ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଲେ ଡିସିପି

ଭୁବନେଶ୍ବର: ଅର୍ଚ୍ଚନାଙ୍କ ଲାପଟପ୍‌, ମୋବାଇଲ୍‌ , ହାର୍ଡଡିସ୍କ ଜବତ କରିଛି ପୋଲିସ୍‌ । ଏସବୁ ଡିଭାଇସକୁ ଫରେନସିକ୍‌ ଲାବ୍‌କୁ ପଠାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତାଙ୍କର ଗତ ୫ ବର୍ଷରେ ଟଙ୍କା ନେଣଦେଣ ଏବଂ ଫିକ୍ସ୍‍ଡ ଡିପୋଜିଟ୍‌ ବାବଦରେ ଆର୍‌ବିଆଇକୁ ତଥ୍ୟ

ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜନ୍ମ ଜୟନ୍ତୀ

କଟକ, ୦୯/୧୦: ଗଣକବି ବୈଷ୍ଣବ ପାଣିଙ୍କ ଆଜି ୧୪୦ତମ ଜନ୍ମ ଜୟନ୍ତୀ।କଟକ ଖାନନଗର, ଯେଉଁଠି ଗଣକଵି ଶେଷ ଵିଶ୍ରାମ ନେଇଥିଲେ, ସେଠାରେ ତାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଖାନ ନଗର ପାର୍କରେ ଥିବା ଗଣକଵି ଵୈଷ୍ଣଵ ପାଣିଙ୍କ ପ୍ରତିମୂର୍ତ୍ତିରେ ମାହାଙ୍ଗା ଵିଧାୟକ ତଥା ପୂର୍ବତନ ମନ୍ତ୍ରୀ

ଜାତୀୟ ସଙ୍ଗୀତ କଳକେନ୍ଦ୍ର ପକ୍ଷରୁ ତ୍ୟାଗବୀର ଦିବାକର ଜୟନ୍ତୀ ପାଳିତ

ବ୍ରହ୍ମପୁର (୦୯/୧୦) : ରାଜ୍ୟର ସର୍ବ ପୂରାତନ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର" ପକ୍ଷରୁ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ୧୨୩ତମ ଜୟନ୍ତୀ କଳା କେନ୍ଦ୍ର ପରିସର ସ୍ଥିତ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ତଥା

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରିଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଆଜି ବଢ଼ିବ ବିସ୍ତୃତି । ଦକ୍ଷିଣ ଉପକୂଳ ଓଡ଼ିଶା ଓ ବାକି ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଘଣ୍ଟାରେ କଟକ, ଖୋର୍ଦ୍ଧା,

ରାଜ୍ୟସ୍ତରୀୟ ସବ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଗଞ୍ଜାମ ରନର୍ସ ଅପ ଓ ତୃତୀୟ ସ୍ଥାନରେ ବାଳକ ଦଳ

ବ୍ରହ୍ମପୁର (୦୯/୧୦) : ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମ ଦଳର କୃତିତ୍ୱ। କେନ୍ଦୁଝର ଠାରେ 7 ଓ 8 ଦୁଇଦିନ ଧରି ଆୟୋଜିତ ହୋଇଥିବା 20ତମ ସର୍ବ କନିଷ୍ଠ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ବାଳିକା ଦଳ ରନର୍ସ ଅପ ବିବେଚିତ ହୋଇଛନ୍ତି। ଗଂଜାମ ଦଳ ପୁରୀ ଓ ଯାଜପୁରକୁ

ବଜ୍ରପାତରେ ୪ ଚାଷୀ ଆହତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନ, ୦୯/୧୦: ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ଏହି ବଜ୍ରପାତ ଯୋଗୁଁ ଧାନ ବିଲରେ କାମ କରୁଥିବା ଚାରି ଜଣ ଚାଷୀ ଗୁରୁତର ହୋଇ ଧାନ ବିଲରେ ପଡିରହିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଛନ୍ତି । ତେବେ

ଶିବ ମନ୍ଦିର ସମ୍ମୁଖରେ ଅମୃତ ସରୋବର ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ିଲା

ଦାରିଙ୍ଗବାଡ଼ି,୯/୧୦, ଦାରିଙ୍ଗବାଡ଼ି ଶିବ ମନ୍ଦିର ସମ୍ମୁଖରେ ରହିଥିବା ପୋଖରୀକୁ ଅମୃତ ସରୋବର ଯୋଜନାରେ ନିର୍ମାଣ କରି ପୁନରଉଦ୍ଧାର କରାଯାଇଥିଲା। ହେଲେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।

କ୍ଲବ ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ

ଦିଗପହଣ୍ଡି : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପରମ୍ପରା ଅନୁସାରେ ଘରେ ନିଜ ପରିବାର ବର୍ଗଙ୍କ ସହ ବିଭିନ୍ନ ଖେଳର ଆସର ହୁଏ । କିନ୍ତୁ କିଛି ଜୁଆଡ଼ି ମାସ ତମାମ ଜୁଆ ଆଡ୍ଡା କରି ହଜାର ହଜାର ଟଙ୍କା ଜୁଆ ଖେଳରେ ବାଜିଲଗାନ୍ତି । ଆଜି କୁମାର ପୂର୍ଣ୍ଣିମା

ଆରମ୍ଭ ହେବ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ୦୯।୧୦ : ସୋମବାରଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ। ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ।

ସୀମାନ୍ତରେ ପୂର୍ବତନ ନାଏବ ସରପଂଚଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

ମାଲକାନଗିରି (୦୯l୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୂର୍ୱତନ ସରପଂଚଙ୍କୁ ମାଓବାଦୀ ମାନେ ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତିା ସୁଚନା ମୁତାବକ କାଂକେର ଜିଲ୍ଲା କୋୟଲିବେଡା ବ୍ଲକ ଅନ୍ତର୍ଗତ ଚାରଗାନ୍ଦ ଗ୍ରାମର ସିୟାରାମ ରାମଟେକେ ନାମକ ବ୍ୟକ୍ତି ରାଜନୀତିରେ ଜଣେ ସକ୍ରୀୟ ନେତା