଥିବା କହିଛନ୍ତି । ମତଦାନ ସରିବା ପରେ ପୋଲିସର ଉପସ୍ଥିତରେ ପୋଲିଂ ଅଧିକାରୀ ଭୋଟ ବାକ୍ସ ବୁଥରୁ ନେଇ ଗଲେ । ଲୋକଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି ହୋଇଥିଲା

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ : ଚାରି କଲେଜ ଛାତ୍ରୀ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ‌ହୋଇଥିବା ଜଣାପଡ଼ିଛି । ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ

ଏଏସ୍‌ପି ତ୍ରିନାଥଙ୍କ ପତ୍ନୀ କଲେ ଆଗୁଆ ଜାମିନ ଆବେଦନ

କଟକ: କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ କମ୍ୟୁନିକେସନ ଏଏସ୍‌ପି  ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ। ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି। ଭିଜିଲାନ୍ସ ପକ୍ଷରୁ ଦୀପ୍ତିମୟୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ

ମାଓବାଦୀ ଜାଳିଦେଲେ୧୦ରୁ ଅଧିକ ଗାଡି

ମାଲକାନଗିରି: ମାଓବାଦୀଙ୍କ ଲଙ୍କାକାଣ୍ଡ ।  ଜଣେ କ୍ୟାଡର ମାଓବାଦୀ ସାଥୀ ମାଓବାଦୀ ଙ୍କୁ ଅପରେସନ ଅଞ୍ଜାମ ଦେବାକୁ ନିର୍ଦ୍ଧେଶ ଦେଉଥିବାର ଭିଜୁଆଲ ଭାଇରାଲ୍ ହେଉଛି। ଶୀଘ୍ର ଅପରେସନ ସାରିବାକୁ ଅନ୍ୟ ମାଓବାଦୀଙ୍କୁ ପୁରା ପ୍ଲାନ ଦେଉଛି କ୍ୟାଡର ମାଓବାଦୀ। ଯାହାର ଭିଡିଓ ନିଜେ ମାଓବାଦୀ ହିଁ 

ନକଲି ଡାକ୍ତରକୁ ରିମାଣ୍ଡ ପାଇଁ ଆବେଦନ କଲା ପୁଲିସ

ଭୁବନେଶ୍ବର: ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ

ଓଡ଼ିଶାରୁ ହଟିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆସିଛି ବଡ଼ ଖବର । କୋଭିଡ କଟକଣା ପୁଣି କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଜିଠାରୁ ହଟିଛି ନାଇଟ୍ କର୍ଫ୍ୟୁ । ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଛି ନାଇଟ୍ କର୍ଫ୍ୟୁ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ

ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ୬ ଜିଲ୍ଲାରେ ହାଲ୍କା ବର୍ଷା ସମ୍ଭାବନା । କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଦକ୍ଷିଣ ଉପକୂଳ ଓଡିଶାରେ ମଧ୍ୟମ ଧରଣର କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ, ୬୫% ମତଦାନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ଗୋଟାଏରେ ଏହା ଶେଷ ହୋଇଛି। ଏବେବି ଅନେକ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଚାଲିଛି। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ

ରାଷ୍ଟ୍ରପତିଙ୍କୁ ଆସନ୍ତାକାଲି ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ପୁରୀ:ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ବାହାରି ଦୁଇଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ରାଜ୍ୟପାଳଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି