ମହାନଗର ନୂତନ କର୍ପୋରେସନ୍‌ର ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମ ବଜେଟ୍ ଉପସ୍ଥାପନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନୂତନ କର୍ପୋରେସନ୍‌ର ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମ ବଜେଟ୍ ଉପସ୍ଥାପନ ହୋଇଛି । ମହାନଗର ନିଗମର ସମ୍ମିଳନୀ କକ୍ଷରେ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏହି ବଜେଟ୍‌କୁ ଉପସ୍ଥାପନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା ତାରାତାରିଣୀ ଦେବୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ଛତ୍ରପୁର (୧୩.୦୫) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲାବାସୀଗଣ

ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ

ଗ୍ରାହକ-କୈନ୍ଦ୍ରିକତା ଉପରେ ଗୁରୁତ୍ୱ ଦେଉଥିବା ଏକ ବିସ୍ତୃତ ପଦକ୍ଷେପ ବ୍ରହ୍ମପୁର, ( ୧୩/୦୫) : ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କଲେ କୋର୍ଟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ପୁରୀ ଜଜ୍ ସିନିୟର ଡିଭିଜନ କୋର୍ଟ । ପୁରୀ ଓକିଲ ଆସୋସିଏସନ ପକ୍ଷରୁ ଦାୟର ହୋଇଥିବା ପିଟିସନ ଉପରେ ଶୁଣାଣି କରି କୋର୍ଟ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ), ପ୍ରତ୍ନତାତ୍ତ୍ୱିକ

ସମ୍ବର୍ଦ୍ଧିତ ହେଲେ ପଞ୍ଚଠାକୁରାଣୀଙ୍କ ଘଟ ସେବିକା ଓ ମା କାଳୀ ସେବକ

ଫୁଲବାଣୀ : ଆଜି ମା ନାରାୟଣୀଙ୍କ ଯାତ୍ରାର ୧୦ମ ଦିବସ । ଗୁରୁବାର ଯୋଗୁଁ ବିଶ୍ରାମ ଦିବସ,ପଞ୍ଚ ଠାକୁରାଣୀଙ୍କୁ ପଦ୍ମାଳୟା ବେଶରେ ମଣ୍ଡପରେ ସୁଶୋଭିତ କରାଯାଇଥିଲା। ଏହି ଅବସରରେ ସନ୍ଧ୍ୟାରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତୀ ବାହିନୀଙ୍କ ଜରିଆରେ ସମାପ୍ତ ପରେ ପରେ

ରାଜ୍ୟରେ ଧାନସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହିସବୁ ଭିତ୍ତିଭୂମିର ଯୋଜନା

ଭରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇ ଚିକିତ୍ସା କରାଯାଉଛି। ଆହତ ମାନେ ହେଲେ ଫିରିଙ୍ଗିଆ ଥାନା ରତଙ୍ଗ

ରେଗିଡିସାହି ଚାରିଛକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୩/୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ସ୍କୁଲ ଚାରିଛକରେ ଵୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗତ ୫ ଦିନ ଧରି ଜାରି ରହିଥିବା ଏହି ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଶ୍ରୀ

କଫ୍ ସିରଫ ଚାଲାଣ ବେଳେ ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ

ହିଞ୍ଜିଳିକାଟୁ ପୌରପରିଷଦର ପ୍ରଥମ ସାଧାରଣ ବୈଠକ – ପାନୀୟ ଜଳ, ସହରର ବିକାଶ ସହ ଲୋକଙ୍କ ମୌଳିକ ସମସ୍ୟାକୁ…

ହିଞ୍ଜିଳିକାଟୁ (୧୩।୫) : ହିଞ୍ଜିଳିକାଟୁ ପୌରପରିଷଦ ସଭାଗୁହରେ ହିଞ୍ଜିଳିକାଟୁ ପୌରପରିଷଦ ନବନିର୍ବାଚିତ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପୌରପରିଷଦ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ