ଆଠମଲ୍ଲିକ ଷ୍ଟାଡିଅମରେ 5T ସଚିବ, ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଅନୁଗୁଳ: ୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ଆଠମଲ୍ଲିକ ଷ୍ଟାଡିଅମରେ ପହଞ୍ଚିଥିଲେ ୫ଟି ସଚିବ। ସେଠାରେ ଉପସ୍ଥିତ ଜନତା ଓ ମିଶନ ଶକ୍ତି ମାଆ ମାନେ ହୁଳହୁଳି ସହ ତାଙ୍କୁ ସ୍ୱାଗତ କରିଥିଲେ।

ପଦ୍ମିନୀଙ୍କୁ ପଞ୍ଚମ ଜାତୀୟ ମୁକୁଟ: ‘ଗ୍ରାଣ୍ଡ୍ ମାଷ୍ଟର ଟାଇଟଲ୍ ମୋ ଲକ୍ଷ୍ୟ’

ଭୁବନେଶ୍ବର: ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ ନିଜ ଖେଳ ଜୀବନରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ପେଟ୍ରୋଲିୟମ୍ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ପିଏସ୍‌ପିବି)ର ପ୍ରତିନିଧିତ୍ବ କରିଥିବା ପଦ୍ମିନୀ ଅହମଦାବାଦରେ ସୋମବାର ଶେଷ‌ ହୋଇଥିବା ୪୯ତମ ଜାତୀୟ ମହିଳା

ଏମ୍‌ଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ କମ୍ପାନୀର ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ମଙ୍ଗଳବାର ଏକ କମ୍ପାନୀର ଏମ୍‌ଡି ଓ ସିଇଓଙ୍କୁ ହତ୍ୟା କରାଯାଇଛି। କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ସେମାନଙ୍କୁ ଖଣ୍ଡାରେ ହାଣି ଓ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତକ ଦ୍ୱୟ ହେଲେ ଏରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମ୍‌ଡି ଫଣିନ୍ଦ୍ର

ନେପାଳରେ କ୍ରାଶ୍‌ ହୋଇଗଲା ହେଲିକପ୍ଟର, ଥିଲେ ୬ ଯାତ୍ରୀ

କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ । ଆଜି ଏକ

ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ, ଚିନ୍ତାରେ ପରିବାର

ଅଲବର: ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ। ରାଜସ୍ଥାନର ଅଲବରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୋବାଇଲରେ ପବଜୀ ଖେଳିବାର ନିଶା ଏତେ ଥିଲା ଯେ ଏବେ ଏଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। କୁହାଯାଉଛି ଯେ, ସେ ନିଜର

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା:…

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ

ଛେଳି ଉପରେ ବନ୍ଦେ ଭାରତ ଟ୍ରେନ ଚଢିଯିବାରୁ ଟ୍ରେନକୁ ପଥରମାଡ଼

ଲକ୍ଷ୍ନୌ: ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ଆଜି ଉତ୍ତରପ୍ରଦେଶରେ ପଥର ମାଡ଼ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ସୋହାଓ୍ଵାଲ ରେଳ

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି

ଧାରା ୩୭୦ ଉଚ୍ଛେଦକୁ ବିରୋଧ ମାମଲା, ଆବେଦନ ପ୍ରତ୍ୟାହାର କଲେ ଶେହଲା ଓ ଶାହ ଫୈଜଲ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଇଏଏସ୍ ଅଫିସର ଶାହ ଫୈଜଲ ଓ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ତାକୁ ପ୍ରତ୍ୟାହାର କରି ନେଇଛନ୍ତି।ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ