ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଉରକେଲା : ରାଉରକେଲା ସହରର ମଧୁସୂଦନପାଲି ବସ୍ତିରେ ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ରାଉରକେଲା ଏଡିଜେ ୧ କୋର୍ଟ ଆଜି ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କଲେ କ୍ରିକେଟର ହରଭଜନ ସିଂହ

ପୁରୀ ୨୮/୦୯: ପୁରୀରେ ଭାରତର ବରିଷ୍ଠ କ୍ରିକେଟ ଖେଳାଳି ହରଭଜନ ସିଂ। ଆଜି ଅପରାହ୍ଣରେ ହରଭଜନ ସିଂ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଏହାସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ

‘ଅର୍ପିତାଙ୍କୁ ଥାଇଲାଣ୍ଡ ବୁଲାଇନେବା ସହ ଭଉଣୀକୁ ସରକାରୀ ଚାକିରି ଦେଇଥିଲେ ପାର୍ଥ’ କିଛି ଏଭଳି କହିଲା ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା | ଆଉ ପାର୍ଥଙ୍କୁ ଜାମିନ ପ୍ରଦାନକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଥିଲା। ଇଡି ଚାର୍ଜସିଟରେ କହିଛି ଯେ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମୁନିଗୁଡା: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ଭାଲିଆପଦର ଆଦିବାସୀ ସାହି ନିକଟ ପାହାଡ ଉପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦୁହିଁଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିବା ବେଳେ ସ୍ୱାମୀ ରାଗରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମୃତ

ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା

ନୟାଗଡ଼ : ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା l ମହିଳାଙ୍କ ଝାଡ଼ୁ ମାଡ଼ରେ ସେ ଆହତ ହୋଇଛନ୍ତି। ଆଜି ନୟାଗଡ଼ ସହରରେ ଘଟିଛି ଏହି ଘଟଣା। ମହିଳାଙ୍କ ଝାଡ଼ୁ ମାଡ଼ରେ ଆହତ ହୋଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ଭୂଅର୍ଜନ ଅଧିକାରୀଙ୍କ ନାଁ ସଞ୍ଜୟ ପ୍ରତିହାରୀ।

କୁଶିୟାରା ନଦୀରୁ ଉଭୟ ଭାରତ ଓ ବାଂଲାଦେଶ ଉଠାଇ ପାରିବେ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି

ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇବା ସଂକ୍ରାନ୍ତ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରି ପ୍ରଦାନ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ

୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ, ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ସେ କାର୍‌ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଆସୁଥିଲେ। ଭୁବନେଶ୍ୱର ଏୟାରଫିଲ୍ଡ

ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି

ଯାଜପୁର: ଟେଣ୍ଡର ଫିକ୍ସିଂ ନକରିବାରୁ ବଦଳି। ଯାଜପୁରରୁ ସିଧା କଳାହାଣ୍ଡିକୁ ବଦଳି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିରଞ୍ଚି ନାରାୟଣ ବାରିକଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଛି। ଏକ ଠିକା ସଂସ୍ଥାର ଟେଣ୍ଡରକୁ ଖାରଜ କରିବା ପରେ ତାଙ୍କ ଉପରେ ଏପରି ଆକ୍ରୋଶମୂଳକ

ମକରଝୋଳ ନାଳବିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନାଳବିଲ ନିକଟ ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ହିଞିଳିକାଟୁ ବ୍ଳକ ସରଧାପୁର ଗ୍ରାମ ର ଲାଲମୋହନ ଵେହେରା ୭୦ । ଲାଲମୋହନ ତିନିଦିନ ତଳୁ ସଂନ୍ଧ୍ଯାରେ କେଉଁ ଆଡେ ଚାଲିଯାଇଥିଲେ।

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ଆନ୍ଦୋଳନ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏପରିକି ଏହି ଘଟଣାରେ ସମୀର ଦାଶଙ୍କ