୫୦ ବର୍ଷର ସୀମା ବିବାଦ ତୁଟିଲା, ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହେଲା

ନୂଆଦିଲ୍ଲୀ: ଭାରତର ଦୁଇ ରାଜ୍ୟ ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୀମା ବିବାଦରେ ବିରାମ ଲଗାଇବା ପାଇଁ ଆଜି ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଗୋଟିଏ ଚୁକ୍ତି କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ଘରେ ଘରେ ପହଞ୍ଚିବ ପାଇପ୍ ପାଣି

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ। ଖରାଦିନେ ପିଇବା ପାଣିର ସମସ୍ୟା ନେଇ ମଙ୍ଗଳବାର ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଏବଂ ବରୋଧୀ ଗୃହରେ ପାନୀୟ ଜଳ ପ୍ରକଳ୍ପରେ ବିଳମ୍ବ ଏବଂ ପାନୀୟ ଜଳ ସଙ୍କଟ ପ୍ରସଂଗ ଉଠାଇ ଅସନ୍ତୋଷ ପ୍ରକାଶ କରିଥିବା

ମିଳିଲାନି କ୍ଷତିପୂରଣ, ୧୨ ଅଧିକାରୀଙ୍କୁ ବନ୍ଧକ ରଖିଲେ ଚାଷୀ

ଚଣ୍ଡିଗଡ଼: ଫସଲ କ୍ଷତିର ସହାୟତା ଦାବି କରି କିଛି ଚାଷୀ ୧୨ ଜଣ ସରକାରୀ ଅଧିକାରୀଙ୍କୁ ବିଳମ୍ବିତ ରାତି ଯାଏ ବନ୍ଧକ ରଖିଥିବା ଖବର ସାମ୍ନାକୁ ଆସିଛି। ପଞ୍ଜାବର ଲାମ୍ବି ଜିଲ୍ଲା ଅନ୍ତର୍ଗତ ମୁକଟସର ସବ ତହସିଲରେ ଏପରି ଘଟଣା ଘଟିଛି। ବନ୍ଧକ ଥିବା ଅଧିକାରୀଙ୍କ ମଧ୍ୟରେ ନାଏବ ତହସିଲଦାର ଓ

ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ

ହିଞ୍ଜିଳି ପିତ୍ତଳ ଛକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଗିରଫ। ହତ୍ୟାରେ ବ୍ୟବହୃତ ଲୁହାରଡ, କାଠ ଫାଳିଆ, ବାଉଁଶ ବାଡି, ଓ ଦୁଇଟି ମୋଟରସାଇକେଲ୍ ଜବତ କରିଛି ପୋଲିସ। ଏନେଇ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଗତ

ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା ରାଉତଙ୍କ ସହ ୪ଜଣ ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଆଣିଛି । ଶର୍ମିଷ୍ଠାଙ୍କ ସହ ୪ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି । ବର୍ତ୍ତମାନ ଏମାନଙ୍କୁ

ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ନିଆଁ, ଆୟତ୍ତ କରିବା କାମରେ ବାୟୁସେନା

ଜୟପୁର: ହୁହୁ ହୋଇ ଜଳୁଛି ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣ। ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ଏହାକୁ ଆୟତ୍ତ କରିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁ ୧୦ ବର୍ଗ କିମି ଅଞ୍ଚଳ ବ୍ୟାପିଛି। ଅର୍ଥାତ ୧୮୦୦ ଫୁଟବଲ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ: ୫ ଜଣକୁ ଗିରଫ କଲା ବନଭିଭାଗ

ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜୀବଜନ୍ତୁ ବିପଦରେ । ଗତ ଦୁଇ ତିନି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଫଳରେ ଏବେ ବିପଦରେ ଶିମିଳିପାଳ । ଶିମିଳିପାଳ ପାଖରେ ଥିବା ବିଭିନ୍ନ ଛୋଟ ମୋଟ ଜଙ୍ଗଲ ସହ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ

ବଦଳିପାରେ +୨ ବିଜ୍ଞାନ ପରୀକ୍ଷା ସୂଚୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପରିବର୍ତ୍ତନ ହୋଇପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ସୂଚୀ । କେବଳ ଗଣିତ ପରୀକ୍ଷା ପରେ ହେବାକୁ ଥିବା ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ହୋଇପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର

୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଶହେ କୋଟି ଟଙ୍କା ଋଣ କରାଇ ଦେବା ନାଁରେ ୨ କୋଟି ଠକେଇ ଅଭିଯୋଗରେ ମୁମ୍ବାଇରୁ ୨ ଠକଙ୍କୁ ଗିରଫ କରି କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ସେମାନେ ହେଲେ ହାୱାଲା ଠକ ରାକେଶ ଗିରିଜା ଶଙ୍କର ଓ ସରମନ ସିଂ ତୋମର । ଉଭୟଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ

ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୨ଜଣ DRG ଯବାନ ଗୁରୁତର

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଦୁଇ DRG ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟମପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ୨ ଜଣ ଜବାନ ଗୁରୁତର ହୋଇଥିବା ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି। ସେମାନଙ୍କୁ ରାୟପୁର ମେଡିକାଲକୁ