ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ

ପୁରୀ : ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ତୃତୀୟ ଥର ପାଇଁଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବେଳାଭୂମିକୁ ସ୍ବଚ୍ଛ ନିର୍ମଳ ଆବର୍ଜନା ମୁକ୍ତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ସକାଳ ୫ଟା ୩୦ରୁ ବେଳାଭୂମି ସଫେଇ ଚାଲିଛି । ସେହିପରି ବିଚ୍

ରଥଖଳା ଚଳଚଞ୍ଚଳ, ଆଜି ସିଙ୍ଗଡ଼ା ବାଡ଼ିଆ

ପୁରୀ : ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଗୁଜ ଅନୁକୂଳ ବିଧି ସମ୍ପନ୍ନ ହୋଇ ଥିବାବେଳେ ଚକ ପ୍ରସ୍ତୁତି ପାଇଁ ଯନ୍ତାଗାଡ଼ ଖୋଳା ହୋଇଛି । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖରେ ଭୋଇ ସେବକମାନେ ଯନ୍ତା

ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ…

ବ୍ରହ୍ମପୁର : ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ନାଁ ବାଦଲ ସାହୁ। ତାଙ୍କ

ଇନଟାକ୍ ୱାଲ୍ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

ସମ୍ୱଲପୁର: L & T କମ୍ପାନୀକୁ ତାଗିଦ୍ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସମ୍ବଲପୁର ସିକିର୍ଡିଠାରେ ନିର୍ମାଣ କରାଯାଉଥିବା ଇନଟାକ୍ ୱାଲ୍ କାର୍ଯ୍ୟ ବିଳମ୍ବ ହେବା ନେଇ L & T କମ୍ପାନୀ ଉପରେ ମୁଖ୍ୟ ଶାସନ ସଚିବ ଖପ୍ପା ହୋଇଛନ୍ତି। L & T ପ୍ରୋଗ୍ରେସ୍ ଭେରି

ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ

ଭୁବନେଶ୍ୱର: ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ସିଦ୍ଧାର୍ଥ ରାଉତରାୟ । ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଆଜି ଭୋର ୪ଟା ୧୫ରେ

ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷରୁ କମ୍ ବୟସ ମଧ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜଧାନୀରୁ ଧରାପଡ଼ିଲା ସୁନା ଚେନ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: ରାଜଧାନୀରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି। ଦୀର୍ଘଦିନ ଧରି ରାଜଧାନୀରେ ଚୋରି, ଲୁଟ ଓ ଛିନତାଇ କରୁଥିଲେ। ଏମାନେ ଚୋରି ଗାଡ଼ିରେ ଅପରାଧ ଭିଆଉଥିଲେ ବୋଲି ଜଣାଯାଇଛି। ସେମାନଙ୍କ ପାଖରୁ ସୁନା ଚେନ, ମୋବାଇଲ ଓ

ଜଟଣୀରୁ ସାନ ପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ : ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି । ମୋତେ ଏବେ ୭୯ ବର୍ଷ ବୟସ ହେଲାଣି । ୨୦୨୪ ନିର୍ବାଚନ ବେଳକୁ

ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା

ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଗୋଦାମରେ ଚଢଉ

ବିଦ୍ୟୁତ ଓ ନେଟୱାର୍କ ସେବା ର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବିଦ୍ୟୁତ ବିଭାଗ ସଵଷ୍ଟେସନ ଅଞ୍ଚଳରେ ଲଗାତାର ବିଦ୍ୟୁତ ବିଭ୍ରାଟ ଓ ଏକମାତ୍ର ଥିବା ବିଏସେନେଲ ଇଣ୍ଟରନେଟର ଘୋର ସମସ୍ୟା ଲାଗିରହୁଛି। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ