ସିଟ୍ ବେଲ୍ଟ ଆଲାର୍ମ ବ୍ଲକର ବିକ୍ରୟ ବନ୍ଦ କରିବାକୁ ଆମାଜନକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ସିଟ ବେଲ୍ଟ ଆଲାର୍ମକୁ ଅକ୍ଷମ କରୁଥିବା ଉପକରଣ ବିକ୍ରୟ ବନ୍ଦ କରିବାକୁ କେନ୍ଦ୍ର ସରକାର ଅନଲାଇନ ଖୁଚୁରା ଖୁଚୁରା ବିଶାଳ ଆମାଜନକୁ କହିଛନ୍ତି, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ରଏଟର୍ସକୁ କହିଛନ୍ତି ଯେ ଏହି ଉପକରଣ ବିକ୍ରୟ ବନ୍ଦ କରିବା ପାଇଁ ନିଷ୍ପତ୍ତି

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଋଷର ଆକ୍ରମଣ, ୧୨୦ ମୃତ

ଗୋଟିଏ ପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କହିରଖୁ କି, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ-

ଆଜି ଅନନ୍ତ ବ୍ରତ

ଆଜି ଦିନରେ ଅନନ୍ତ ବ୍ରତ ପାଳନ କରାଯାଉଛି । ଏହିଦିନ ଭଗବାନ ଶ୍ରୀହରିଙ୍କ ପୂଜା କରାଯାଇଥାଏ । ଏବଂ ପୂଜା ପରେ ଅନନ୍ତ ବ୍ରତ ଧାରଣ କରାଯାଇଥାଏ । ଏହା ଏକ ବ୍ୟକ୍ତିଗତ ପୂଜା ଅଟେ । ଏହାର କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ନଥାଏ । ଅଗ୍ନି ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି ।

ଷ୍ଟାଡିୟମରେ ଫରୀଦ ଓ ଆସିଫ ମୁହାଁମୁହିଁ ହେବା ଘଟଣା : ଆଇସିସି ଦେଲା ଦଣ୍ଡ

ନୂଆଦିଲ୍ଲୀ, ୦୯|୦୯: ଏସିଆ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ପଡିଆ ଭିତରେ ଓ ବାହାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଡିଆ ବାହାରେ ଦୁଇ ଦେଶର ପ୍ରଶଂସକ ହାତାହାତି ହୋଇଥିଲେ । ପଡିଆ ଭିତରେ ମଧ୍ୟ ଆଫଗାନ୍ ବୋଲରଙ୍କୁ ପାକ୍ ବ୍ୟାଟର ବାଡେଇବା

୫୨ ବର୍ଷରେ NEETରେ ସଫଳ ; ପରୀକ୍ଷାରେ ରଖିଲେ ୯୮.୯୮ ପ୍ରତିଶତ

ବୋଡକଦେବ:ବିଦ୍ୟା ଆଉ ବୟସ ଏହା ଭିତରେ କିଛି ଭି ସାମଞ୍ଜସ୍ୟ ନାହିଁ କାରଣ ବିଦ୍ୟା ଗ୍ରହଣ କରିବାର କୌଣସି ସମୟସୀମା ନାହିଁ । ଯେତେ ପର୍ଯ୍ୟନ୍ତ ଆମ ମନରେ ଜାଣିବାର ଆଉ କିଛି ଶିଖିବାର ଇଚ୍ଛା ଶକ୍ତି ଅଛି ଆମକୁ ସଫଲତା ହାସଲ କରିବାରେ କେହି ରୋକି ପାରିବେ ନାହିଁ । ବୁଧବାର ରାତିରେ ଯେତେବେଳେ

ଆଜିଠାରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ

ନୂଆଦିଲ୍ଲୀ: ଭଙ୍ଗା ଚାଉଳ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ଆଜିଠାରୁ ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ସନ୍ତୋଶ କୁମାର ସାରଙ୍ଗୀ ଦେଇଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ

ମା’ଙ୍କ ହାତରେ ରହିବ ରୂପାନ୍ତରିତ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଭାର, ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର : ଏଣିକି ମା'ମାନଙ୍କ ହାତରେ ରହିବ ସରକାରୀ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ଭାର। ସ୍କୁଲ ହତାର ସୁରକ୍ଷା, ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍କୁଲକୁ ପରିଷ୍କାର ପରିଛନ୍ନ ରଖିବା, ଆସବାବପତ୍ରର ରକ୍ଷାଣାବେକ୍ଷଣ, ସ୍କୁଲ ହତାକୁ ସୁରକ୍ଷା ଆଦି ଦାୟିତ୍ୱ

ସାରା ରାଜ୍ୟରେ ଟେଲମା ୪୦ ଔଷଧକୁ ନେଇ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ଡାକ୍ତର ଟେଲମା-୪୦ ଏବଂ ଟେଲମା-ଏଏମ ଔଷଧକୁ ରୋଗୀଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଏହି ଔଷଧର ନକଲିକରଣ କରାଯାଇଛି ବୋଲି ଅଭିଯୋଗ ପରେ ସାରା ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ସକ୍ରିୟ ହୋଇଯାଇଛନ୍ତି। ଗତକାଲି କଟକରେ ବିଭିନ୍ନ ଔଷଧ ଦୋକାନରେ

ସାଇଟ୍‌ରେ ବୁଲ୍‌ଡୋଜର୍‌, ‘କର୍ଲି କ୍ଲବ୍‌’କୁ ଭାଙ୍ଗିବା ନେଇ ରହିତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଥିବା ହୋଟେଲ୍‌ 'କର୍ଲି କ୍ଲବ୍‌'କୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଅଚାନକ ଏହି ହୋଟେଲ୍‌କୁ ଧ୍ବଂସ କରିବାକୁ ନେଇ ରହିତାଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ହୋଟେଲ୍‌ଟି

ପ୍ରିନ୍ସ ଚାର୍ଲସ୍‌ ବ୍ରିଟେନର ନୂଆ ରାଜା: ନୂଆ ଶାସକ ଭାବେ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ: ରାଣୀ ଏଲିଜାବେଥଙ୍କ ହେଦାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ୍ ନୂଆ ଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୩ ବର୍ଷୀୟ ଚାର୍ଲସ୍ ଏବେ କିଙ୍ଗ ଚାଲର୍ସ-ଥ୍ରୀ ଭାବେ ପରିଚିତ ହେବେ । ସେ ଆଜି ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ । ୧୯୬୯ରେ ତାଙ୍କୁ ଆନୁଷ୍ଠାନିକ ଭାବେ