କ୍ଲିନ୍‌ ଗଙ୍ଗା ମିଶନ୍‌ ଫେଲ୍‌

ପ୍ରୟାଗରାଜ ୨୭/୦୯: ଫେଲ୍ ମାରିଛି ମିଶନ କ୍ଲିନ ଗଙ୍ଗା । ଏମିତି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ସେ କହିଛନ୍ତି ଯେ ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର କାର୍ଯ୍ୟ ଆଖିରେ ଧୂଳି ଦେବା ସଦୃଶ । କୋର୍ଟ କହିଛନ୍ତି ଯେ ଏହି ମିଶନ କେବଳ ଟଙ୍କା ବାଣ୍ଟିବା ମେସିନରେ ପରିଣତ ହୋଇଛି । ବଜେଟ

PFI ସଂଗଠନ ବିରୋଧରେ NIA ର ବଡ ଆକ୍ସନ, ୮ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ୨୭/୦୯: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌ । ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି । ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି ।

ପୃଥିବୀକୁ ସୁରକ୍ଷା ମିଶନ ସଫଳ

ନୂଆଦିଲ୍ଲୀ ୨୭/୦୯: ସଫଳ ହେଲା ନାସାର ଡାର୍ଟ ମିଶନ । ଇତିହାସ ରଚିଲା ନାସା । ମହାକାଶୀୟ ପିଣ୍ଡ ଧକ୍କାରୁ ପୃଥିବୀକୁ ରକ୍ଷା କରିବା ଲାଗି ହୋଇଥିବା ପରୀକ୍ଷଣକୁ ମିଳିଛି ବଡ ସଫଳତା । ଆଷ୍ଟ୍ରଏଡକୁ ସଠିକ୍ ଟାର୍ଗେଟ କରି ଧକ୍କା ଦେଲା ନାସାର ସ୍ପେସ୍ କ୍ରାଫ୍ଟ । କୌଣସି ମହାକାଶୀୟ ପିଣ୍ଡକୁ

ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ : ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଜାପାନ ଗସ୍ତରେ ଯାଇଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦି

କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ଅଶାନ୍ତ ରାଜଧାନୀ । ଫୁଟିଲା ବୋମା। ଗତକାଲି ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଟେ କି ୨ଟା ନୁହେଁ, ବାର୍‌ ଉପରକୁ ଏକାବେଳେ ୪ଟି

ଧଳା ଜହର ବଳୟରେ ବ୍ରହ୍ମପୁର..! : ଫଳ ବିକାଳି ମହିଳାଙ୍କ ପାଖରୁ ମିଳିଲା ୧୨୭ ଗ୍ରାମ୍‌ ବ୍ରାଉନସୁଗର

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍‌ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ

ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ…

ବ୍ରହ୍ମପୁର: ଜଣେ ଠିକାଦାରଙ୍କ ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସରେ ଧରା ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ଯନ୍ତ୍ରୀ ବଂଶୀଧର ପରିଡ଼ା। ଭିଜିଲାନ୍ସର ୮ ଜଣିଆ ଟିମ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର

SCBରେ ଶିଶୁ କନ୍ୟା ଗାଏବ ପରେ ମିଳିଲା ପତ୍ତା

କଟକ ୨୭।୦୯ : ଏସସିବିରୁ ନିଖୋଜ ଶିଶୁ କନ୍ୟାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁ କନ୍ୟା ଗତକାଲି ଅପରାହ୍ନରେ ହଠାତ ଗାଏବ ହୋଇ ଯାଇଥିଲ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ପୋଲିସ

ପୁଣି ଜେଲ୍ ରେ କଏଦୀ ମୃତ୍ୟୁ

ବୌଦ୍ଧ : ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର । ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ

ବ୍ୟାଙ୍କ ଅଫ ବରୋଦାରେ ଭୟଙ୍କର ଅଗ୍ନିକାଣ୍ଡ

ବାରିପଦା ୨୭/୦୯: ବାରିପଦା ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । କୌଣସି କାରଣ ବଶତଃ ଆଜି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଅଧିକ ରହିଛି । ରାତିରେ ଶାଖା ବନ୍ଦ ଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିର ଶିଖା