ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ସ୍ବଳ୍ପ କ୍ଷମତାସମ୍ପନ୍ନ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଲେ ପୁଟିନ୍‌ଙ୍କ…

ମସ୍କୋ: ଜୟ କରିଥିବା ୟୁକ୍ରେନୀୟ ନଗରୀ ଲିମାନ୍‌ରୁ ରୁଷୀୟ ସେନା ପ୍ରତ୍ୟାହୃତ ହେବା ପରେ ‘ଚେଚେନ୍‌ ସାଧାରଣତନ୍ତ୍ର’ର ନେତା ରମ୍‌ଜାନ୍‌ କାଦିରୋଭ୍‌ ଯୁଦ୍ଧକ୍ଷେତ୍ରରେ ସ୍ବଳ୍ପ କ୍ଷମତାବିଶିଷ୍ଟ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଇଥିବା କଥା ‘ସିଏନ୍‌ଏନ୍‌’ ରିପ‌ୋର୍ଟ କରିଛି।

ଗାନ୍ଧୀ ଜୟନ୍ତୀ : ଲୋକସେବା ଭବନରେ ସ୍ୱରାଜ ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ୱରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ

ଫଳରେ ମା’ ଦୁର୍ଗାଙ୍କ ବାଲୁକାକଳା

ପୁରୀ : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଭିନ୍ନ ଢ଼ଙ୍ଗରେ ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ଫଳରେ ବାଲୁକାକଳା ତିଆରି ସେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜର ଏହି ବାଲୁକା କଳା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି,

ପୂଜାରେ କଡ଼ା ନଜର ରଖ: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି। ଏବେ ଦୁର୍ଗା ପୂଜା ଚାଲିଥିବା ବେଳେ ଆଗକୁ କାଳୀ ପୂଜା ଓ ଅନ୍ୟାନ୍ୟ ପର୍ବ ଆସୁଛି। ଆସନ୍ତା କିଛିଦିନ ପାଇଁ ଉତ୍ସବମୁଖର ରହିବ ସାରା ଓଡ଼ିଶା। ଅନ୍ୟପଟରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ମାତ୍ର ସଂକ୍ରମଣ

ଜଗନ୍ନାଥଙ୍କୁ ନବୀନଙ୍କ ସହ ତୁଳନା କରି ବିବାଦୀୟ ହେବା ପରେ ସଫେଇ ଦେଲେ ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର: ‘ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି’। ବିଜେଡି ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ବୟାନ ବିବାଦୀୟ ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ

ଦୁର୍ଗା ପୂଜା ପାଇଁ କଡ଼ା ସୁରକ୍ଷା, ସାରା ରାଜ୍ୟରେ ୨୩୦ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ ପୋଲିସର ପ୍ରସ୍ତୁତି । ରାଜ୍ୟବ୍ୟାପୀ ମୁତୟନ ୨୩୦ ପ୍ଲାଟୁନ୍ ପୋଲିସ । ଦୁର୍ଗା ପୂଜା ସମୟରେ ହେଉଥିବା ଜନଗହଳି ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାରା ରାଜ୍ୟରେ ଜିଲ୍ଲା ପୋଲିସ ସହ ଅତିରିକ୍ତ ୨୩୦

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଇନ୍ଦୋର ପ୍ରଥମ ସ୍ଥାନ, ୮୦ ନମ୍ବରରେ ଭୁବନେଶ୍ବର

ନୂଆଦିଲ୍ଲୀ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ ଦିଲ୍ଲୀ ନବମ

ସବୁ ଜିଲ୍ଲାରେ ହେବ ଫିଜିଓଥେରାପି ସେଣ୍ଟର

ଭୁବନେଶ୍ବର : ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ସୁବିଧା ସହ ଫିଜିଓଥେରାପି ସେଣ୍ଟରମାନ କାର୍ଯ୍ୟ କରିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ

ବ୍ରହ୍ମପୁର ପୋଲିସ ଦ୍ଵାରା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ…

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଏସ ପି ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁରରୁ ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ପୋଲିସ । GST ଫାଙ୍କୁଥିବା

ନୟାଗଡ ଦଶପଲ୍ଲାରେ ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ନୟାଗଡ: ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ କାଠ ଜବତ । ଜଣେ ଗିରଫ । ନୟାଗଡ ଦଶପଲ୍ଲା ଅଞ୍ଚଳର ସମାଜସେବୀ ଶ୍ରୀହରି ନାୟକଙ୍କ ବାଡି ଓ ଫାର୍ମ ହାଉସରୁ ଲକ୍ଷାଧିକ ଟଙ୍କାର ଶାଳପଟା ଓ କାଠ ଗଣ୍ଡି ଜବତ କରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା କାଠ ବ୍ୟବସାୟ ହେଉଥିବା ଖବର